ବନ୍ଧବାହାଲ, ନୂଆଡିହିର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଝାରସୁଗୁଡ଼ା ଅଫିସ୍‌,୨୩ା୫: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ଏବେ ଜୋର ଧରିଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ରଣନୀତି ପ୍ରସ୍ତୁତ ଚାଲିଛି। ଏହି ସମୟରେ କର୍ମୀଙ୍କ ଦଳବଦଳ ପର୍ବ ଚାଲିଛି। ବ୍ରଜରାଜନଗର ଇଏସ୍‌ଆଇ ଛକସ୍ଥିତ କଂଗ୍ରେସ ନିର୍ବାଚନ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ା ଏଥିରେ ବନ୍ଧବାହାଲ ଓ ଗାନ୍ଧୀଛକ ନୂଆଡିହି ଅଞ୍ଚଳର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ଜିଲା ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସ, ଜିଲା ଓବିସି ସେଲ୍‌ ଅଧ୍ୟକ୍ଷ ସୁବ୍ରତ ପ୍ରଧାନ ଓ ବ୍ରଜରାଜନଗର ଟାଉନ୍‌ ସଭାପତି ପ୍ରଫୁଲ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଯୋଗ ଦେଇଥିବା ନୂତନ କର୍ମୀଙ୍କୁ ସ୍ବାଗତ କରିଥିଲେ ା