୧୪ ବର୍ଷ ଜେଲଦଣ୍ଡ ଭୋଗି ଘରକୁ ଫେରିଥିଲେ, ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ କଲେ ହତ୍ୟା

ବେତନଟୀ,୧।୧୧(ସ୍ବ.ପ୍ର.): ସମ୍ପର୍କୀୟକୁ ହତ୍ୟା କରି ଭୋଗିଥିଲେ ୧୪ ବର୍ଷ ଜେଲଦଣ୍ଡ । ଚାରି ମାସ ତଳେ ଘରକୁ ଫେରି ପୁଣି ସ୍ତ୍ରୀଙ୍କୁ ନିର୍ମମ ଭାବେ କରିଛନ୍ତି ହତ୍ୟା। ଏଭଳି ଚାଞ୍ଚଲ୍ୟକାର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ପୁରୁଣାପାଣି ଗ୍ରାମରେ । ମୃତ ମହିଳା ହେଲେ ବୈଶାଖୀ ସିଂ(୫୫) l ଅଭିଯୁକ୍ତ ପତ୍ନୀହନ୍ତା ସ୍ବାମୀ ଗୌରମୋହନ ସିଂ(୬୫)ଙ୍କୁ ପୋଲିସ ଗିରଫ କରିଛି । ତେବେ ପ୍ରାଥମିକ ତଦନ୍ତରୁ ସେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଶୋଇଥିବା ସମୟରେ କୁରାଢ଼ୀରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ସବୁଦିନ ପରି ସୋମବାର ରାତିରେ ଗୌରମୋହନ ଓ ପରିବାର ଲୋକ ଖାଇପିଇ ଶୋଇବାକୁ ଯାଇଥିଲେ l ଗୋଟିଏ କୋଠରୀରେ ଗୌରମୋହନ ଓ ବୈଶାଖୀ ଏକତ୍ର ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଅଭିଯୁକ୍ତ ସ୍ବାମୀ ନିଦରୁ ଉଠି କିଛି ସମୟ ବସିଥିଲେ। କିଛି ଭାବିବା ପରେ ପାଖରେ ଥିବା ଏକ କୁରାଢ଼ି ଆଣି ବୈଶାଖୀଙ୍କ ମୁଣ୍ଡକୁ ନିଜ ବଳ ଅନୁଯାଇ ପ୍ରହାର କରିଥିଲେ। ଫଳରେ ବୈଶାଖୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଅଳ୍ପ ସମୟ ମଧ୍ୟରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ହେଲେ ଗୌରମୋହନ ସ୍ତ୍ରୀଙ୍କ ଶବ ପାଖରେ ସକାଳ ହେବା ପର୍ଯ୍ୟନ୍ତ ସେମିତି ଜଗି ବସିଥିଲେ l ସକାଳ ହେବା ପରେ ବୈଶାଖୀଙ୍କ ସାନପୁଅ କମଳାକାନ୍ତ ଘର କବାଟ ଖୋଲିବାକୁ କବାଟ ବାଡେଇ ଥିଲେ। ବାପା କବାଟ ଖୋଲିଲା ପରେ ନିଜ ମା’ଙ୍କ ରକ୍ତ ଜୁଡୁବୁଡୁ ମରଶରୀରକୁ ଦେଖି ହତବାକ୍‌ ହୋଇଯାଇଥିଲେ ପୁଅ କମଳାକାନ୍ତ। ପରେ ବାପାକୁ ଅଟକ ରଖି ପାଖ ସେ ପଡୋଶୀଙ୍କୁ ଡାକିବା ସହିତ ସଙ୍ଗେ ସଙ୍ଗେ ବୈଶିଙ୍ଗା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ସହିତ ମାରଣାସ୍ତ୍ର ଓ ରକ୍ତଭିଜା କମଳ ଜବତ କରିଥିଲେ। ଏଥିସହ ପତ୍ନୀହନ୍ତା ଗୌରମୋହନକୁ ଗିରଫ କରିଥିଲେ। ଏନେଇ ପୁଅ କମଳାକାନ୍ତଙ୍କ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ଗୌରମୋହନକୁ କୋର୍ଟ ଚାଲାଣ କରି ପୋଲିସ ଘଟଣା ସମ୍ପର୍କରେ ଅଧୀକ ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ୨୦୦୬ରେ ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ ନିଜ ସମ୍ପର୍କୀୟକୁ ହତ୍ୟା କରି ୧୪ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ ଗୌରମୋହନ। ଏଇମାତ୍ର ଚାରି ମାସ ତଳେ ଜେଲରୁ ସେ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri