ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ଏକାଠି ହୋଇ ବର୍ଷିଲେ ଶତାଧିକ ମହିଳା

ମହାକାଳପଡ଼ା,୪ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅଲେଖ ସୁନ୍ଦରୀ ପୀଠରେ ରବିବାର ୨୨ ନମ୍ବର ଜୋନସ୍ତରୀୟ ଭାଜପା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ବଡକୂଳ ପଞ୍ଚାୟତ ସରପଞ୍ଚ ପ୍ରଜ୍ଞା ପାରମିତା କର ଯୋଗଦେଇଥିଲେ। ଲୋକ ସଭାରେ କଂଗ୍ରେସ ଦଳ ସହ ଇଣ୍ଡି ମେଣ୍ଟଭୁକ୍ତ ଦଳଙ୍କ ବିରୋଧ ଯୋଗୁ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍‌ ଯେପରି କାଟ୍‌ ଖାଇଲା ସେଥିନେଇ ସେ ବର୍ଷିଥିଲେ। ଏ ନେଇ ଜନସାଧାରଣ ବିଶେଷ କରି ଦେଶର ମହିଳାମାନଙ୍କୁ ଅବଗତ କରିବା ପାଇଁ ଏହି ସମାବେଶର ଆୟୋଜନ ବୋଲି ସେ କହିଥିଲେ। ଆଇନଜୀବୀ ତଥା ଯୁବ ନେତା ଗୋବିନ୍ଦ ଦାସ ବକ୍ତବ୍ୟ ରଖି କହିଥିଲେ, ଦେଶ ପ୍ରଗତିରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ୨୨ ନମ୍ବର ଜୋନ ସଭାପତି ପବିତ୍ର ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ମହିଳା ସମାବେଶରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Share