ଶିମିଳିପାଳରୁ ଶିକାରୀ ଗିରଫ

ବାରିପଦା ଅଫିସ,୨୪ା୩: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଞ୍ଜ ଅନ୍ତର୍ଗତ ପିଠାବଟା-୧ ବିଟ ଅଞ୍ଚଳରୁ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଗୋବିନ୍ଦଚନ୍ଦ୍ରପୁର ଗ୍ରାମର ଲକ୍ଷ୍ମଣ ସିଂ।
ସୂଚନା ଅନୁଯାୟୀ, ବନ ବିଭାଗ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ହେଇଥିଲା। ଏହି ସମୟରେ ଅଭୟାରଣ୍ୟକୁ ଶିକାରୀ ପଶୁଥିବାର ଖବର ପାଇ ବନ କର୍ମଚାରୀ ଚଢ଼ାଉ କରିଥିଲେ। ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲୁହା ରଡ଼, ଛୁରି, ଟର୍ଚ୍ଚ, ମଦ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି।