Posted inଜାତୀୟ

ଓଡ଼ିଶାରେ ସର୍ବାଧିକ ମାନବ ଚାଲାଣ

ନୂଆଦିଲ୍ଲୀ,୩୧ା୮: ୨୦୨୧ରେ ମାନବ ଚାଲାଣରେ ଓଡ଼ିଶା ସାରା ଦେଶରେ ଆଗୁଆ ରହିଥିବା ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଗତ ବର୍ଷ ଦେଶରେ ୬,୫୩୩ ମାନବ ଚାଲାଣ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ଓଡ଼ିଶାର ପୀଡ଼ିତଙ୍କ ସଂଖ୍ୟା ୧,୪୭୫। ରାଜ୍ୟର ୪୪୪ ମହିଳା ଓ ୪୯୭ ଶିଶୁଙ୍କୁ ଚାଲାଣ କରି ଅନ୍ୟ ରାଜ୍ୟକୁ ନିଆଯାଇଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଦେଶରେ ୬,୨୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧,୨୯୦ ଜଣ ଓଡ଼ିଶାର। ୧,୨୯୦ ଜଣଙ୍କ ମଧ୍ୟରୁ ୧,୦୧୮ ଜଣଙ୍କୁ ଶ୍ରମିକ ଭାବେ ଖଟାଇବା ପାଇଁ ଚାଲାଣ କରାଯାଇଥିବା ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୧’ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ରେ ରାଜ୍ୟର ୭୪୧ ଜଣଙ୍କୁ ଚାଲାଣ କରାଯାଇଥିବାବେଳେ ମାମଲା ସଂଖ୍ୟା ୧୦୩ ରହିଥିଲା। ସେହିପରି ୨୦୨୧ରେ ୧୩୬ ମାନବ ଚାଲାଣ ଅଭିଯୋଗ ହୋଇଥିଲା। ଅନେକ ମାମଲାରେ ଏକାଧିକ ଜଣଙ୍କୁ ଚାଲାଣ କରାଯାଇଥିବା ଏଥିରୁ ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି), ସ୍ବତନ୍ତ୍ର ଓ ସ୍ଥାନୀୟ ଆଇନ ବଳରେ ମାମଲା ସଂଖ୍ୟା ୧୫.୧୯% ବୃଦ୍ଧି ପାଇଛି। ଦଳିତଙ୍କ ବିରୋଧରେ ଅପରାଧକୁ ନେଇ ମାମଲା ସଂଖ୍ୟାରେ ୧୩.୭୩% ବୃଦ୍ଧି ଘଟିଛି। ସେହିପରି ଆଦିବାସୀଙ୍କ ବିରୋଧରେ ୮.୩୩% ମାମଲା ବଢ଼ିଥିବା କୁହାଯାଇଛି। ବାଲ୍ୟ ବିବାହ କ୍ଷେତ୍ରରେ ଓଡ଼ିଶା ୬୪ ମାମଲା ସହ ଦେଶର ପଞ୍ଚମ ସ୍ଥାନ ଅଧିକାର କରିଛି। ୫,୦୬୨ ହତ୍ୟା ଉଦ୍ୟମ ଓ ୨,୮୧୪ଟି ଡକାୟତି ମାମଲା ରୁଜୁ ହୋଇଛି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଏହି ଦୁଇ ଅପରାଧର ହାର ଓଡ଼ିଶାରେ ଦ୍ୱିତୀୟ ସର୍ବାଧିକ। ରାଜ୍ୟରେ ୧,୪୧୧ ଜଣ ହତ୍ୟାର ଶିକାର ହୋଇଥିବାବେଳେ ୫,୬୩୦ ଅପହରଣ ମାମଲା ରୁଜୁ ହୋଇଛି। ଗତବର୍ଷ ହିଟ୍‌ ଆଣ୍ଡ୍‌ ରନ୍‌ ଭଳି ସଡ଼କ ଦୁର୍ଘଟଣା ସମେତ ଅବହେଳା କାରଣରୁ ୫,୦୮୧ ଜଣଙ୍କ ମୃତ୍ୟୁ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri