ଭୋକିଲା ଶିଶୁ ଓ ବିକାଶର ସ୍ବପ

ରାଜୀବ କର୍ମି

ବିଶ୍ୱ ଭୋକିଲା ସୂଚୀ ୨୦୨୦ ଅନୁସାରେ ଭାରତର ଅନେକ ଶିଶୁ ଆଜି ବି ଭୋକିଲା ସ୍ଥିତିରେ ଅଛନ୍ତି। ଗତ ମାସରେ ପ୍ରକାଶିତ ଏହି ସୂଚୀରେ ୧୦୭ଟି ମଧ୍ୟରୁ ୨୭.୨ ପଏଣ୍ଟ ସହ ଭାରତ ୯୪ତମ ସ୍ଥାନରେ ରହିଛି; ଯାହା କି ୨୦୦୦ ମସିହାରେ ୩୮.୯ ପଏଣ୍ଟ ସହ ୫୫ତମ ସ୍ଥାନରେ ଥିଲା। ଉକ୍ତ ତଥ୍ୟରେ ଦର୍ଶାଯାଇଛି ଯେ, ପଡ଼ୋଶୀ ବାଂଲାଦେଶ, ନେପାଲ ଏବଂ ପାକିସ୍ତାନର ଶିଶୁଙ୍କ ପୋଷଣ ସ୍ଥିତି ଭାରତଠାରୁ ଯଥେଷ୍ଟ ଭଲ। ଭାରତରେ ୨୦୧୦ରୁ ୨୦୧୪ ମଧ୍ୟରେ କୁପୋଷଣ ହାର ୧୫.୧ ଭାଗ ଥିବା ବେଳେ ୨୦୧୫ରୁ ୨୦୧୯ ମଧ୍ୟରେ ଏହାର ହାର ୧୭.୩ ଭାଗରେ ପହଞ୍ଚିଛି। ଏହି ସୂଚୀର ସର୍ବେକ୍ଷଣରେ ମୁଖ୍ୟତଃ ବୟସ ଅନୁସାରେ ଉଚ୍ଚତା, ଉଚ୍ଚତା ଅନୁସାରେ ଓଜନ, ତିବ୍ର କୁପୋଷଣ ଏବଂ ଶିଶୁ ମୃତ୍ୟୁହାରର ସ୍ଥିତିକୁ ମାପକାଠି ଭାବରେ ନିଆଯାଇଥିଲା। ଯେଉଁଥିରେ ଦେଖାଯାଇଛି ଯେ ଗତ ଦୁଇଦଶନ୍ଧି ଭିତରେ ବୟସ ଅନୁସାରେ କମ୍‌ ଉଚ୍ଚତାର ଶିଶୁଙ୍କ ସଂଖ୍ୟା କମିଛି କିନ୍ତୁ ଦୁର୍ବଳ ଶିଶୁଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଏବେ ବି ଭାରତର ୧୪ ଭାଗ ଶିଶୁ ଉପଯୁକ୍ତ ପୋଷଣ ପାଇପାରୁ ନାହାନ୍ତି। ପରିତାପର ବିଷୟ,ଅନେକ ଛୋଟଛୋଟ ଅଣ ବିକଶିତ ଦେଶଠାରୁ ବି ଭାରତର ଭୋକିଲା ଶିଶୁଙ୍କ ସ୍ଥିତି ଉଦ୍‌ବେଗଜନକ।
ଶିଶୁମାନଙ୍କୁ ଭୋକିଲା ରଖି କୌଣସି ଦେଶର ବିକାଶ ହେବ ନାହିଁ। ଶୈଶବରେ ଉପଯୁକ୍ତ ପୋଷଣ ଶିଶୁକୁ ମାନସିକ ଏବଂ ଶାରୀରିକ ଭାବରେ ପୂର୍ଣ୍ଣାଙ୍ଗ କରିଥାଏ। ଏହି ସମୟରେ ଯଦି ପୁଷ୍ଟିକର ଖାଦ୍ୟର ଅଭାବ ହୁଏ ତେବେ ଅପପୁଷ୍ଟି ଏବଂ ରକ୍ତହୀନତା ଆଦି ରୋଗ ଦେଖାଦିଏ। ଯାହାଫଳରେ ଶିଶୁଟି ଉପଯୁକ୍ତ ସ୍ବାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ଗ୍ରହଣ କରିପାରେ ନାହିଁ; ଯଦ୍ଦ୍ବାରା ତା’ର ଭବିଷ୍ୟତ ପ୍ରଭାବିତ ହେବ ଏବଂ ସମାଜରେ ତାହାର ଭାଗୀଦାରିତା କମିଯିବ। ଫଳରେ ସେ ପରିବାର ଚଳେଇବାରେ ଅସୁବିଧାର ସମ୍ମୁଖୀନ ହେବା ସଙ୍ଗେସଙ୍ଗେ ଦେଶ ଏକ ଉପତ୍ାଦନକ୍ଷମ ଯୁବକକୁ ହରାଇବ।
ଦାରିଦ୍ର୍ୟତା ହେତୁ ଲୋକମାନେ ପୁଷ୍ଟିକର ଖାଦ୍ୟ ପାଉ ନାହାନ୍ତି। ପୁଷ୍ଟିକର ଖାଦ୍ୟକୁ ସୁନିଶ୍ଚିତ କରିବା ପାଇଁ ଆମ ଦେଶରେ ଅନେକ ଆଇନ ଅଛି। ଦାରିଦ୍ର୍ୟକୁ କମ୍‌ କରିବା ନିମିତ୍ତ ଯୋଜନାର ମଧ୍ୟ ଅଭାବ ନାହିଁ। ଆୟରେ ବୃଦ୍ଧି ହେଲେ ଲୋକଙ୍କ କ୍ରୟ କ୍ଷମତା ବଢ଼ିବ ଏବଂ ଗରିବୀ ହଟିବ। ଜିଇବାର ମାନଦଣ୍ଡରେ ବୃଦ୍ଧି ହେବ। ଗ୍ରାମାଞ୍ଚଳର ଲୋକଙ୍କ ଆୟରେ ବୃଦ୍ଧି ଲକ୍ଷ୍ୟରେ ୨୦୦୫ରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆରମ୍ଭ ହୋଇଛି। ଲୋକଙ୍କୁ ଆବଶ୍ୟକ ମୁତାବକ ନିଜ ଘର ପାଖରେ କାମ ଯୋଗାଇ ଦେଇ ରୋଜଗାର ବଢ଼ାଇବା ଏହାର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅନେକ ଶ୍ରମ ଦିବସ ସୃଷ୍ଟି ହୋଇଛି କିନ୍ତୁ ଠିକ୍‌ ସମୟରେ ମଜୁରି ନ ପାଇବାରୁ କାମ କରିବାକୁ ଲୋକ ଅଗ୍ରହ ପ୍ରକାଶ କରୁ ନାହାନ୍ତି। ଫଳରେ ଲୋକ ବଦଳରେ ମେଶିନ୍‌ ଦ୍ୱାରା କାମ କରାଯାଉଛି; ଯାହାଦ୍ୱାରା ଲୋକଙ୍କ ପାଖକୁ ପଇସା ଗଲା ନାହିଁ କି ଦାରିଦ୍ର୍ୟରେ କିଛି ପରିବର୍ତ୍ତନ ହୋଇପାରିଲା ନାହିଁ।
ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ୬ ବର୍ଷରୁ କମ୍‌ ଶିଶୁଙ୍କର ଅପପୁଷ୍ଟିକୁ ରୋକିବା ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ। ଯେଉଁଠି ମା’ ଗର୍ଭରୁ ୬ ବର୍ଷର ଶିଶୁମାନେ ଯେପରି କୁପୋଷଣର ଶିକାର ନ ହେବେ ସେଥିପାଇଁ ପରିପୂରକ ଖାଦ୍ୟ ଯୋଗାଇ ଦିଆଯାଇଥାଏ। କେତେକ ଆଭ୍ୟନ୍ତରୀଣ ଅଞ୍ଚଳ ବ୍ୟତୀତ ପ୍ରାୟତଃ ସବୁ ସ୍ଥାନରେ ଗତ ୪୫ ବର୍ଷଧରି ଏହି ସେବା ଚାଲି ଆସୁଛି। ପୁଷ୍ଟିକର ଖାଦ୍ୟର ଅଭ୍ୟାସ ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ଅପପୁଷ୍ଟିକୁ ରୋକିବା ପାଇଁ ପରିପୁରକ ଖାଦ୍ୟ ଯୋଗାଇବା ଏହାର ମୂଳ ଲକ୍ଷ୍ୟ। ବର୍ତ୍ତମାନ ଅଙ୍ଗନଓ୍ବାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟରେ ପିଲାଙ୍କୁ ଚୂନା ମାଛ ଦେବାପାଇଁ ସରକାର ପରୀକ୍ଷା ମୂଳକ ଭାବରେ ଆରମ୍ଭ କରିବାକୁ ଯାଉଛନ୍ତି, ଯାହା କି ଏକ ସ୍ବାଗତମୂଳକ ପଦକ୍ଷେପ। କିନ୍ତୁ ଅନେକ ସମୟରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ମିଳୁଥିବା ଅନେକ ସେବାର ଲାଭ ସମସ୍ତେ ପାଇପାରୁ ନାହାନ୍ତି। କେନ୍ଦ୍ରକୁ ପିଲାମାନେ ଠିକ୍‌ ଭାବରେ ଆସୁ ନ ଥିବାରୁ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଏବଂ କେନ୍ଦ୍ରରେ ଦିଆଯାଉଥିବା ପରିପୂରକ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଅନେକ କେନ୍ଦ୍ରରେ ଅତ୍ୟନ୍ତ ନିମ୍ନମାନର ଛତୁଆ ଦିଆଯାଉଥିବାରୁ କେହି ପସନ୍ଦ କରୁନାହାନ୍ତି। ଅନେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମ ସହିତ କିଛି ଜନ ସଚେତନତା କାର୍ଯ୍ୟକ୍ରମ ଛାଡ଼ିଦେଲେ ଅନ୍ୟ କୌଣସି କାର୍ଯ୍ୟକ୍ରମ ଚାଲୁ ନାହିଁ। ଯଦି ଏହି କାର୍ଯ୍ୟକ୍ରମକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଯାଅନ୍ତା ତେବେ ୫୦ରୁ ୬୦ ଶତକଡ଼ା ଶିଶୁଙ୍କ ଅପପୁଷ୍ଟି ରୋକାଯାଇ ପାରନ୍ତା।
ଖାଦ୍ୟକୁ ସୁନିଶ୍ଚିତ କରିବା ପାଇଁ ୨୦୧୩ରୁ ଲାଗୁ ହୋଇଥିବା ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ୭୫ ଭାଗ ଗ୍ରାମାଞ୍ଚଳର ଲୋକ ଏବଂ ୫୦ ଭାଗ ସହରାଞ୍ଚଳର ଲୋକ ଉପକୃତ ହେଉଛନ୍ତି। ଏହି ଆଇନ ଅନୁସାରେ ସବୁଠାରୁ ଗରିବ ଶ୍ରେଣୀର ପରିବାରର ପୁଷ୍ଟିକର ଖାଦ୍ୟକୁ ସୁନିଶ୍ଚିତ କରିବା ପାଇଁ ରିହାତି ଦରରେ ମୁଣ୍ଡପିଛା ପ୍ରତିମାସ ୫ କେ.ଜି. ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଆମ ରାଜ୍ୟରେ ଏହି ଯୋଜନା ୨୦୧୫ରୁ ଆରମ୍ଭ ହୋଇଛି। ବିଦ୍ୟାଳୟରେ ଚାଲୁଥିବା ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଏବଂ ଅଙ୍ଗନଓ୍ବାଡି ସେବା ମଧ୍ୟ ଏହି ଆଇନର ଅନ୍ତର୍ଭୁକ୍ତ। ଯେଉଁମାନେ ଯାତାୟାତର ଅଭାବ ହେତୁ ଖାଦ୍ୟ ଶସ୍ୟ ପାଇବାରୁ ବଞ୍ଚିତ ହେବେ ତାଙ୍କୁ ଏହି ଆଇନ୍‌ ଅନୁସାରେ ଭତ୍ତା ଦେବାର ବ୍ୟବସ୍ଥା ମଧ୍ୟ ଅଛି। ଅର୍ଥାତ୍‌ କୌଣସି ଲୋକ ଯେପରି ଭୋକରେ ନ ରହିବେ ତାହାକୁ ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ।
ସମୃଦ୍ଧି ଏବଂ ବିକାଶ ଦୁଇଟି ଅଲଗା କଥା। ଅନେକ ଲୋକ ସମୃଦ୍ଧିକୁ ବିକାଶର ସଂଜ୍ଞା ଭାବରେ ବିଚାର କରିଥାନ୍ତି। ଶାରୀରିକ ବିକାଶ ଏବଂ ଆନ୍ତରିକ ବିକାଶ ସମାନ ନୁହେଁ। ବିକାଶ ଦୀର୍ଘସ୍ଥାୟୀ କିନ୍ତୁ ସମୃଦ୍ଧି କ୍ଷଣ ସ୍ଥାୟୀ। ବିକାଶ ହେଲେ ସମୃଦ୍ଧି ସୁନିଶ୍ଚିତ ମାତ୍ର କେବଳ ସମୃଦ୍ଧି ହେଲେ ବିକାଶ ଅନିଶ୍ଚିତ। ଗୁଣାତ୍ମକ ଶିକ୍ଷା, ଉପଯୁକ୍ତ ସ୍ବାସ୍ଥ୍ୟସେବା ଏବଂ ଭିତ୍ତିଭୂମିର ଉନ୍ନତି ମାଧ୍ୟମରେ ବିକାଶ ହୋଇଥାଏ। ଆମେ ଅନେକ ସମୟରେ ଭିତ୍ତିଭୂମି ବୃଦ୍ଧିର ମାପକାଠିରେ ବିକାଶର ସଂଜ୍ଞା ମାପିଥାଉ। ଆମର ଜନ ପ୍ରତିନିଧି ହୁଅନ୍ତୁ କିମ୍ବା ସରକାରୀ ଅଧିକାରୀ ହୁଅନ୍ତୁ ଅନେକଙ୍କ ଧାରଣା ରାସ୍ତାଘାଟ, କଳକାରଖାନା, ସେତୁ ଇତ୍ୟାଦି ନିର୍ମାଣରେ ବିକାଶ ହୋଇଥାଏ। ଧୀରେଧୀରେ ସାଧାରଣ ଲୋକଙ୍କର ମଧ୍ୟ ଧାରଣା ସେଇ ଆଡ଼କୁ ଯାଉଛି। ତେଣୁ ଅନେକ ସମୟରେ ଲୋକମାନେ ବିଦ୍ୟାଳୟ ପରିବର୍ତ୍ତେ ଗୋଷ୍ଠୀ କେନ୍ଦ୍ର, ସ୍ବାସ୍ଥ୍ୟସେବା ପରିବର୍ତ୍ତେ ରାସ୍ତାଘାଟ, ରୋଜଗାର ପରିବର୍ତ୍ତେ ସେତୁ ନିର୍ମାଣ ଇତ୍ୟାଦି ଦରକାର କରିଥାନ୍ତି। ଫଳତଃ ଗାଁ ପାଇଁ ଅନେକ ଯୋଜନା ହୁଏ, ବ୍ୟୟ ଅଟକଳ ହୁଏ, ଅନେକ ଅନୁଦାନ ଆସେ କିନ୍ତୁ ଲୋକଙ୍କର ଜୀବନ ଧାରଣରେ ଉନ୍ନତି ହୁଏ ନାହିଁ।
କାର୍ଯ୍ୟକ୍ରମ ଯାହା ଭୋକ ମେଣ୍ଟାଇ ପାରୁନାହିଁ ତାହାଦ୍ୱାରା ବିକାଶ ଏକ ସ୍ବପ୍ନ ସଦୃଶ। ମାଳମାଳ ଯୋଜନା ପରେ ବି ଭୋକିଲାଙ୍କ ସ୍ଥିତି ବଢ଼ିବଢ଼ି ଚାଲିବା ଏହାର ସଦ୍ୟତମ ଉଦାହରଣ। ଯୋଜନା ଅଛି, ଲୋକଙ୍କ ପାଖକୁ ପହଞ୍ଚି ପାରୁ ନାହିଁ। ଖାଦ୍ୟ ସାମଗ୍ରୀ ବାଟ ମାରଣା, ବିସମ ବଣ୍ଟନ ବ୍ୟବସ୍ଥା, ପୁଷ୍ଟି ବିଯୁକ୍ତ ଖାଦ୍ୟ, ସରକାରୀ ଅବହେଳା ଏବଂ ଜନ ସଚେତନତାର ଅଭାବ ସ୍ଥିତିକୁ ଆହୁରି ଜଟିଳ କରୁଛି। ଏସବୁର ଉପଯୁକ୍ତ ପରିଚାଳନା ବିନା ବିକାଶ ଅସମ୍ଭବ। କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ଅପପୁଷ୍ଟିକୁ କିଛି ମାତ୍ରାରେ କମ୍‌ କରାଯାଇପାରିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍‌କୁ କଡ଼ା କଡ଼ି ଭାବରେ ପାଳନ କରିବା ଅତ୍ୟନ୍ତ ଜରୁରୀ। ପ୍ରତି ଘରକୁ ଖାଦ୍ୟ ସାମଗ୍ରୀ ପହଞ୍ଚିବାକୁ ସୁନିଶ୍ଚିତ କରିବା ଦରକାର। ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡିରେ ଦିଆଯାଉଥିବା ଖାଦ୍ୟରେ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟକୁ ସାମିଲ କରି ଏହାର ଗୁଣବତ୍ତାକୁ ବୃଦ୍ଧି କରିବା। ଉପତ୍ାଦିତ ଖାଦ୍ୟ ସାମଗ୍ରୀର ବିକ୍ରି ପାଇଁ ଗ୍ରାମାଞ୍ଚଳରେ ଥିବା ଛୋଟଛୋଟ ବଜାର ଗୁଡ଼ିକୁ ମଜଭୁତ କରିବା। ଖାଦ୍ୟର ମାନ ଅନୁସାରେ ମୂଲ୍ୟ ନିର୍ଦ୍ଧାରଣ କରିବା। ଅଧିକରୁ ଅଧିକ ଖାଦ୍ୟ ଶସ୍ୟର ଉପତ୍ାଦନ ଏବଂ ସୁଷମ ବଣ୍ଟନ ବ୍ୟବସ୍ଥା। ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହିତ ମା ଓ ଶିଶୁ ସ୍ବାସ୍ଥ୍ୟର ଉନ୍ନତି ଏବଂ ଶିକ୍ଷା ମାଧ୍ୟମରେ ପୁଷ୍ଟିକର ଖାଦ୍ୟର ଅଭ୍ୟାସ ବୃଦ୍ଧି ସକାଶେ ଯୁବକମାନଙ୍କୁ ସାମିଲ କରିବା। ଖାଦ୍ୟ ନିରାପତ୍ତା ଏବଂ ପରିବାରର ସାମୂହିକ ବିକାଶ ପାଇଁ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନର ମିଳିତ ସହଯୋଗରେ ଯୋଜନା ପ୍ରସ୍ତୁତି ଏବଂ ରୂପାୟନ ଇତ୍ୟାଦି କେତେକ କାର୍ଯ୍ୟକ୍ରମ ମାଧ୍ୟମରେ ଭୋକିଲା ଶିଶୁଙ୍କ ସ୍ଥିତିରେ ସୁଧାର ସମ୍ଭବ ହୋଇପାରେ।
ଶଗଡ଼ା, ବୌଦ୍ଧ
ମୋ- ୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri