Categories: ଫୁରସତ

ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଯାହା କେବେ ଆଗରୁ ଶୁଣି ନ ଥିବେ

ପାରିବାରିକ କଳହରୁ କିଛି ଲୋକ ଆତ୍ମହତ୍ୟା କରୁଥିବା ଶୁଣିଥିବେ। କେହି କେହି ଘର ମଧ୍ୟ ଛାଡ଼ି ଦେଇଥିବା ଶୁଣିଥିବେ। ମାତ୍ର ପାରିବାରିକ କଳହରୁ ସ୍ତ୍ରୀଙ୍କ ଉପରେ ରାଗି କେହି କିନ୍ନର ହୋଇଯିବାର କେବେ ଶୁଣିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ଯୋଧପୁରରେ। ଏଠାକାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଉପରେ ରାଗି କିନ୍ନର ହୋଇଯାଇଛନ୍ତି। ଖାଲି ସେତିକି ନୁହେଁ, ଲିଙ୍ଗ ପରିବର୍ତ୍ତନ କରିବା ସହିତ ସ୍ତ୍ରୀଙ୍କୁ ଝାଡ଼ପତ୍ର ମଧ୍ୟ ଦେଇଛନ୍ତି। ସ୍ତ୍ରୀ-ସ୍ବାମୀଙ୍କ ସହମତିରେ ଫ୍ୟାମିଲି କୋର୍ଟରେ ତାଙ୍କର ଛାଡ଼ପତ୍ର ହୋଇଛି। ମହିଳାଙ୍କ ପକ୍ଷରୁ ୩ ବର୍ଷ ପୂର୍ବରୁ ଛାଡ଼ପତ୍ର ମାମଲା ଦାୟର କରାଯାଇଥିଲା। ଏହା ପରେ କୋର୍ଟ ପୂରା ମାମଲା ଶୁଣାଇବା ପରେ ଲୋକ ଅଦାଲତ ମାଧ୍ୟମରେ ଉଭୟ ପକ୍ଷର ଛାଡ଼ପତ୍ର ହୋଇଥିଲା।
ମହିଳାଙ୍କ କହିବା ଅନୁଯାୟୀ, ବିବାହର କିଛିଦିନ ପରେ ସ୍ବାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟିଲା। ପରେ ସେ ଜାଣିବାକୁ ପାଇଲେ କି, ତାଙ୍କ ସ୍ବାମୀ ଲିଙ୍ଗ ପରିବର୍ତ୍ତନ କରାଇ କିନ୍ନର ହୋଇଯାଇଛନ୍ତି। ଏହା ପରେ ସେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।


ସେହିପରି ପୁରୁଷ ଜଣଙ୍କ କହିଛନ୍ତି, ତାଙ୍କ ସ୍ତ୍ରୀ ପ୍ରତିଦିନ ତାଙ୍କ ସହ ଝଗଡ଼ା କରିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ସେ ରିତା ବାଇ ନାମକ ଜଣେ କିନ୍ନରଙ୍କୁ ଭେଟି ତାଙ୍କୁ ଗୁରୁ ଭାବେ ଗ୍ରହଣ କରିଥିଲେ। ତାଙ୍କ ଗୁରୁ ତାଙ୍କୁ କହିଥିଲେ ଯେ, ଲିଙ୍ଗ ପରିବର୍ତ୍ତନ କରାଇ ନିଅନ୍ତୁ। ପରେ ସେ ଲିଙ୍ଗ ପରିବର୍ତ୍ତନ କରି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ।
ସୂଚନାଯୋଗ୍ୟ, ଏହି ଦୁଇଜଣଙ୍କ ବିବାହ ୧୩ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୦୭ ଅକ୍ଟୋବର ୨୫ ଅଜମେରରେ ହୋଇଥିଲା। ୧୫ ଏପ୍ରିଲ ୨୦୦୯ରେ ଦୁଇ ଯାଆଁଳା ଶିଶୁପୁତ୍ର ମଧ୍ୟ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟି ଛାଡ଼ପତ୍ର ହୋଇଥିଲା।

Share