ମିଳିତ ଜାତିସଂଘର ଦାବି ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଶହ ଶହ ଲୋକଙ୍କର ହେଲାଣି ମୃତ୍ୟୁ

ନ୍ୟୁୟର୍କ.୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଲାଣି । ତେବେ ଏହାରି ଭିତରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ । ୟୁଏନଏଚସିଏଚଆର କହିଛି ଯୁଦ୍ଧ ଆରମ୍ଭ ହେବା ପରେ ଅତିକମରେ ୫୭୯ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୦୦୦ରୁ ଅଧିକ ଲୋକ ଆହତ ହେଲେଣି । ତେବେ ମୃତକଙ୍କ ମଧ୍ୟରେ ୪୩ ଶିଶୁ ଥିବା ବି ଦାବି କରାଯାଇଛି ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଜେନେଭା ସ୍ଥିତ କାର୍ଯ୍ୟାଳୟରେ ୫୬୪ ଲୋକଙ୍କ ମୃତ୍ୟୁ ହେବା ସହ ୯୮୨ ଜଣ ଆହତ ହୋଇଥିବା ଦର୍ଶାଯାଇଥିଲା । ତେବେ ମୃତକଙ୍କ ସଂଖ୍ୟା ବାସ୍ତବରେ ଅଧିକ ହେବ ବୋଲି ବି କୁହାଯାଇଛି । ବିସ୍ଫୋରଣ ଯୋଗୁ ଅଧିକାଂଶ ଲୋକ ପ୍ରାଣ ହରାଇଥିବା କୁହାଯାଇଛି ।

Share