ଦନ୍ତାକୁ ମାରି ଦାନ୍ତ କାଢ଼ିନେଲେ

ବାରିପଦା, ୨୨।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ କୋର୍‌ ଅଞ୍ଚଳରେ ଶିକାରୀମାନେ ବିଷବୋଳା ତୀର ବିଦ୍ଧ କରି ଏକ ଦନ୍ତାହାତୀକୁ ମାରିବା ପରେ ଏସିଡ୍‌ ଢାଳି ତା’ର ଦାନ୍ତ କାଢ଼ି ନେଇଛନ୍ତି। ବନବିଭାଗ ଏହି ଘଟଣା ଲୁଚାଇ ରଖି ମୃତଦେହ ବ୍ୟବଚ୍ଛେଦ କରି ପୋଡ଼ିଦେଇଛି। ଏନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଭୟାରଣ୍ୟର ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କଫୋର୍ସ କାମ କରୁଥିବା ବେଳେ ହାତୀ ଶିକାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭୟାରଣ୍ୟକୁ ଶିକାରୀମୁକ୍ତ କରିବା ପାଇଁ ବିଭାଗୀୟ ଯୋଜନା ଫେଲ୍‌ ମାରିଛି। ସୂଚନାଯୋଗ୍ୟ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ନ୍ୟାସନାଲ ପାର୍କ କବାଟଘାଇ ସେକ୍ସନ କାଣ୍ଡିହାର ବିଟ୍‌ ଅଞ୍ଚଳର ବକୁଆ ପାହଡ଼ ନିକଟରେ ଏକ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବନବିଭାଗ ମୃତଦେହ ଜବତ କରିଥିଲା। ୮ଦିନ ପୂର୍ବରୁ ଏହି ହାତୀ ଶିକାର କରାଯାଇଥିବା କୁହାଯାଉଛି। ଦୁର୍ଗାପୂଜା ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଟାସ୍କଫୋର୍ସରେ ନିୟୋଜିତ ଥିବା ପୋଲିସ କର୍ମଚାରୀଙ୍କୁ ଫେରାଇ ନିଆଯିବା କାରଣରୁ ଦୀର୍ଘଦିନ ଧରି ମିଳିତ ପାଟ୍ରୋଲିଂ ବନ୍ଦ ରହିଛି। ଫଳରେ ଶିକାରୀମାନେ ସକ୍ରିୟ ହୋଇ ନିର୍ଭୟରେ ଜନ୍ତୁ ଶିକାର କରୁଛନ୍ତି। ଶିମିଳିପାଳ ସୁରକ୍ଷା ଦିଗରେ ସ୍ବତନ୍ତ୍ର ଆପ୍‌ର ବ୍ୟବହାର କରାଯାଇ କର୍ମଚାରୀଙ୍କ ପାଟ୍ରୋଲିଂ ସମ୍ପର୍କରେ ସୂଚନା ମିଳୁଥିଲା। ମାତ୍ର ଶିକାରୀମାନେ ହାତୀ ଶିକାର କରି ଦାନ୍ତ କାଢ଼ିନେବା ପରେ ମଧ୍ୟ କର୍ମଚାରୀମାନେ ସୁରାକ ପାଇବାରେ ବିଫଳ ହୋଇଛନ୍ତି। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କୁ ପଚାରିବାରୁ ୧୯ତାରିଖରେ କରଞ୍ଜିଆ ଡିଭିଜନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଦୁଇଟି ହାତୀଦାନ୍ତ ଜବତ ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଉକ୍ତ ଦାନ୍ତ ଦୁଇଟି ମୃତ ହାତୀର ବୋଲି ଜଣାପଡ଼ିବା ପରେ ତଦନ୍ତରେ ଯାଇ ହାତୀର ମୃତଦେହ ପାଇଥିଲୁ। ମୃତଦେହ ବ୍ୟବଚ୍ଛେଦ ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି ବୋଲି ସେ କହିଛନ୍ତି। ତେବେ ମୁକୁଳା ପଡ଼ିଥିବା ଅଭୟାରଣ୍ୟର ସୁରକ୍ଷା ପ୍ରତି ବନବିଭାଗ ସଜାଗ ନ ହେଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମେଗା ପ୍ରକଳ୍ପ ଦିଗହରା: ଅବଧି ସରିଲାଣି, ସରୁନି କାମ

ରାୟଗଡ଼ା,୨।୩(ଭାଗ୍ୟଶ୍ରୀ ମିଶ୍ର): ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଜଳ ଜୀବନ...

ପାର୍ଟି ନୁହେଁ, ଏଥର ଚାଷୀ ସରକାର ଦରକାର

ଜଗତ୍‌ସିଂହପୁର,୨ା୩(ପ୍ରମୋଦ କୁମାର ନାୟକ): ଚାଷୀଙ୍କ ୮୦ ପ୍ରତିଶତ ଭୋଟରେ ଭାଜପା କେନ୍ଦ୍ର ଓ ବିଜେଡି ରାଜ୍ୟରେ ସରକାର ଚଳାଇଛି। ଦୀର୍ଘ ୨୪ ବର୍ଷ ହେଲା ବିଜେଡି...

ନିର୍ବାଚନ ପୂର୍ବରୁ ଭାଜପା ନେତାଙ୍କୁ ହାଣିଦେଲେ

ମାଲକାନଗିରି,୨।୩(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ପୁର୍ବରୁ ଭାଜପା ନେତାଙ୍କୁ ହାଣି ହତ୍ୟା । ଏଭଳି ଅଭାବନିୀୟ ଘଟଣା ଘଟିଛି ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲାରେ। ବିଜାପୁର...

ଗଛ କଟାକୁ କେନ୍ଦ୍ରକରି ଫରେଷ୍ଟ ଗାର୍ଡଙ୍କୁ ଆକ୍ରମଣ: ଭିଡିଓ ଭାଇରାଲ୍‌

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବାକୁ ବାରଣ କରିବାରୁ ଜଣେ ଫରେଷ୍ଟ ଗାର୍ଡଙ୍କୁ କେତେକ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ...

ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ 

ନିରାକାରପୁର,୨ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିବା ଘଟଣାରେ ଜଙ୍କିଆ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଦିଲ୍ଲୀ ହୁରିକେନ୍ସକୁ ପରାସ୍ତ କରି ଓଡ଼ିଶା ମହିଳା ରଗ୍‌ବୀ ଦଳ ଚାମ୍ପିୟନ

ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ, ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ (ଓଆରଏଫ୍‌ଏ), ରାଜ୍ୟ କ୍ରୀଡ଼ା ବିଭାଗ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ...

ଏଥର କିଡ୍‌ନୀ ବାହାରକୁ ଯାଉନାହିଁ

କଟକ/ପଟ୍ଟାମୁଣ୍ଡାଇ, ୨ା୩(ଶିଳ୍ପା ପ୍ରିୟଦର୍ଶିନୀ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଶ୍ରୀଓମ୍‌ ଶିବୁ(୧୮)ଙ୍କ ମୃତ୍ୟୁ ପରେ ତାଙ୍କ କିଡ୍‌ନୀ ୨ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଉଛି। ରମେଶ...

ଭାଜପା ଫୋକସ୍‌ରେ ଭଦ୍ରକ ଲୋକ ସଭା ଆସନ

ଭଦ୍ରକ,୨।୩ (ସନାତନ ରାଉତ): ୨୦୧୯ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ଭାଜପା ଭଦ୍ରକ ସଂରକ୍ଷିତ ଲୋକ ସଭା ଆସନ ହରାଇଥିଲା। ଏଥର ଦଳ ଏହି ନିର୍ବାଚନମଣ୍ଡଳୀ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri