ଭୋକ ଓ ଭୟ

ହିନ୍ଦୁ ପୁରାଣ ବିଶ୍ୱ(ଦୁନିଆ) ଓ ଜୀବନ ମଧ୍ୟରେ ପ୍ରଭେଦ ଦର୍ଶାଏ। ଦୁନିଆ ଭୌତ୍ତିକ ଓ ରସାୟନ ବିଜ୍ଞାନ ଉପରେ ଆଧାରିତ। ଜୀବନ ଜୀବବିଜ୍ଞାନ ସହ ଜଡ଼ିତ। ଜୀବନ ଅଛି ତ ଭୋକ(କ୍ଷୁଧା) ଓ ଭୟ ଅଛି। ବିନା ଭୋକ ଓ ଭୟରେ ଜୀବନର ମୂଲ୍ୟ କିଛି ନାହିଁ। ବାଇବେଲ ବର୍ଣ୍ଣିତ ଈଶ୍ୱର ଯେତେବେଳେ ବିଶ୍ୱ ସର୍ଜନା କଲେ ସେତେବେଳେ ସେଥିରେ ନିର୍ଜୀବ(ସୂର୍ଯ୍ୟ, ନକ୍ଷତ୍ର, ଭୂପୃଷ୍ଠ, ସମୁଦ୍ର) ଏବଂ ସଜୀବ (ମଣିଷ, ଉଦ୍ଭିଦ, ପଶୁ, ପରୀ) ସୃଷ୍ଟିକଲେ। କିନ୍ତୁ ହିନ୍ଦୁଶାସ୍ତ୍ରରେ ସୃଷ୍ଟି ଓ ବିନାଶ ସବୁକିଛି ଭୋକ ଓ ଭୟ ସହ ଜଡ଼ିତ ଏବଂ ଏହା ହିଁ ଜୀବନର ମୂଳ ରହସ୍ୟ। ବ୍ରହ୍ମା ହେଉଛନ୍ତି ଭୋକର ସୃଷ୍ଟିକର୍ତ୍ତା। ଭୋକ ହିଁ ଜୀବନ ଗଢ଼େ ଏବଂ ଗୋଟିଏ ଜିନିଷକୁ ଜୀବରେ ପରିଣତ କରିଥାଏ। ଏଥିପାଇଁ ଶିକାରୀ ଖାଦ୍ୟ ଚାହେଁ ଏବଂ ଅନ୍ୟପଟେ କୀଟ ଜୀବନ ଲାଗି ସଂଗ୍ରାମ କରେ। ଭଗବାନ୍‌ ଶିବ ହେଉଛନ୍ତି ଭୋକ ତଥା କାମନା ବିନାଶକାରୀ। ଏଣୁ ଯୋଗୀ ଭାବେ ସେ ସମସ୍ତଙ୍କୁ ଯନ୍ତ୍ରଣା ଓ ଅସୁରକ୍ଷାରୁ ମୁକ୍ତ କରିଥାନ୍ତି। ବ୍ରହ୍ମା ଓ ଶିବଙ୍କ ମଧ୍ୟରେ ବିଷ୍ଣୁ ଅଛନ୍ତି, ଯିଏ ଭୋକ ଓ ଭୟର ନିୟନ୍ତ୍ରଣକାରୀ। ସେ ଅନ୍ୟ ଲୋକଙ୍କ ଭୋକ ଓ ଖାଦ୍ୟର ଉପରେ ଧ୍ୟାନ ଦିଅନ୍ତି ଏବଂ ସୁଖ ସନ୍ତୋଷ ଦେବାକୁ ଚେଷ୍ଟା କରନ୍ତି।
ଜଟିଳ ବିଚାର ବା ସିଦ୍ଧାନ୍ତକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଧୁନିକ ଶବ୍ଦାବଳୀ କିମ୍ବା ଖଣ୍ଡବାକ୍ୟ, ଶର୍ଟହ୍ୟାଣ୍ଡ ଯେଭଳି ବ୍ୟବହାର ହୁଏ ସେହିଭଳି ସମାନ ଭାବେ ପୌରାଣିକ ଚରିତ୍ରଗୁଡ଼ିକ ପୁରାଣରେ ବ୍ୟବହାର କରାଯାଇଛି। ବୁଝିବା ଦରକାର ଯେ, ସେସବୁ ହେଉଛି ସାଙ୍କେତିକ, ପରିବର୍ତ୍ତନୀୟ ନୁହନ୍ତି। ସେମାନଙ୍କୁ କାନ୍ଥରେ ପୋଷ୍ଟର ଭାବେ ଲଗାଯାଇ ଦେଖଣାହାରିଙ୍କୁ ପ୍ରଭାବିତ କରାଯାଇପାରେ। କିନ୍ତୁ ସେମାନଙ୍କୁ ଶବ୍ଦାବଳୀ ଭଳି ବ୍ୟବହାର କରାଯାଉଥିବାରୁ ସେମାନେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଏଣୁ ଏସବୁ ସାଙ୍କେତିକ ସ୍ବରୂପ ବଦଳରେ ବିଷୟବସ୍ତୁ ଉପରେ ଧ୍ୟାନଦେବା ଦରକାର। ରାଜନେତା, କାର୍ଯ୍ୟକର୍ତ୍ତା ଏବଂ ଗୁରୁମାନେ ଲିପ୍ତ ଥିବା ଧର୍ମୀୟ ଭାବନା କିମ୍ବା ବିଚାର ଦ୍ୱାରା ବିପଥଗାମୀ ହେବା ଉଚିତ ନୁହେଁ। ମନେରଖିବାକୁ ହେବ ଯେ, ସନ୍ତୋଷ ଅନ୍ବେଷଣ କରିବା ପାଇଁ ପୁରାଣ ଏକ ସାଧନ, ଏକ ମାଧ୍ୟମ। ବ୍ରହ୍ମା, ବିଷ୍ଣୁ ଏବଂ ଶିବ- ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତାଙ୍କ କାହାଣୀ ଯେଉଁ ଋଷି କହିଥିଲେ, ସେ ଥିଲେ ଜଣେ ପୁରାତନ ଭାରତୀୟ ଭବିଷ୍ୟଦ୍ରଷ୍ଟା ତପସ୍ବୀ। ସେ ସବୁକିଛି ଦେଖିପାରୁଥିଲେ, ଯାହା ଅନ୍ୟମାନେ ଦେଖିପାରୁ ନ ଥିଲେ। ସେ ଯାହା ଦେଖୁଥିଲେ ତାହାର ଗୁରୁତ୍ୱପୂର୍ଣ୍ଣ ତଥା ଗଭୀର ତତ୍ତ୍ୱକୁ ବୁଝିପାରୁଥିଲେ ଓ ସେହି ଅନ୍ତର୍ନିହିତ ରହସ୍ୟକୁ ଅନ୍ୟମାନଙ୍କ ସାମ୍ନାକୁ ଆଣୁଥିଲେ। ଏହାସହ ଅନ୍ୟମାନଙ୍କୁ ଏଭଳି କରିବା ପାଇଁ ସାଧନ ମଧ୍ୟ ସୃଷ୍ଟି କରୁଥିଲେ।
ଲୋକମାନେ ଯେଉଁ ଖାଦ୍ୟ ପଛରେ ଧାଇଁଛନ୍ତି ଓ ଦାନ କରୁଛନ୍ତି, ଆମେ ସେସବୁ ଦେଖୁଛେ। ସବୁ ଖାଦ୍ୟ ସମ୍ବଳ(ଲକ୍ଷ୍ମୀ), ଶକ୍ତି(ଦୁର୍ଗା) ଏବଂ ଜ୍ଞାନ(ସରସ୍ବତୀ)ଙ୍କ ସ୍ବରୂପ ଅନ୍ତଃଦୃଷ୍ଟି ଅନ୍ତର୍ନିହିତ ଭୋକ, ଅସୁରକ୍ଷା ଓ ଜିଜ୍ଞାସାକୁ ପରିପ୍ରକାଶ କରି ସବୁ ନିଷ୍ପତ୍ତି ଓ କାର୍ଯ୍ୟ କରେ। ଅନ୍ତର୍ଦୃଷ୍ଟିରେ ଆମେ ଆମ ବାହାରେଥିବା ଆସକ୍ତ ବ୍ରହ୍ମ, ଅନାସକ୍ତ ଶିବ ଓ ସନ୍ତୁଷ୍ଟ ବିଷ୍ଣୁଙ୍କୁ ଦେଖିପାରିବା। କେବଳ ଚିନ୍ତନ ଆମ ନିଜ ଭୋକ, ଅସୁରକ୍ଷା, ଦ୍ୱନ୍ଦ୍ୱ ତଥା ଜିଜ୍ଞାସାକୁ ପରିପ୍ରକାଶ କରେ। ଆମେ ବ୍ରହ୍ମା, ଶିବ ଓ ବିଷ୍ଣୁଙ୍କୁ ଆମ ଭିତରେ ହିଁ ଦେଖିପାରିବା, ଯିଏ ଭୋକ ସୃଷ୍ଟି କରିବା ସହ ତାହାକୁ ନିୟନ୍ତ୍ରଣ ଓ ଶେଷ କରିପାରନ୍ତି। ଏହାସହ ସେମାନେ ମଧ୍ୟ ଆମ ଚାରିପାଖରେ ଥିବା ଭୟକୁ ଦୂର କରିପାରିବେ।
ସୃଷ୍ଟିକର୍ତ୍ତା ବ୍ରହ୍ମା ନିଜେ ଭୋକ କବଳିତ ହୋଇଯାଆନ୍ତି। ଏଥିପାଇଁ ସେ ସୁଯୋଗ ଖୋଜନ୍ତି। ନୀତି ଓ ଶ୍ରମ ସାମ୍ନାକୁ ଆଣନ୍ତି। ସେ ଏଣ୍ଟରପ୍ରାଇଜ୍‌ ସୃଷ୍ଟି କରନ୍ତି। କହିବାକୁ ଗଲେ ତାଙ୍କ ସୁଖ ଓ ଲାଭ ପାଇଁ ଏହି ବିଶ୍ୱ ତିଷ୍ଠିରହିଛି। ସେ ଅନ୍ୟମାନଙ୍କ କଥା ଭାବନ୍ତି ନାହିଁ। ତାଙ୍କ ସୁଖ ପାଇଁ ସେ ଚିନ୍ତିତ। ଅନ୍ୟଙ୍କୁ ନୂ୍ୟନ କରିବାକୁ ସେ ପଦାନୁକ୍ରମ ସୃଷ୍ଟି କରନ୍ତି। ସେ ତାଙ୍କ ଚାରିପାଖରେ ବିଶ୍ୱ ସୃଷ୍ଟି କରିଛନ୍ତି ବୋଲି ଅନୁଭବ କରନ୍ତି ନାହିଁ। ବିଶ୍ୱକୁ ସେ ବାସ୍ତବ ବୋଲି ମନେକରନ୍ତି ଏବଂ ଏହା ତାଙ୍କ ଭୟ ଓ ଅସୁରକ୍ଷାରୁ ସୃଷ୍ଟି ନୁହେଁ ବୋଲି ଭାବନ୍ତି। ସେ ତାଙ୍କ ଚାରିପାଖରେ କେତେ ଭୟ ସୃଷ୍ଟି କରିଛନ୍ତି ତାହା ସେ ଅନୁଭବ କରନ୍ତି ନାହିଁ। ସେ ନିଜେ ଏଥିରେ ଶିକାର ହୋଇଛନ୍ତି ବୋଲି ଭାବନ୍ତି।
ଅନାସକ୍ତ ଶିବ ଦୁନିଆରୁ ଦୂରେଇ ରହନ୍ତି। ସେ ତାଙ୍କ ଆଖି ବନ୍ଦକରି ଦୁନିଆକୁ ଧ୍ୱଂସ କରନ୍ତି। କୈଳାସ ପର୍ବତ ଉଚ୍ଚରେ ଗୁମ୍ଫା ମଧ୍ୟରେ ରହନ୍ତି। ଏହାର ବିପରୀତରେ କୁହାଯାଏ ଯେ, ଶିବ ଜଣେ ‘ବିନାଶକାରୀ’ ଭାବେ ଭାଙ୍ଗିରୁଜି ଦୁନିଆକୁ ଧ୍ୱଂସ କରନ୍ତି ନାହିଁ; ବରଂ ସାମାଜିକ ବ୍ୟବସ୍ଥାଗୁଡ଼ିକୁ ଅଗ୍ରାହ୍ୟ କରନ୍ତି। କଟକଣା ଓ ପଦାନୁକ୍ରମକୁ ଦୂର କରନ୍ତି। ସେ ଅନ୍ୟ କୌଣସି ବ୍ୟକ୍ତି ପରିଚୟକୁ ଗ୍ରହଣ କରନ୍ତି ନାହିଁ। ଏଥିପାଇଁ ଶ୍ମଶାନରେ ତାଙ୍କ ଚିତ୍ର ଅଙ୍କାଯାଇଥାଏ। ଶରୀରରେ ଭସ୍ମ ବୋଳା ହୋଇଥିବା ଓ ହାତରେ ଖପୁରି ଧରିଥିବା ଦେଖିବାକୁ ମିଳେ। ତାଙ୍କ ଦୃଷ୍ଟିରେ ପ୍ରକୃତିରେ କୌଣସି ମୂଲ୍ୟାଙ୍କନ ନାହିଁ। ପ୍ରାଣୀମାନେ ଇଚ୍ଛାରେ ପ୍ରାଧାନ୍ୟ ବିସ୍ତାର କରନ୍ତି ନାହିଁ। ଅସୁରକ୍ଷା ଓ ଭୟ ସହିତ ଖାପ ଖୁଆଇ ଚଳିବା ପାଇଁ ମଣିଷ ନିଜ ଇଚ୍ଛାରେ ପ୍ରଭୁତ୍ୱ ସ୍ଥାପିତ କରିଥାଏ।
ବିଷ୍ଣୁ ହେଉଛନ୍ତି ସୁଖ ସନ୍ତୋଷର ପ୍ରତୀକ। ସେ ଏବଂ ତାଙ୍କ ଅବତାରମାନେ ଅନ୍ୟମାନଙ୍କ କ୍ଷୁଧା ଓ ଭୟକୁ ଦେଖନ୍ତି। ପରିସଂସ୍ଥା ସମ୍ପର୍କରେ କିଭଳି କେହି ଭାବୁନାହାନ୍ତି, ତାହା ମଧ୍ୟ ସେ ଲକ୍ଷ୍ୟ କରନ୍ତି। ସମସ୍ତେ ଖାଉଛନ୍ତି। କେହି ଖୁଆଉ ନାହାନ୍ତି। ପ୍ରକୃତିର ପରିସଂସ୍ଥାରେ ସବୁ ଗଛ ଓ ବନସ୍ପତି ରହିଛି। ଏଠାରେ କୌଣସି ବିଶେଷ ପ୍ରଜାତି ନାହିଁ। ଅନ୍ୟକୁ ନ ଖାଇ ବଞ୍ଚୁଥିବା କୌଣସି ଜୀବ କିମ୍ବା ବ୍ୟକ୍ତି ନାହାନ୍ତି। ଭାରସାମ୍ୟ ରକ୍ଷା ପାଇଁ ଖାଦ୍ୟ ଖାଦକର ଚକ୍ର(ଯିଏ ଅନ୍ୟକୁ ଖାଆନ୍ତି ତାକୁ ଅନ୍ୟମାନେ ମଧ୍ୟ ଖାଇଥାନ୍ତି) ରହିବା ଦରକାର। ସଂଖ୍ୟା ଅଧିକ ହେଲେ ପରିବେଶ ବିଗିଡ଼େ। ଭୟରେ ମଣିଷ ଖାଦ୍ୟ ଠୁଳ କରି ରଖେ, ଯାହା କୃତ୍ରିମ ଅଭାବ ସୃଷ୍ଟିକରେ ଓ ଯୁଦ୍ଧ ହୁଏ। ତେବେ ସରକାରଗୁଡ଼ିକ ଏବେ ନାଗରିକଙ୍କ ଯତ୍ନ ନେବା ପରିବର୍ତ୍ତେ କର୍ପୋରେଶନଗୁଡ଼ିକ ମହାନ୍‌ ହେବାକୁ ଚେଷ୍ଟା କରୁଛନ୍ତି। ଏହା କେବଳ ନିଜର ଅଭିଳାଷ ପାଇଁ ରାବଣର ଲଙ୍କା ପୋଡ଼ି ଛାର୍‌ଖାର ହେବାଭଳି କଥା। ଦୁର୍ଯ୍ୟୋଧନର ଈର୍ଷା ଓ ଘୃଣା କାରଣରୁ ହସ୍ତିନାପୁର ଲୋକଙ୍କୁ ଯୁଦ୍ଧର ସାମ୍ନା କରିବା ପଡ଼ିଥିଲା, ଯେଉଁଥିରେ ସେମାନଙ୍କର କୌଣସି ନେଣ-ଦେଣ ନ ଥିଲା। ପାଳନକର୍ତ୍ତା ବିଷ୍ଣୁ ଯୁଦ୍ଧ କରନ୍ତି ନାହିଁ। ଯୁଦ୍ଧ ସଂସ୍କୃତିର ମୂଳ ଢାଞ୍ଚାକୁ ଭାଙ୍ଗିରୁଜି ଦେଇଥାଏ। ବିଷ୍ଣୁ ସାକ୍ଷାତ୍‌ ସନ୍ତୋଷର ସ୍ବରୂପ। ସେ କେବଳ ଅନ୍ୟମାନଙ୍କ କ୍ଷୁଧାକୁ ନେଇ ଚିନ୍ତିତ ହୋଇପାରନ୍ତି। କିନ୍ତୁ ଯେଉଁମାନେ ଯୁଦ୍ଧ କରୁଛନ୍ତି ସେମାନେ କେବେ ବି ବିବିଧତା କିମ୍ବା ଏକତାକୁ ନେଇ ଚିନ୍ତା କରିବେ ନାହିଁ। ବ୍ରହ୍ମା ହିଁ ଅନ୍ୟମାନଙ୍କୁ ଖାଇବାକୁ ଦେବା ଲାଗି ନିଜକୁ ପ୍ରସ୍ତୁତ ରଖିବାରେ ସଦାବ୍ୟସ୍ତ।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

ଇରାନ୍‌ ଗୋଇନ୍ଦା ମନ୍ତ୍ରୀଙ୍କୁ ହତ୍ୟା

ତେଲ୍‌ ଆଭିଭ୍‌ ,୧୯ା୩: ଇରାନ୍‌କୁ ବୁଧବାର ପୁଣି ଶକ୍ତ ଧକ୍କା ଲାଗିଛି। ଇସ୍ରାଏଲ ଆକ୍ରମଣରେ ଇରାନ୍‌ର ଗୋଇନ୍ଦା ବିଭାଗ ମନ୍ତ୍ରୀ ଇସ୍‌ମାଇଲ ଖାତିବ୍‌ ନିହତ ହୋଇଛନ୍ତି। ମଙ୍ଗଳବାର…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri