Categories: ଫୁରସତ

ଫିଲିପାଇନ୍ସରେ ଦେଖାଗଲା ମଣିଷ ଉଚ୍ଚତାର ବାଦୁଡ଼ି

ନୂଆଦିଲ୍ଲୀ, ୨୮।୬- ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଯୋଗୁ ଇତିମଧ୍ୟରେ ବିଶ୍ୱରେ ଏକ କୋଟିରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ସେହିଭଳି ୫ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଇସାରିଛି କରୋନା। ଏହି ମାରାତ୍ମକ ଭାଇରସ ବାଦୁଡ଼ିଙ୍କଠାରୁ ଉତ୍ପନ ହୋଇଥିବା ନେଇ ଆରମ୍ଭରୁ ଚର୍ଚ୍ଚା ହେଉଥିଲା। ଏଭଳି ଏକ ସମୟରେ ଫିଲିପାଇନ୍ସରେ ମଣିଷ ଆକୃତିର ଏକ ବିଶାଳ ବାଦୁଡ଼ି ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ଝୁଲି କରି ରହିଥିବା ଏହି ବିଶାଳକାୟ ବାଦୁଡ଼ିକୁ ଦେଖି ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଏହା ପାଖାପାଖି ୬ ଫୁଟ୍‌ ଉଚ୍ଚତାର ହେବ ବୋଲି ଜଣାପଡ଼ିଛି। ଆଲେକ୍ସ ନାମକ ଜଣେ ବ୍ୟକ୍ତି ଏହି ବାଦୁଡିର ଫଟୋ ଟୁଇଟର୍‌ରେ ଶେୟାର କରିବା ପରେ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ‘ଫିଲଇପାଇନ୍ସରେ ଏଭଳି ବିଶାଳକାୟ ବାଦୁଡ଼ି ଦେଖାଯାଆନ୍ତି’ ଫଟୋ ତଳେ ସେ କ୍ୟାପ୍‌ସନରେ ଉଲ୍ଲେଖ କରିଛନ୍ତି। କିଛି ଲୋକ ଏହି ବିଶାଳକାୟ ବାଦୁଡ଼ିକୁ କରୋନା ମହାମାରୀ ସହ ଯୋଡ଼ି ଦେଇଛନ୍ତି।

Share