ଅମଳ ହୋଇନି ଶତାଧିକ ଏକର ଜମିର ଧାନ

ଜଳେଶ୍ୱର,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁରେ ପ୍ରତିକୂଳ ପାଗ ସତ୍ତ୍ୱେ ବାଲେଶ୍ୱର ଜିଲ ଜଳେଶ୍ୱର ବ୍ଲକର ଚାଷୀମାନେ ଖରିଫ ଧାନଚାଷ ରୁଆପୋତା କରିଥିଲେ। କିନ୍ତୁ ଚକଡାପୋକର ପ୍ରାଦୁର୍ଭାବ ଯୋଗୁ ଅମଳ ବେଳକୁ ଶତାଧିକ ଏକର ଜମିର ଚାଷ ନଷ୍ଟ ହୋଇଛି। କେଣ୍ଡାରେ ଗୋଟିଏ ଧାନ ନ ଥିବା ବେଳେ ଗଛଗୁଡିକ ଶୁଖିଯାଇ ଜମିରେ ଛିଡା ହୋଇଛି।
ନିର୍ଦ୍ଦିଷ୍ଟ ସମୟରେ ବର୍ଷା ହୋଇ ନ ଥିବାରୁ ଖରିଫ ଧାନଚାଷର ତଳି ନିର୍ଦ୍ଦିଷ୍ଟ ସମୟରେ ପଡିପାରି ନ ଥିଲା।
ପରେ ରୁଆପୋତା ଚାଲିଥିବା ବେଳେ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଓ ସୁବର୍ଣ୍ଣରେଖାର ବନ୍ୟା ବିସ୍ତୀର୍ଣ୍ଣ ଅଞ୍ଚଳ ବୁଡାଇ ଦେଇଥିଲା। ତଥାପି ଚାଷୀମାନେ ପ୍ରାୟ ୧୯ହଜାର ହେକ୍ଟର ଜମିରୁ ଅଧିକ ରୁଆପୋତା କରିପାରିଥିଲେ। କିନ୍ତୁ ଏଥିରୁ ୧୨୫୮ ହେକ୍ଟର ଜମିର ଚାଷ ବନ୍ୟା ଓ ବର୍ଷାପାଣିରେ ନଷ୍ଟ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ଥୋଡ ସମୟରେ ବିଭିନ୍ନ ସ୍ଥାନରେ ବିସ୍ତୃତ ଭାବେ ଚକଡାପୋକ ପ୍ରାଦୁର୍ଭାବ ଦେଖାଦେଇଥିଲା। ଏନେଇ କୃଷି ଅଧିକାରୀ, କୃଷି ବୈଜ୍ଞାନିକମାନେ ବାରମ୍ବାର ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ଓ ଚାଷୀଙ୍କ ମଧ୍ୟରେ ସଚେତନତା କରିଥିଲେ। ପରିସ୍ଥିତି ଏପରି ଥିଲା କୌଣସି କୀଟମରା ଔଷଧ ବାରମ୍ବାର ସ୍ପେ କରି ମଧ୍ୟ ଚାଷୀମାନେ ଉପକୃତ ହୋଇପାରି ନ ଥିଲେ। ଏବେ ଧାନକଟା ଚାଲିଥିବା ବେଳେ ଚକଡାପୋକ ଲାଗିଥିବା ଜମିରେ ଗୋଟିଏ ହେଲେ ଧାନକେଣ୍ଡା ନାହିଁ। ଏପରିକି ସେ ସ୍ଥାନର ଧାନଗଛଗୁଡିକ ପୋଡିଗଲା ଭଳି ହୋଇଛି। ଚାଷୀମାନେ ଏପରି ଶହ ଶହ ଏକର ଜମିର ଚାଷ ବିଲରେ ଛାଡି ଦେଇଛନ୍ତି। ସେ ଧାନଗଛଗୁଡିକୁ ଗୋରୁମାନେ ମଧ୍ୟ ଛୁଉଁନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଚାଷୀ କାଟିବାକୁ ଅମଙ୍ଗ ଥିବା ବେଳେ ରବିଋତୁରେ ଧାନ ରୁଆପୋତା କରିବା ଅସମ୍ଭବ ହୋଇପଡିଛି।
ଚକଡାପୋକ ଦ୍ୱାରା ଏପରି ଅମଳ ହୋଇ ନ ଥିବା ଧାନକ୍ଷେତର ପରିମାଣ ତଦନ୍ତ ହେବା ସହିତ ଚାଷୀମାନଙ୍କୁ ରବି ଋତୁ ସହାୟତା ଯୋଗାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri