ସମୁଦ୍ରକୂଳରେ ଶହ ଶହ ମୃତ ପକ୍ଷୀ, ଭୂତାଣୁ ସଂକ୍ରମଣ ଆଶଙ୍କା…

ମସ୍କୋ,୩।୧୦: ରୁଷିଆର ସମୁଦ୍ର କୂଳରେ ଶହ ଶହ ମୃତ ପକ୍ଷୀ ପଡ଼ି ରହିଛନ୍ତି। ସ୍ଥାନୀୟ ଅଜୋଭ ସାଗର କୂଳରେ ଥିବା ଆରାବାଟ୍‌ ସ୍ପିଟ୍‌ରେ ଏତେ ସଂଖ୍ୟକ ମୃତ ପକ୍ଷୀଙ୍କୁ ଦେଖି ପରିବେଶବିତ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୭୦୦୦ରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ କିଭଳି ଘଟିଲା ସେ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।

ମୃତ ପକ୍ଷୀଙ୍କ ମଧ୍ୟରେ କଳା ବେକ ଗ୍ରୀବ୍ସ, ସମୁଦ୍ର ପାରା, ଗୁଲ୍‌ ଆଦି ପ୍ରଜାତି ରହିଛନ୍ତି। ଭୂତାଣୁ ସଂକ୍ରମଣ ଯୋଗୁ ଏଭଳି ହୋଇଥିବା କ୍ରିମିୟନ୍‌ ଫେଡେରାଲ ୟୁନିଭରସିଟିର ପ୍ରଫେସର ଗ୍ରେଗୋରି ପ୍ରୋକୋପୋଓ୍ବ ସୂଚନା ଦେଇଛନ୍ତି। କୌଣସି ବିଷାକ୍ତ ପଦାର୍ଥ ଖାଇବା ଦ୍ୱାରା ଏଭଳି ହୋଇ ନ ଥିବା ସେ କହିଛନ୍ତି।

ଜାରି ହୋଇଥିବା ଏକ ଭିଡ଼ିଓରେ କିଛି ପକ୍ଷୀ ନିଜ ଚାରିପଟେ ଗୋଲ ଗୋଲ ବୁଲିବା ସହିତ ଶେଷରେ ନିସ୍ତେଜ ହୋଇ ତଳେ ପଡ଼ି ଯାଇଥିବାର ଦେଖିବାକୁ ମିଳୁଛି। ମୃତ ପକ୍ଷୀଙ୍କ ତନ୍ତ୍ରିକା ତନ୍ତ୍ରରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ପ୍ରାଣୀ ବିଜ୍ଞାନୀ ଏହାର କାରଣ ସମ୍ପର୍କରେ ସନ୍ଧାନ ଜାରି ରଖିଛନ୍ତି। ଏବେ ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

୫ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରି ଅଖାରେ ପୂରାଇ ଦେଲେ ଧନେଶ୍ୱର: ଆଉ ତା’ପରେ…

ଦୁର୍ଗ,୧୨ା୪(ପି.ଟି.):ଛତିଶଗଡ଼ର ଦୁର୍ଗ ଜିଲାରେ ଜଣେ ୫ ବର୍ଷୀୟା ବାଳିକାଙ୍କୁ ଜଣେ ଅଭିଯୁକ୍ତ ଅପହରଣ କରିନେଇ ବଳାତ୍କାର କରିବା ପରେ ପୀଡ଼ିତାଙ୍କୁ ଅଖାରେ ଭର୍ତ୍ତିକରି ଏକ କୂଅ ନିକଟରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri