ଖୁବ୍ କମ୍ ସମୟରେ ଘରେ ଘରେ ହୋଇଥିଲେ ପରିଚିତ, ଦେଖନ୍ତୁ ଏସବୁ ଭାଇରାଲ ଗୀତ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏକ ସକ୍ରିୟ ସ୍ୱର ନିରବି ଯାଇଛି। ଖୁବ୍ କମ୍ ବୟସରେ ଘରେ ଘରେ ପରିଚିତ ହୋଇଥିବା ଏହି ତାରକା କଣ୍ଠଶିଳ୍ପୀଙ୍କୁ ହରାଇ ତାଙ୍କ ପ୍ରଶଂସକମାନେ ଭାଙ୍ଗି ପଡ଼ିଛନ୍ତି। ଭୁବନେଶ୍ୱର ଏମ୍ସ (AIIMS)କୁ ତାଙ୍କୁ ଶେଷ ଦର୍ଶନ ପାଇଁ ପ୍ରଶଂସକ ଓ ସଙ୍ଗୀତ ପ୍ରେମୀଙ୍କ ସୁଅ ଛୁଟିଛି ଏବଂ ସମଗ୍ର ସଙ୍ଗୀତ ଜଗତ ଶୋକରେ ବୁଡ଼ିଯାଇଛି।

ସଙ୍ଗୀତରେ ହ୍ୟୁମାନଙ୍କ ଅବଦାନ: ହ୍ୟୁମାନ ସାଗର କେବଳ ଚଳଚ୍ଚିତ୍ର ନୁହେଁ, ଆଲବମ୍ ଜଗତରେ ମଧ୍ୟ ଅନେକ ହିଟ୍ ଗୀତ ଦେଇଥିଲେ। ବାହାଘର ବରଯାତ୍ରୀ ଠାରୁ ଆରମ୍ଭ କରି ପୂଜା ଭସାଣି, ମେଲୋଡିରୁ ପିକନିକ୍ ପାର୍ଟି ପର୍ଯ୍ୟନ୍ତ ସବୁଠି ତାଙ୍କ ଗୀତ ବାଜୁଥିଲା। ପ୍ରେମ, ବିରହ, ଡ୍ୟାନ୍ସ ଏବଂ ଭଜନ—ସବୁ ପ୍ରକାର ଗୀତ ଗାଇବାରେ ସେ ସିଦ୍ଧହସ୍ତ ଥିଲେ।

ପ୍ରାରମ୍ଭିକ କ୍ୟାରିୟର: ସଙ୍ଗୀତ ପରିବାରରୁ ଆସିଥିବା ହ୍ୟୁମାନଙ୍କ ବାପା-ମା’ ଗାୟକ ଥିବାବେଳେ ଜେଜେବାପା ଜଣେ କମ୍ପୋଜର ଥିଲେ। ୨୦୧୪ରେ ଚଳଚ୍ଚିତ୍ର ‘ସମଥିଙ୍ଗ ସମଥିଙ୍ଗ-୨’ର ‘ପ୍ରେମ ହେଇଯାଏରେ’ ଗୀତରେ ସେ ପ୍ରଥମେ କଣ୍ଠଦାନ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

ହିଟ୍ ଚଳଚ୍ଚିତ୍ର ଓ ଆଲବମ୍ ଗୀତ: ‘ଇସ୍କ ତୁ ହି ତୁ’, ‘ଅଗସ୍ତ୍ୟା’, ‘ବେବି’, ‘ଅଭୟ’, ‘ହାପି ଲକି’, ‘ଲଭ ଏକ୍ସପ୍ରେସ’, ‘ତୋ ପ୍ରେମରେ ପଡିଲା ପରେ’, ‘ଶ୍ରୀମାନ ସୁରଦାସ’ ଆଦି ଅନେକ ସିନେମାରେ ସେ କଣ୍ଠଦାନ କରିଛନ୍ତି। ତାଙ୍କର କିଛି ଅଭୁଲା ଲୋକପ୍ରିୟ ଗୀତ ମଧ୍ୟରେ ‘କେମିତି ଭୁଲିବି ସେ ଅଭୁଲା ଦିନ’, ‘କୁଆଡେ ଗଲୁ ପାଗେଳୀ’, ‘ମରିଯିବି ଧନ ତୋ ବିନା’, ‘ମନେ ତୁ ପଡୁଛୁ ଆଲୋ ପାଗେଳୀ’, ‘ବେବି ଓ ବେବି’, ‘ଇସ୍କ ତୁ ହି ତୁ’, ‘ମଲକା ମଲକା’, ‘ମା ତୋ ବିନା’ ଏବଂ ‘ବାପା’ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?