Posted inଫୁରସତ

ଜୋତା ପ୍ରେମରେ ମହିଳା, ବେଡ୍‌ରୁମ୍‌ରେ ଟାଙ୍ଗିଛନ୍ତି ଶହଶହ ଜୋତା

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପସନ୍ଦ,ନାପସନ୍ଦ ରହିଛି। ଅନେକ ଲୋକ ସବୁବେଳେ ଭିନ୍ନ କିଛି କରିବାକୁ ଚାହିଁଥାନ୍ତି। କେହି କେହି ପୁରୁଣା ଟଙ୍କା ସଂଗ୍ରହ କରି ରଖିଥାନ୍ତି ତ କେହି କେହି ଟିକେଟ। ସେହିପରି କାନାଡାରେ ରହୁଥିବା ଜଣେ ମହିଳାଙ୍କର ଏକ ଅଜବ ସୌକ୍‌ ରହିଛି। ସେ ଭଳି କି ଭଳି ଜୋତା କିଣିବାକୁ ଭଲପାଆନ୍ତି। ଜୋତାକୁ ଏତେ ଭଲ ପାଆନ୍ତି ଯେ, ସେ ତାଙ୍କ ବେଡ୍‌ରୁମ୍‌କୁ ଖାଲି ଜୋତାରେ ସଜାଇଛନ୍ତି।

ରିୟାନ ନାମକ ଏହି ମହିଳା ଜଣକ ବଜାରରେ ଯେଉଁ ଜୋତା ତାଙ୍କର ପସନ୍ଦ ହୁଏ ସେ ସଙ୍ଗେ ସଙ୍ଗେ କିଣି ଆଣନ୍ତି। ଏବେ ସେ ତାଙ୍କର ଶୋଇବା ଘର କାନ୍ଥକୁ କେବଳ ଜୋତାରେ ସଜାଇଛନ୍ତି। ତାଙ୍କର ଏହି ଅଭ୍ୟାସ ଯୋଗୁ ଲୋକେ ତାଙ୍କୁ ‘କ୍ରୋକ୍‌ କୁଇନ୍‌’ ବୋଲି ଡାକିଥାନ୍ତି।

ଏକଥା ନିଜେ ରିୟାନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି। ସେ ଏକ ଛୋଟ ଭିଡିଓରେ ନିଜର କ୍ରୋକ୍‌ସ କଲେକ୍ସନ ମଧ୍ୟ ପ୍ରଦର୍ଶନ କରିଛନ୍ତି, ଯାହା ଅତ୍ୟନ୍ତ ଆକର୍ଷଣୀୟ। ରିୟାନ ତାଙ୍କ ଶୋଇବା ଘରର ଏକ ଫଟୋ ଦେଖାଇଛନ୍ତି। ସେ କିପରି ଭଳି କି ଭଳି ରଙ୍ଗୀନ ଜୋତାକୁ ପୂରା କାନ୍ଥରେ ଟାଙ୍ଗିଛନ୍ତି। ୧୧୪ ହଳ ଜୋତା ସେ ତାଙ୍କ ବେଡ୍‌ରୁମ୍‌ରେ ରଖିଛନ୍ତି। ରିୟାନଙ୍କର ୩ ଲକ୍ଷ ଫଲୋଅର୍ସ ଅଛନ୍ତି ଏବଂ ସେ କ୍ରୋକ୍‌ସ ଆମ୍ବାସାଡର ହେବାକୁ ଯୋଗ୍ୟ ବୋଲି ଅନେକ ୟୁଜର ଦାବି କରିଛନ୍ତି।

ରିୟାନଙ୍କ ଏହି ପୋଷ୍ଟରେ ଅନେକ ୟୁଜର କହିଥିଲେ, ଜୋତା ପ୍ରତି କ’ଣ ଏବେ ବି ଦୁର୍ବଳତା ରହିଛି। କିଛି ଲୋକ ନିଜ ନିଜ ପାଖରେ ଥିବା ଜୋତାର ସଂଖ୍ୟା ମଧ୍ୟ କହିଥିଲେ। ରିୟାନ କହିଛନ୍ତି, ତାଙ୍କ ପାଖରେ କେବଳ ଶହ ଶହ କ୍ରୋକ ନାହିଁ, ସେ ପିନ୍ଧିବା ପାଇଁ ୭୭୦ଟି ଆସେସରିଜ ମଧ୍ୟ କିଣିଛନ୍ତି, ଯାହା ତାଙ୍କ ଲୁକ୍‌ ମଧ୍ୟ ବଦଳାଇ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri