କାଜୁ ଜଙ୍ଗଲରୁ ମିଳିଲା ମଣିଷ କଙ୍କାଳ

ପାଟଣା,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଚାତରପାଣି ଗାଁ ନିକଟ କାଜୁ ଜଙ୍ଗଲରୁ ମଙ୍ଗଳବାର ମଣିଷ କଙ୍କାଳ ମିଳିଛି। ଖବରପାଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ। ଅନ୍ୟପକ୍ଷେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଘଟଣାସ୍ଥଳରେ ମୁଣ୍ଡର ଖପୁରୀ, ଅଣ୍ଟା ହାଡ଼ ସହ ଏକ ପ୍ୟାଣ୍ଟ, ଜୋତା ଏବଂ ଗାମୁଛା ପଡ଼ି ଥିବା ଦେଖିବାକୁ ମିଳିଛି। ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ କି କେହି ଜଣେ ମୃତ୍ୟୁ ପରେ ମୃତଦେହ ଆଣି ଫିଙ୍ଗି ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଥିବା ଥାନା ଅଧିକାରୀ ପ୍ରଧାନ କରିଛନ୍ତି। ଅନ୍ୟପକ୍ଷେ ଏହା ଦେଢ଼ ମାସର ପୁରୁଣା ଘଟଣା ବୋଲି ପୋଲିସ ଅନୁମାନ କରୁଛି।