ସ୍ତ୍ରୀକୁ କଟୁରିରେ ହାଣିଲେ ସ୍ବାମୀ, ଖସି ପଳାଇଲା ବେଳେ ଧରିପକାଇଲେ ଗ୍ରାମବାସୀ

ମୋରଡା,୨୧।୧୨(ସ୍ମାରକ ମାଜୀ): ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ଅଧୀନ ନାଳଗଜା ଗ୍ରାମରେ ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଜିତୁ ଟୁଡୁ ଏବଂ ତାଙ୍କ ସ୍ତ୍ରୀ ପାର୍ବତୀ ଟୁଡୁଙ୍କର କୌଣସି କାରଣ ବଶତଃ ଝଗଡା ହୋଇଥିଲା । ଏହି ଝଗଡ଼ା ଏତେ ଭୟଙ୍କର ରୂପ ନେଲା ଯେ, ଜିତୁ ଉତକ୍ଷିପ୍ତ ହୋଇ ଏକ କଟୁରିରେ ପାର୍ବତୀଙ୍କ ବେକ ହାଣିଦେଇଥିଲେ। ଏଥିରେ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଜିତୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ଏକ ଗଛରେ ବାନ୍ଧି ରଖି ରାସଗୋବିନ୍ଦପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଜିତୁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।