ବାଣ ଫୁଟି ଶତାଧିକ ପକ୍ଷୀ ମୃତ

ରୋମ, ୩ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଉତ୍ସବ ପାଳନ ପାଇଁ ବାଣ ଫୁଟାଯିବା ଯୋଗୁ ଇଟାଲୀର ରୋମରେ ପ୍ରାଣ ହରାଇଛନ୍ତି ଶହ ଶହ ପକ୍ଷୀ। ପ୍ରକୃତିକୁ ଧ୍ୱଂସ କରିଚାଲିଥିବା ମଣିଷର ଏଭଳି କାର୍ଯ୍ୟକଳାପକୁ ପ୍ରାଣୀ ପ୍ରେମୀ ସାମୂହିକ ‘ନରସଂହାର’ ଆଖ୍ୟା ଦେଇଛନ୍ତି। ରୋମର ମୁଖ୍ୟ ରେଳ ଷ୍ଟେସନ ନିକଟ ରାସ୍ତାରେ ବ୍ୟାପକ ସଂଖ୍ୟାରେ ମୃତ ପକ୍ଷୀ ଗଦା ହୋଇଯାଇଥିବା ଦେଖିବାକୁ ମିଳିଛି। ଆତସବାଜି ନିଆଁ ଓ ଉଚ୍ଚ ଶବ୍ଦ ଯୋଗୁ ଏତେ ସଂଖ୍ୟାରେ ପକ୍ଷୀ ମରିଥିବା ଅନ୍ତର୍ଜାତୀୟ ପକ୍ଷୀ ସୁରକ୍ଷା ସଂଗଠନ ପକ୍ଷରୁ କୁହାଯାଇଛି।

Share