Categories: ଫୁରସତ

ବିକଳ୍ପ ଖାଦ୍ୟ ଦ୍ୱାରା ମେଣ୍ଟିବ ଭୋକ…

ହେଲସିଙ୍କ: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍‌ଲାଣ୍ଡର ବୈଜ୍ଞାନିକ ପାଣି, ପବନ ଏବଂ ବିଦ୍ୟୁତ୍‌ ଶକ୍ତିରୁ ବିକଳ୍ପ ଖାଦ୍ୟ ସୋଲେନ୍‌ ତିଆରି କରିଥିବା ଦାବି କରିଛନ୍ତି। ଏହାକୁ ବୈଜ୍ଞାନିକ ଥିନ୍‌ ଏୟାର ଫୁଡ୍‌ ଭାବେ ନାମିତ କରିଛନ୍ତି। ଏହି ଖାଦ୍ୟ ପରିବେଶ ଉପଯୋଗୀ ମଧ୍ୟ ହେବ ବୋଲି ଏହାକୁ ତିଆରି କରିଥିବା କମ୍ପାନୀ ସୋଲାର ଫୁଡସ୍‌ ପକ୍ଷରୁ କୁହାଯାଇଛି। ପୃଥିବୀର ଜନସଂଖ୍ୟା ବଢ଼ିବାଯୋଗୁ ଖାଦ୍ୟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ସୀମିତ ଖାଦ୍ୟ ଉତ୍ସ ଉପରେ ଚାପ ପଡୁଛି। ଏହାଦ୍ୱାରା ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ପରିମାଣ ମଧ୍ୟ ବଢୁଛି। ୧୪.୫ ପ୍ରତିଶତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ କେବଳ ବିଭିନ୍ନ ଖାଦ୍ୟ ଉତ୍ପାଦନ ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହେଉଛି। ଫଳରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ମାତ୍ର ଏହି ବିକଳ୍ପ ଖାଦ୍ୟ ଦ୍ୱାରା କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ତିଆରି ହୋଇଥିବା ସୋଲେନ୍‌ ପ୍ରାକୃତିକ ପ୍ରୋଟିନ୍‌ ଭଳି କାର୍ଯ୍ୟ କରିବାକୁ ସକ୍ଷମ ହେବ ବୋଲି ବୈଜ୍ଞାନିକ କହିଛନ୍ତି।

Share