ଭୟଙ୍କର ରୂପ ନେଇଛି ‘ହନ୍ନା’: ୧୪୫ କିଲୋମିଟର ବେଗରେ ବହୁଛି ପବନ

ଟେକ୍ସାସ,୨୭।୭: ଗୋଟିଏ ପଟେ ଆମେରିକାରେ କରୋନା ମହାମାରୀ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଅନ୍ୟପଟେ ଦାଉ ସାଧିଛି ସାମୁଦ୍ରିକ ଝଡ଼ ‘ହନ୍ନା’। ଏହା ବେଡ଼ି ଉପରେ କୋରଡା ମାଡ଼ ଭଳି ହୋଇଛି ଆମେରିକାବାସୀଙ୍କ ପାଇଁ। ସାମୁଦ୍ରିକ ଝଡ଼ ‘ହନ୍ନା’ ଟେକ୍ସାସ ଉପକୂଳରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ୧୪୫ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ମିଳିଛି। ଏହା ସାଙ୍ଗକୁ ପ୍ରବଳ ବର୍ଷାରେ ବହୁ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଇଛି। କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଥିବା ବେଳେ ଏହାର ଗାଁ ଅଞ୍ଚଳରେ ବିଜୁଳି ସରୋବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ହନ୍ନାର ପ୍ରଭାବରେ ୧୫-୩୦ ସେଣ୍ଟିମିଟର ବର୍ଷା ହେବାସହ କିଛି ସ୍ଥାନରେ ୪୬ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି। ହେଲେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ପ୍ରଥମେ ମହାମାରୀ କରୋନାକୁ ନେଇ ଆମେ ଯେତିକି ଚିନ୍ତିତ ଥିଲୁ ଏବେ ହନ୍ନା ପୁଣିଥରେ ଆମ ମେରୁଦଣ୍ଡ ଭାଙ୍ଗି ପକାଇଛି। ତେବେ ୨୦୨୦ ଆଟଲାଣ୍ଟିକ ଘୂର୍ଣ୍ଣିଝଡ଼ କ୍ରମରେ ୨ଟି ଝଡ଼ ଆସିଥିବା କୁହାଯାଉଥିବା ବେଳେ ପ୍ରଥମଟି କାର୍ପସ କ୍ରିଷ୍ଟିର ଦକ୍ଷିଣକୁ ପ୍ରାୟ ୧୩୦ ମାଇଲ ଦୂର ପୋର୍ଟ ମ୍ୟାନ୍ସଫିଲ୍ଡର ଉତ୍ତରରେ ପାଖାପାଖି ୧୫ ମାଇଲ ଦୂରରେ ସନ୍ଧ୍ୟା ୫ଟାରେ ଦେଖାଦେଇଥିଲା। ଏହାପରେ ଦ୍ୱିତୀୟଟି ପୋର୍ଟ ମ୍ୟାନ୍ସଫିଲ୍ଡର ଉତ୍ତର ପଶ୍ଚିମରେ ପାଖାପାଖି ୧୫ ମାଇଲ ଦୂର ପୂର୍ବ କେନେଡି କାଉଣ୍ଟିରେ ସନ୍ଧ୍ୟା ୬ଟା ୧୫ରେ ସ୍ଥଳଭାଗ ଛୁଇଁଥିଲା। ଏହାପରେ ପରେ ପ୍ରଶାନ୍ତ ମହାସାଗରରେ ଆସୁଥିବା ‘ଡଗଲସ’ ଘୂର୍ଣ୍ଣିଝଡ଼ ହଓ୍ବାଇ ଅଭିମୁଖେ ଯାଉଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ୍ଡ ଟ୍ରମ୍ପ ଟୁଇଟ କରି କହିଛନ୍ତି କି ପ୍ରଶାସନ ଉଭୟ ସାମୁଦ୍ରିକ ଝଡ଼ ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri