ନଦୀ ଆଁରେ ଲୀନ ହେଲାଣି ଶତାଧିକ ଏକର ଚାଷଜମି

ପଟ୍ଟାମୁଣ୍ଡାଇ,୧୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ପ୍ରତିବର୍ଷ କାଣି ଓ ବ୍ରାହ୍ମଣୀ ନଦୀ ବନ୍ୟାରେ ତଟବର୍ତ୍ତୀ ଜମିର ଫସଲ ନଷ୍ଟ ହେଉଛି। ପ୍ରବଳ ବନ୍ୟାରେ ବହୁ ଚାଷ ଜମି ବାଲିଚର ହେଉଛି। ନଦୀ ତଟବର୍ତ୍ତୀ ଜମିର ସୁରକ୍ଷା ପାଇଁ ଉଭୟ ନଦୀ ପାର୍ଶ୍ୱରେ ତଟବନ୍ଧ ବିଭାଗ ପକ୍ଷରୁ ଏସ୍‌କେଫ୍‌ ନିର୍ମାଣ ସହ ନଦୀକୂଳରେ ପଥର ପ୍ୟାକିଂ କରାଯିବାକୁ ଧୋୟାଞ୍ଚଳ ଚାଷୀମାନଙ୍କ ପକ୍ଷରୁ ଦାବି ହୋଇଛି। ହେଲେ ତଟବନ୍ଧ ବିଭାଗ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉନାହଁ ବୋଲି ଅଭିଯୋଗ ହେଉଛି ।
ଧୋୟାଞ୍ଚଳ ସିଂହଗାଁ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ଅଣ୍ଢରା, ଅମୃତମଣୋହି ଓ ବଲୁରିଆ ପଞ୍ଚାୟତ ଗ୍ରାମଗୁଡିକର ଦକ୍ଷିଣ ପାର୍ଶ୍ୱରେ ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଥିବା ବେଳେ ବାମପାର୍ଶ୍ୱରେ କାଣି ନଦୀ ପ୍ରବାହିତ ହେଉଛି। ଏହି ନଦୀ ନିକଟବର୍ତ୍ତୀ ଗ୍ରାମ ଓ ଚାଷ ଜମି ପାଇଁ ମାଡ଼ି ଆସୁଛି ବିପଦ । ନଦୀ ଆଁରେ ଲୀନ ହୋଇଯିବାକୁ ବସିଛି ଶତାଧିକ ଏକର ଚାଷଜମି । କିଛି ଜମି ନଦୀ ଗର୍ଭରେ ଲୀନ ହୋଇ ସାରିଥିବା ବେଳେ ନଦୀର କରାଳ ରୂପ ଗ୍ରାମବାସୀଙ୍କ ଚିନ୍ତା ବଢାଇ ଦେଇଛି । ଯାହାକୁ ନେଇ ଆଶା ଓ ଆଶଙ୍କାରେ ଗ୍ରାମବାସୀ ଦିନ କାଟୁଛନ୍ତି। ଦିନକୁ ଦିନ ନଦୀ ନିଜର ଆୟତନ ବୃଦ୍ଧି କରିବା ସହିତ ଗତିପଥ ବଦଳାଇ ଗ୍ରାମ ଆଡକୁ ମାଡ଼ି ଆସୁଛି। ସେଥିପାଇଁ ବନ୍ୟା ସମୟରେ ନଦୀ କୂଳ ଖାଇବାରେ ଲାଗିଛି । ଇତିମଧ୍ୟରେ ନଦୀ ଗର୍ଭରେ ପ୍ରାୟ ୧୦୦ ଏକର ଚାଷ ଜମି ଲୀନ ହୋଇ ସାରିଛି । ବିଶେଷକରି ଧାନ ଏବଂ ପରିବା ଜମି ନଦୀରେ ମିଶିଛି। ଆଡିବନ୍ଧରେ ପଥର ପ୍ୟାକିଂ କରିବା ନିମନ୍ତେ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେଥିରେ କୌଣସି ସୁଫଳ ମିଳିପାରିନାହିଁ । ରାଜ୍ୟ ସରକାର ପ୍ରତିବର୍ଷ ପଥର ପ୍ୟାକିଂ ବନ୍ଧ ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରି ବିଭିନ୍ନ ବନ୍ଧର ରକ୍ଷଣାବେକ୍ଷଣ ନାଁରେ ଅର୍ଥ ବ୍ୟୟ କରୁଥିବା ଅଭିଯୋଗ ହେଉଛି।
ବ୍ରହ୍ମଣୀ ଓ କାଣୀ ନଦୀ ପାର୍ଶ୍ୱରେ ୨ ମିଟର ଉଚ୍ଚତା ବିଶିଷ୍ଟ ପଥର ବନ୍ଧ (ଏସ୍‌କେଫ୍‌) ନିର୍ମାଣ କରାଗଲେ ଚାଷୀମାନଙ୍କ ବହୁ ଦିନର ସମସ୍ୟା ଦୂର ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ବେଳେ ନଦୀ ପାଖ ଜମି ଓ ଗ୍ରାମର ସୁରକ୍ଷା ପାଇଁ ଅନେକ ସ୍ଥାନରେ ଏସ୍‌କେଫ୍‌ ନିର୍ମାଣ ସହିତ ପଥର ପ୍ୟାକିଂ କରାଯାଇଛି। ମାତ୍ର ଆଳି ତଟବନ୍ଧ ବିଭାଗ ଅଧୀନରେ ଥିବା ବ୍ରାହ୍ମଣୀ ବାମ ପାର୍ଶ୍ୱ ଓ କାଣୀନଦୀ ଦକ୍ଷିଣ ପାର୍ଶ୍ୱ ଜମି ଓ ଗ୍ରାମର ସୁରକ୍ଷା ନିମନ୍ତେ କୌଣସି ପଦକ୍ଷେପ ନିଆଯାଉନାହଁ। ଏହି ସମସ୍ୟା ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସମେତ ନିର୍ବାଚିତ ପ୍ରତିନିଧି ପଦକ୍ଷେପ ନେବା ଜରୁରୀ ବୋଲି ସିଂହଗଁା ସମିତି ସଭ୍ୟ ଅଭୟ ସ୍ବାଇଁ, ଅଣ୍ଢରା ସରପଞ୍ଚ କଳ୍ପନା ଜେନା, ଅମୃତମଣୋହି ସରପଞ୍ଚ ନିରୁପମା ଦାସ, ପେଣ୍ଠପାଳ ସରପଞ୍ଚ ଅନ୍ନପୁର୍ଣ୍ଣା ସେଠୀ, ସାମାଜିକ କର୍ମୀ ହିମାଂଶୁ ବିଶ୍ୱାଳ, ନରେନ୍ଦ୍ର ଧଳ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ତଟବନ୍ଧ ବିଭାଗ ସହକାରୀ ଯନ୍ତ୍ରୀ ନିରଞନ ବେହେରାଙ୍କୁ ପଚାରିବାରେ ଏସ୍‌କେଫ୍‌ର ଆବଶ୍ୟକତା ରହିଛି। ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ସେମାନେ ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଲିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri