ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ଓ ଆସିକା ଏସ୍‌ଡିପିଓ ସନ୍ତୋଷ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ସୋରଡ଼ା ଥାନା ଅଧୀନ ଗାଜଲବାଡି ପଞ୍ଚାୟତର ଖଜୁରୀପଲି ଗ୍ରାମ ନିକଟସ୍ଥ କୋଟାମଣି ପାହାଡ ଅଞ୍ଚଳରେ ଶନିବାର କେତେଜଣ ଗ୍ରାମବାସ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ଜଙ୍ଗଲ ଭିତରେ ମଣିଷ କଙ୍କାଳ ଓ ପଞ୍ଜରା ହାଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ଭୟଭୀତ ହୋଇ ଚାଲିଆସି ଗାଜଲବାଡି ସରପଞ୍ଚକୁ ଜଣାଇଥିଲେ। ଏହି ସମ୍ପର୍କରେ ସରପଞ୍ଚ ସୋରଡ଼ା ଥାନାକୁ ଖବର ଦେଇଥିଲେ।

ପରେ ଘଟଣାସ୍ଥଳରେ ସୋରଡ଼ା ଥାନା ଅଧିକାରୀ ସାହୁ ଓ ଏସ୍‌ଡିପିଓ ଜେନା ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲରୁ ଗୋଟିଏ ମଣିଷ ଖପୁରି ଓ ପଞ୍ଜରା ହାଡ ଠାବ କରି ତଦନ୍ତ କରିଛନ୍ତି। ଏଥିସହ ଆଖପାଖ ସ୍ଥାନରେ ଖୋଜାଖୋଜି କରି ପୋଲିସ ମୋବାଇଲ ଫୋନ, ପ୍ୟାଣ୍ଟଶାର୍ଟ, ବେକର ମାଳି ଓ ଗୋଟିଏ ବ୍ରେସଲେଟ୍‌ ମଧ୍ୟ ପାଇଛି। ମିଳିଥିବା ଜିନିଷକୁ ଦେଖିଲେ ଏଠାରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା ପରେ ମୃତଦେହ ପୋଡି ଦେଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଘଟଣା ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିବା କଷ୍ଟକର ହୋଇପଡିଛି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ସାଇଣ୍ଟିଫିକ ଟିମ୍‌କୁ ଅବଗତ କରାଯାଇଛି। ମିଳିଥିବା ସାମଗ୍ରୀରୁ ମୃତକଙ୍କ ବୟସ ୨୦ରୁ ୨୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ୨୮ା୧୧ା୨୪ରେ ଗାଜଲବାଡି ନିକଟସ୍ଥ ସିକୁଳାପଦର ଜଙ୍ଗଲରୁ ଜଣେ ଦରପୋଡା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହାର ତିନିମାସ ପରେ ପୁଣି ଥରେ ଆଉ ଜଣେ ବ୍ୟକ୍ତିଙ୍କ ଖପୁରି ଓ ପଞ୍ଜାରା ହାଡ଼ ଜଙ୍ଗଲରୁ ଠାବ ହେବା ଏହା ପଛରେ ଏକ ର଼୍ୟାକେଟ୍‌ କାମ କରୁଥିବା ସନ୍ଦେହକୁ ଦୃଢୀଭୂତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri