ବାର୍‌ହା ଫାଶରେ ପଡ଼ି ମୃତ୍ୟୁ ପରେ ଶିକାରୀମାନେ ଲୁଚାଇ ଦେଇଥିଲେ ମୃତଦେହ

ସଇଁତଲା/ବଲାଙ୍ଗୀର/ଟିଟିଲଗଡ, ୧୯ା୧୦(ରାଖାଲ ପ୍ରସାଦ ଶତପଥି/ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ସଇଁତଳା ଥାନା ପୋଲିସ ନିଖୋଜ ଜବଦୁ ବଗର୍ତ୍ତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି। ଜଙ୍ଗଲ ଭିତରରେ ଶିକାରୀ ଲଗାଇଥିବା ବାର୍‌ହା ଫାଶରେ ପଡି ଜବଦୁଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାଟି ସଇଁତଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସଇଁତଳା ଥାନା କୁମ୍ଭାରୀ ଗ୍ରାମ ପଞ୍ଚାୟତ ଅଧୀନ ଡୁମେରମୁଣ୍ଡା ଗ୍ରାମର ଜବଦୁ ଜଙ୍ଗଲକୁ ଯାଇ ନିଖୋଜ ହୋଇଯାଇଥିବା ନେଇ ମଙ୍ଗଳବାର ତାଙ୍କ ସ୍ତ୍ରୀ ଡ଼ାଳିମ୍ବ ଥାନାରେ ଅଭିଯୋଗ କରିଥିଲେ। ଏପରିକି ଜବଦୁ ଏବଂ ତାଙ୍କ ଜଣେ ସମ୍ପର୍କୀୟ ଗେଥଲ କଠାର ଜଙ୍ଗଲ ଯାଇଥିବା ଚର୍ଚ୍ଚାର ହୋଇଥିଲା। ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଳା ଥାନା ଅଧିକାରୀ ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଏବଂ ସଇଁତଳା ରେଞ୍ଜ କର୍ମଚାରୀମାନେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିଲେ। ଖୋଜାଖୋଜି ପରେ ମଧ୍ୟ ମଙ୍ଗଳବାର ସୁଦ୍ଧା ଜବଦୁଙ୍କ କୌଣସି ଖୋଜ ଖବର ମିଳି ନ ଥିଲା। ବୁଧବାର ବଲାଙ୍ଗୀର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।

ବୁଧବାର ସନ୍ଧ୍ୟାରେ ସଇଁତଳା ରେଞ୍ଜ କର୍ମଚାରୀ ଓ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଙ୍ଗଲ ଭିତରେ ଏକ ବୁଦା ମୂଳରୁ ଜବଦୁଙ୍କ ମୃତଦେହ ଥିବା ଖବର ପାଇଥିଲା। ପରେ ପୋଲିସ ସେଠାକୁ ଯାଇ ମୃତଦେହ ଜବତ କରାଯାଇଥିଲା। ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ଲଗାଇ ବସାଯାଇଥିବା ଫାଶରେ ପଡି ଜବଦୁଙ୍କ ମୃତ୍ୟୁ ହୋଇଥିଲା। ପରେ ଶିକାରୀମାନେ ଧରା ପଡିଯିବା ଭୟରେ ତାଙ୍କ ମୃତଦେହ ଫାଶରୁ ଉଠାଇ ଜଙ୍ଗଲ ଭିତର ବୁଦାମୂଳରେ ଲୁଚାଇ ଫେରାର ହୋଇଯାଇଥିବା ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା।

ଗୁରୁବାର ଟିଟିଲାଗଡ଼ ହସ୍ପିଟାଲରେ ଜବଦୁଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ୨୦୨୧ ମେ ୨୨ ତାରିଖରେ ମୃତ ଜବଦୁ କରମତଲା ଫରେଷ୍ଟର ସୁଧୀର ଜେନାଙ୍କ ସହ ରାତ୍ର ପାଟ୍ରୋଲିଂ କରୁଥିବା ପାରା ଫରେଷ୍ଟ ଗାର୍ଡ଼ ଯୁଗେଶ୍ୱର ଓରଫ ଜଟିଆ ବୁଡେକଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ଜଟିଆଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଜବଦୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗତ କିଛି ମାସ ତଳେ ସେ ଜାମିନରେ ଜେଲରୁ ବାହାରି ଥିଲେ। ଘଟଣାରେ ଜଣକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ଆଲୋକ ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri