ସଂରକ୍ଷିତ ଜଙ୍ଗଲରେ ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୨୮।୧୧ – ସଂରକ୍ଷିତ ଜଙ୍ଗଲରେ ଗର୍ଜୁଛି ବନ୍ଧୁକ। ବିଦ୍ୟୁତ୍‌ ଫାଶରେ ପଡ଼ି ବନ୍ୟଜନ୍ତୁ ପଡୁଛନ୍ତି ମୃତ୍ୟୁମୁଖରେ। ମାଂସ, ଚମଡ଼ା, ଦାନ୍ତ ଲୋଭରେ ଶିକାରୀମାନେ ଅବାଧ ଜନ୍ତୁ ଶିକାର କରୁଥିବାବେଳେ ଅସୁରକ୍ଷିତ ହୋଇପଡ଼ିଛି ଜୈବ ବିବିଧତାରେ ଭରପୂର ଢେଙ୍କାନାଳର ଅଭୟାରଣ୍ୟ।

ଶିଳ୍ପ, ଖଣିଖାଦାନ ପରେ ଜଙ୍ଗଲ ସମ୍ପଦରେ ସମୃଦ୍ଧ ଢେଙ୍କାନାଳ। ଓଡ଼ିଶାରେ ମଧ୍ୟସ୍ଥଳରେ ଅବସ୍ଥିତ ଏହି ଜିଲାର ପାଣିପାଗ ଅପେକ୍ଷାକୃତ ଥଣ୍ଡା। ତେଣୁ ଏକଦା ସଂରକ୍ଷିତ ଜଙ୍ଗଲ ପାଲଟିଥିବା ବହୁ ପ୍ରଜାତିର ଜୀବଜନ୍ତୁଙ୍କ ନିରାପଦ ଆଶ୍ରୟସ୍ଥଳ। ତେବେ ବନ୍ୟଜନ୍ତୁଙ୍କ ଶିକାରରେ ରାତାରାତି ଲକ୍ଷାଧିକ ଟଙ୍କା କମାଇବା ଲୋଭରେ ଏବେ ଅଭୟାରଣ୍ୟରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ। ଅନ୍ୟପଟେ ଜଙ୍ଗଲ ଇଲାକାକୁ ଶିକାରୀ ମୁକ୍ତ କରିବାକୁ ବନ ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଜାରି ରହିଛି। ଏହାକୁ ନେଇ ଶିକାରୀ ଏବଂ ବନ ବିଭାଗ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା।

ଗତ ସେପ୍ଟେମ୍ବରରୁ ନଭେମ୍ବର ୨୭ ସୁଦ୍ଧା ଜିଲାରେ ୮ ରେଞ୍ଜ୍‌ରୁ ୩୨ଜଣ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ସଦର ରେଞ୍ଜ୍‌ରୁ ୩, କପିଳାସ ରେଞ୍ଜ୍‌ରୁ ୯, ଷଡଙ୍ଗୀ ରେଞ୍ଜ୍‌ରୁ ୨, ହିନ୍ଦୋଳ ରେଞ୍ଜ୍‌ରୁ ୫, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ରୁ ୩, ପଶ୍ଚିମାଞ୍ଚଳ ରେଞ୍ଜ୍‌ରୁ ୪ ଏବଂ ମହାବିରୋଡ ରେଞ୍ଜ୍‌ରୁ ୬ଜଣ ଶିକାରୀ ଅଛନ୍ତି। ସେମାନଙ୍କ ନିକଟରୁ ୧୦ ବନ୍ଧୁକ, ୧୫ ଜୀବନ୍ତ ଗୁଳି, ଧନୁତୀର, ହରିଣ ଛାଲ, ହରିଣ ଶିଙ୍ଗ, ସମ୍ବର ଶିଙ୍ଗ, ୨ଟି ହାତୀ ଦାନ୍ତ, ଶିକାରରେ ବ୍ୟବହୃତ ବିଦ୍ୟୁତ୍‌ ତାର ଏବଂ ଜନ୍ତୁ ମାଂସ ଜବତ କରାଯାଇଛି। ଅପରପକ୍ଷେ କପିଳାସ ରେଞ୍ଜରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବା ବନ ବିଭାଗର ଚିନ୍ତା ବଢ଼ାଇଛି। କାରଣ ହାତୀଙ୍କ ଅବାଧ ଚରାଭୂଇଁ ଏହି ସଂରକ୍ଷିତ ଜଙ୍ଗଲ ବହୁ ବିରଳ ଜୀବଜନ୍ତୁଙ୍କ ଆବାସସ୍ଥଳୀ। ବିଦ୍ୟୁତ୍‌ ତାର ବିଛାଇ ଶିକାର କରିବା ଐତିହ୍ୟ ପ୍ରାଣୀ ହାତୀଙ୍କ ଜୀବନକୁ ବିପଦରେ ପକାଉଛି।

ସେହିପରି ଗଁଦିଆ ଥାନା ଦେଓଗଁା-ଟାଙ୍ଗୀ ରାସ୍ତା ପାର୍ଶ୍ୱ ଜଙ୍ଗଲରେ ମାସକ ମଧ୍ୟରେ ହରିଣ, ବାର୍‌ହା ଶିକାର ବଢ଼ିଛି। ଶିକାରୀମାନେ ଶିକାର ଲାଗି ସୁଚିନ୍ତିତ ଯୋଜନା କରୁଛନ୍ତି। ଦିନରେ ଜଙ୍ଗଲକୁ ଯାଇ ବିଦ୍ୟୁତ୍‌ ତାର ବିଛାଉଛନ୍ତି। ସନ୍ଧ୍ୟାରେ ଖାଦ୍ୟ ଅନ୍ବେଷଣରେ ବାହାରୁଥିବା ଜନ୍ତୁ ଏଥିରେ ଲାଗି ପ୍ରାଣ ହରାଉଛନ୍ତି। ଶିକାରୀମାନେ ରାତିରେ ତାରରେ ଲାଗି ମରିଥିବା ହରିଣ, ବାର୍‌ହା ଆଣି ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଜନ୍ତୁମାଂସ ବିକ୍ରି କରୁଛନ୍ତି, ଯାହା ବନ ବିଭାଗ ନଜରକୁ ଆସିପାରୁନାହିଁ। ଅନ୍ୟପଟେ ବିଦ୍ୟୁତ୍‌ ତାରରେ ଲାଗି ଅନେକ ସମୟରେ ଶିକାରୀ ନିଜେ ଶିକାର ହେଉଛନ୍ତି। ଗତ ମାସକ ତଳେ ଏପରି ଏକ ଘଟଣା ମହାବିରୋଡ ଅଞ୍ଚଳର ଘଟିଥିଲା। ଏଥିରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ଗୋଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରିବା, ରାତ୍ରିକାଳୀନ ପାଟ୍ରୋଲିଂ ସାଙ୍ଗକୁ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଲେ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଅବାଧରେ ବିଚରଣ କରିପାରିବେ ବୋଲି ପ୍ରାଣୀ ପ୍ରେମୀମାନେ ମତ ଦେଇଛନ୍ତି।

ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚନ୍ଦ୍ର ଗୁଗ୍‌ନାନି କୁହନ୍ତି, ଗତ କିଛି ମାସ ହେଲା ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ବଢ଼ିଥିବା ନଜରକୁ ଆସିଛି। ଏହାପରେ ସମସ୍ତ ରେଞ୍ଜ୍‌ ଅଧିକାରୀ ଏବଂ କର୍ମଚାରୀଙ୍କୁ ଚଢ଼ାଉ ଜୋର୍‌ଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri