୨୩ ହଜାର ବର୍ଷ ପୂର୍ବେ ଆମେରିକାରେ ବାସ କରୁଥିଲେ ମଣିଷ, ହିମ ମାନବର ପାଦଚିହ୍ନର ସନ୍ଧାନ…

ଓ୍ବାଶିଂଟନ, ୧୧।୬ : ଆମେରିକାରେ ୨୩ ହଜାରେ ବର୍ଷ ପୂର୍ବେ, ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀ ଅତ୍ୟଧିକ ଥଣ୍ଡା ଥିଲା । ସେହି ସମୟରେ ପୃଥିବୀ ପୃଷ୍ଠରେ ବରଫର ପରିମାଣ ଏତେ ଥିଲା ଯେ ବୈଜ୍ଞାନିକମାନେ ଏହାକ ୁ ହିମଯୁଗର ନାମ ଦେଇଥିଲେ। ହିମ ଯୁଗରେ, ଅତ୍ୟଧିକ ଥଣ୍ଡା ଯୋଗୁ ଇକ୍ୟୁଏଟର ଚାରିପାଖରେ ଥିବା ସ୍ଥାନ ବ୍ୟତୀତ ମଣିଷ ପାଇଁ ଅନ୍ୟ ସ୍ଥାନରେ ରହିବା ସହଜ ନ ଥିଲା ।

କିନ୍ତୁ, ଆମେରିକାର ନ୍ୟୁ ମେକ୍ସିକୋ ସ୍ଥିତ ହ୍ବାଇଟ ସ୍ୟାଣ୍ଡସ ନ୍ୟାଶନାଲ ପାର୍କରେ ମିଳିଥିବା ପ୍ରାଚୀନ ମାନବୀୟ ପାଦଚିହ୍ନ ଏକ ଭିନ୍ନ ରହସ୍ୟ ଖୋଲିଛି। ହିମ ଯୁଗରେ ଜୀବନ କ’ଣ ଥିଲା ଏହି ପାଦଗୁଡିକ ଦର୍ଶାଉଛି। ଏହି ପାଦଚିହ୍ନ ମଧ୍ୟ ଉତ୍ତର ଆମେରିକାରେ ମାନବଙ୍କ ଆଗମନ ବିଷୟରେ ନୂତନ ପ୍ରମାଣ ପ୍ରଦାନ କରିଛି।

ଏହି ପାଦଚିହ୍ନ ସୂଚିତ କରୁଛି ଯେ ମଣିଷମାନେ ୨୩ ହଜାର ବର୍ଷ ପୂର୍ବେ ଉତ୍ତର ଆମେରିକାରେ ଥିଲେ। ତଥାପି, ପୂର୍ବ ଗବେଷଣାରୁ ଜଣାଯାଇଛି ଯେ ବରଫ ଯୁଗରେ ମଣିଷ କେବଳ ୧୬ ହଜାର ବର୍ଷ ପୂର୍ବେ ଉତ୍ତର ଆମେରିକାରେ ପହଞ୍ଚିଥିଲା। ଏଭଳି ପରିସ୍ଥିତିରେ, ଏହି ପାଦଚିହ୍ନ ଉପରେ କରାଯାଇଥିବା ନୂତନ ଅଧ୍ୟୟନ ପୁରୁଣା ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଛି। ଏହାର ଟେଲିକଷ୍ଟେଡ ସିରିଜ ସ୍ମିଥସୋନିଆନର ନ୍ୟାଶନାଲ ମ୍ୟୁଜିୟମ ଅଫ ନାଚ୍ୟୁରାଲ ହିଷ୍ଟ୍ରିର ନିର୍ଦ୍ଦେଶକ ତଥା ନୋଭା-୨୦୨୦ର ହୋଷ୍ଟ୍‌ ର୍କିକ ଜନସନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ପ୍ରସିଦ୍ଧ ଟିଭି ସାଇନ୍ସ ସିରିଜ ନୋଭା ଏହି ପାଦଚିହ୍ନଗୁଡ଼ିକୁ ବିସ୍ତୃତ ଭାବରେ ଅନୁସନ୍ଧାନ କରିଛି।

ଏହି ଲୋକମାନେ କିଏ ଏବଂ ସେମାନେ କିପରି ଉତ୍ତର ଆମେରିକାରେ ପହଞ୍ଚିଲେ, ଏହା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ବାଲୁକା ପୃଷ୍ଠରେ ଖୋଳିବା ଦ୍ୱାରା ପ୍ରତ୍ନତତ୍ତ୍ୱବିତ୍ମାନେ କେବଳ ପାଦଚିହ୍ନର ଅନେକ ସ୍ତର ଆବିଷ୍କାର କରିନାହାଁନ୍ତି, ସେମାନେ ଦୀର୍ଘ ଦିନର ପୋତି ହୋଇଥିବା ମଞ୍ଜି ମଧ୍ୟ ଆବିଷ୍କାର କରିଛନ୍ତି। କାର୍ବନ ଡେଟିଂ ବ୍ୟବହାର କରି ମଞ୍ଜି ଏବଂ ଏହି ପାଦଚିହ୍ନ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri