ଅମଳ ହୋଇନି ଶତାଧିକ ଏକର ଜମିର ଧାନ

ଜଳେଶ୍ୱର,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁରେ ପ୍ରତିକୂଳ ପାଗ ସତ୍ତ୍ୱେ ବାଲେଶ୍ୱର ଜିଲ ଜଳେଶ୍ୱର ବ୍ଲକର ଚାଷୀମାନେ ଖରିଫ ଧାନଚାଷ ରୁଆପୋତା କରିଥିଲେ। କିନ୍ତୁ ଚକଡାପୋକର ପ୍ରାଦୁର୍ଭାବ ଯୋଗୁ ଅମଳ ବେଳକୁ ଶତାଧିକ ଏକର ଜମିର ଚାଷ ନଷ୍ଟ ହୋଇଛି। କେଣ୍ଡାରେ ଗୋଟିଏ ଧାନ ନ ଥିବା ବେଳେ ଗଛଗୁଡିକ ଶୁଖିଯାଇ ଜମିରେ ଛିଡା ହୋଇଛି।
ନିର୍ଦ୍ଦିଷ୍ଟ ସମୟରେ ବର୍ଷା ହୋଇ ନ ଥିବାରୁ ଖରିଫ ଧାନଚାଷର ତଳି ନିର୍ଦ୍ଦିଷ୍ଟ ସମୟରେ ପଡିପାରି ନ ଥିଲା।
ପରେ ରୁଆପୋତା ଚାଲିଥିବା ବେଳେ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ସୁବର୍ଣ୍ଣରେଖାର ବନ୍ୟା ବିସ୍ତୀର୍ଣ୍ଣ ଅଞ୍ଚଳ ବୁଡାଇ ଦେଇଥିଲା। ତଥାପି ଚାଷୀମାନେ ପ୍ରାୟ ୧୯ହଜାର ହେକ୍ଟର ଜମିରୁ ଅଧିକ ରୁଆପୋତା କରିପାରିଥିଲେ। କିନ୍ତୁ ଏଥିରୁ ୧୨୫୮ ହେକ୍ଟର ଜମିର ଚାଷ ବନ୍ୟା ଓ ବର୍ଷାପାଣିରେ ନଷ୍ଟ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ଥୋଡ ସମୟରେ ବିଭିନ୍ନ ସ୍ଥାନରେ ବିସ୍ତୃତ ଭାବେ ଚକଡାପୋକ ପ୍ରାଦୁର୍ଭାବ ଦେଖାଦେଇଥିଲା। ଏନେଇ କୃଷି ଅଧିକାରୀ, କୃଷି ବୈଜ୍ଞାନିକମାନେ ବାରମ୍ବାର ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ଓ ଚାଷୀଙ୍କ ମଧ୍ୟରେ ସଚେତନତା କରିଥିଲେ। ପରିସ୍ଥିତି ଏପରି ଥିଲା କୌଣସି କୀଟମରା ଔଷଧ ବାରମ୍ବାର ସ୍ପେ କରି ମଧ୍ୟ ଚାଷୀମାନେ ଉପକୃତ ହୋଇପାରି ନ ଥିଲେ। ଏବେ ଧାନକଟା ଚାଲିଥିବା ବେଳେ ଚକଡାପୋକ ଲାଗିଥିବା ଜମିରେ ଗୋଟିଏ ହେଲେ ଧାନକେଣ୍ଡା ନାହିଁ। ଏପରିକି ସେ ସ୍ଥାନର ଧାନଗଛଗୁଡିକ ପୋଡିଗଲା ଭଳି ହୋଇଛି। ଚାଷୀମାନେ ଏପରି ଶହ ଶହ ଏକର ଜମିର ଚାଷ ବିଲରେ ଛାଡି ଦେଇଛନ୍ତି। ସେ ଧାନଗଛଗୁଡିକୁ ଗୋରୁମାନେ ମଧ୍ୟ ଛୁଉଁନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଚାଷୀ କାଟିବାକୁ ଅମଙ୍ଗ ଥିବା ବେଳେ ରବିଋତୁରେ ଧାନ ରୁଆପୋତା କରିବା ଅସମ୍ଭବ ହୋଇପଡିଛି।
ଚକଡାପୋକ ଦ୍ୱାରା ଏପରି ଅମଳ ହୋଇ ନ ଥିବା ଧାନକ୍ଷେତର ପରିମାଣ ତଦନ୍ତ ହେବା ସହିତ ଚାଷୀମାନଙ୍କୁ ରବି ଋତୁ ସହାୟତା ଯୋଗାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri