ସୀମାରେ ଅଟକିଛି ଶତାଧିକ କୋଇଲା ଟ୍ରକ୍‌

ଝାରସୁଗୁଡ଼ା ଅଫିସ/ସୁନ୍ଦରଗଡ଼/ହେମଗିର,୧୬ା୧୦(ଡି.ଏନ୍‌.ଏ.): କୋଇଲା ପରିବହନ ଭଡ଼ା ଓ ଲୋଡିଂ କ୍ଷେତ୍ରରେ ଛତିଶଗଡ଼ ରାୟଗଡ଼ ଅଞ୍ଚଳର କୋଇଲା ଟ୍ରକ୍‌ଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ରାୟଗଡ଼ର ଟ୍ରେଲର ଆସୋସିଏଶନ ତରଫରୁ ଗତ ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଓଡ଼ିଶା ଟ୍ରକ୍‌ଗୁଡିକୁ ଛତିଶଗଡ଼ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଫଳରେ ଛତିଶଗଡ଼-ଝାରସୁଗୁଡ଼ା ସୀମାନ୍ତ ୪୯ନଂ. ଜାତୀୟ ରାଜପଥର କନକତୋରା ଓ ଛତିଶଗଡ଼-ସୁନ୍ଦରଗଡ଼ ସୀମାନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଟପରିଆ ନିକଟରେ ହଜାର ହଜାର କୋଇଲା ବୋଝେଇ ଗାଡ଼ି ଅଟକି ରହିଥିଲା। ଫଳରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଅଞ୍ଚଳରେ ଥିବା ଏମ୍‌ସିଏଲ୍‌ ଓ ଅନ୍ୟାନ୍ୟ ଖଣିରୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ରାୟଗଡ଼ ଅଞ୍ଚଳରେ ଥିବା କଳକାରଖାନାକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା। କୋଇଲା ବୋଝେଇ ଗାଡ଼ି ଶହ ଶହ ସଂଖ୍ୟାରେ ଅଟକିବା ଯୋଗୁ ୪୯ନଂ. ଜାତୀୟ ରାଜପଥ ଅବରୋଧ ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ସେହିପରି ସୁନ୍ଦରଗଡ଼-ରାୟଗଡ଼ ମଧ୍ୟରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଖବର ପାଇ ଶନିବାର ମଧ୍ୟାହ୍ନରେ ଝାରସୁଗୁଡ଼ା ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସୀମାନ୍ତ କନକତୋରା ନିକଟରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଝାରସୁଗୁଡ଼ା ଜିଲା ପ୍ରଶାସନ ତରଫରୁ ଲଖନପୁର ତହସିଲଦାର ବିଶ୍ବକେଶନ ପାଣ୍ଡେ, ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ, ରେଙ୍ଗାଲି ଆଇଆଇସି କ୍ରେସାନିଆ ସାମରିଆ, ବ୍ରଜରାଜନଗର ଟ୍ରକ୍‌ ଆସୋସିଏଶନ ସଭାପତି ଦେବ ଦାଶ, ସମ୍ପାଦକ ରାଜା ପୁରୋହିତ, ବନ୍ଧବାହାଲ ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତା, ଛତିଶଗଡ଼ ରାୟଗନ ବିଧାୟକ ପ୍ରକାଶ ନାୟକ, ରାୟଗଡ଼ ଟ୍ରେଲର ଆସୋସିଏଶନ କର୍ମକର୍ତ୍ତା ଆଶିଷ ଯାଦବ, ଝୋଟ ମିଲ୍‌ ଥାନା ପୋଲିସ ସାମିଲ ହୋଇଥିଲେ। ଛତିଶଗଡ଼ ଟ୍ରେଲର ଆସୋସିଏଶନର ଅଭିଯୋଗ ରହିଥିଲା ଯେ ସମ୍ବଲପୁର ଜିଲା ଖିଣ୍ଡା ତଲାବିରା କୋଲ୍‌ ମାଇନ୍ସ ଓ ସୁନ୍ଦରଗଡ଼ କୋଇଲା ଖଣିରେ ଛତିଶଗଡ଼ ଟ୍ରକ୍‌, ଟ୍ରେଲରକୁ ଓଡ଼ିଶା ଟ୍ରେଲର ତୁଳନାରେ କମ୍‌ ମାଲ୍‌ ଲୋଡିଂ ଦିଆଯାଉଛି। ଏହାସହ ପ୍ରତି ଲୋଡିଂ ପିଛା ଭଡ଼ା ମଧ୍ୟ କମ୍‌ ଦିଆଯାଉଛି। ଏହାର ସମାଧାନ କରାଯିବ ବୋଲି ପ୍ରଶାସନର ପ୍ରତିଶ୍ରୁତି ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri