ହରିକେନ ଲି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ…

ଓ୍ବାଶିଂଟନ,୯।୯ : ହରିକେନ ଲି ଚତୁର୍ଥ ବିପଜ୍ଜନକ ମାନ୍ୟତା ହାସଲ କରି ଆମେରିକାର ଲିଓ୍ବାର୍ଡ ଦ୍ୱୀପ ମୁହାଁ ହୋଇଛି। ଆଟଲାଣ୍ଟିକ ମହାସାଗରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ୫୦୦ ମାଇଲ ଦୂରରେ ରହିଛି। ଏହାଯୋଗୁ ଘଣ୍ଟାପ୍ରତି ୧୫୦ ମାଇଲ ବେଗରେ ପବନ ବହିବାର ଆଶଙ୍କା ରହିଛି। ପବନର ବେଗ ଅନୁସାରେ ଏହାକୁ ୪ ବର୍ଗର ବିପଜ୍ଜନକ ମାନ୍ୟତା ପ୍ରଦାନ କରାଯାଇଛି।

ଏନେଇ ଜାତୀୟ ହରିକେନ କେନ୍ଦ୍ର ପକ୍ଷରୁ ୫ ଦିନିଆ ସତର୍କ ସୂଚନା ଜାରି କରାଯାଇଛି। ଏହା ଆସନ୍ତା ସପ୍ତାହ ମଧ୍ୟରେ ବାହାମାସ ଏବଂ ଆମେରିକାର ପୂର୍ବ ଉପକୂଳ ମଧ୍ୟ ଭାଗରେ ପହଞ୍ଚିବାର ପୂର୍ବାନୁମାନ କରାଯାଇଛି।

ଏହାର ଊତ୍ତର ଦିଗରେ ଗତି କରିବାର ସଠିକ ସମୟ ଏବଂ ସ୍ଥିତି ସମ୍ପର୍କରେ କୌଣସି ନିଶ୍ଚିତ ତଥ୍ୟ ମିଳି ପାରି ନାହିଁ। ଏହା ଫ୍ଲୋରିଡା, ଜର୍ଜିଆ, କାରୋଲିନା ଅଞ୍ଚଳକୁ ପ୍ରଭାବିତ କରିବାର ଆକଳନ କରାଯାଇଛି।

Share