ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ ତୁଟିଲା

କଟକ ଅଫିସ,୩୦ା୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦ ତୁଟିଥିବା ନେଇ ଏସ୍‌ପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ଆସି ହ୍ୟୁମାନଙ୍କ ଘରେ ରହିବେ। ଶ୍ରୀୟା କହିଛନ୍ତି, ସେ ସ୍ବାମୀ ହ୍ୟୁମାନଙ୍କ ସହ ରହିବେ। ଉଭୟେ କହିଛନ୍ତି, ଆମ ଭିତରେ ବୁଝାମଣା ହୋଇଯାଇଛି। ଆମେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛୁ।

ସୂଚନାଯୋଗ୍ୟ, କିଛିଦିନ ତଳେ ହ୍ୟୁମାନଙ୍କ ବିରୋଧରେ ସ୍ତ୍ରୀ ଶ୍ରୀୟା ମହିଳା ଥାନାରେ ଅଭିଯୋଗ କରିଥିଲେ। ପରେ ହ୍ୟୁମାନ ଏବଂ ଶ୍ରୀୟାଙ୍କୁ କାଉନସେଲିଂ ପାଇଁ ମହିଳା ଥାନାକୁ ଡକାଯାଇ କାଉନସେଲିଂ କରାଯାଇଥିଲା। କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ। ପରେ ଶ୍ରୀୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ୩୦ ତାରିଖରେ ଆସିବା ନେଇ ଅଧିକାରୀଙ୍କୁ ଅବଗତ କରିଥିଲେ। ତେବେ ଉଭୟେ ସୋମବାର ମହିଳା ଥାନାରେ ହାଜର ହେବା ପରେ କାଉନସେଲିଂ କରାଯାଇ ସମସ୍ୟାର ସମାଧାନ ହୋଇଛି।