ଖୁବ୍ କମ୍ ସମୟରେ ଘରେ ଘରେ ହୋଇଥିଲେ ପରିଚିତ, ଦେଖନ୍ତୁ ଏସବୁ ଭାଇରାଲ ଗୀତ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏକ ସକ୍ରିୟ ସ୍ୱର ନିରବି ଯାଇଛି। ଖୁବ୍ କମ୍ ବୟସରେ ଘରେ ଘରେ ପରିଚିତ ହୋଇଥିବା ଏହି ତାରକା କଣ୍ଠଶିଳ୍ପୀଙ୍କୁ ହରାଇ ତାଙ୍କ ପ୍ରଶଂସକମାନେ ଭାଙ୍ଗି ପଡ଼ିଛନ୍ତି। ଭୁବନେଶ୍ୱର ଏମ୍ସ (AIIMS)କୁ ତାଙ୍କୁ ଶେଷ ଦର୍ଶନ ପାଇଁ ପ୍ରଶଂସକ ଓ ସଙ୍ଗୀତ ପ୍ରେମୀଙ୍କ ସୁଅ ଛୁଟିଛି ଏବଂ ସମଗ୍ର ସଙ୍ଗୀତ ଜଗତ ଶୋକରେ ବୁଡ଼ିଯାଇଛି।

ସଙ୍ଗୀତରେ ହ୍ୟୁମାନଙ୍କ ଅବଦାନ: ହ୍ୟୁମାନ ସାଗର କେବଳ ଚଳଚ୍ଚିତ୍ର ନୁହେଁ, ଆଲବମ୍ ଜଗତରେ ମଧ୍ୟ ଅନେକ ହିଟ୍ ଗୀତ ଦେଇଥିଲେ। ବାହାଘର ବରଯାତ୍ରୀ ଠାରୁ ଆରମ୍ଭ କରି ପୂଜା ଭସାଣି, ମେଲୋଡିରୁ ପିକନିକ୍ ପାର୍ଟି ପର୍ଯ୍ୟନ୍ତ ସବୁଠି ତାଙ୍କ ଗୀତ ବାଜୁଥିଲା। ପ୍ରେମ, ବିରହ, ଡ୍ୟାନ୍ସ ଏବଂ ଭଜନ—ସବୁ ପ୍ରକାର ଗୀତ ଗାଇବାରେ ସେ ସିଦ୍ଧହସ୍ତ ଥିଲେ।

ପ୍ରାରମ୍ଭିକ କ୍ୟାରିୟର: ସଙ୍ଗୀତ ପରିବାରରୁ ଆସିଥିବା ହ୍ୟୁମାନଙ୍କ ବାପା-ମା’ ଗାୟକ ଥିବାବେଳେ ଜେଜେବାପା ଜଣେ କମ୍ପୋଜର ଥିଲେ। ୨୦୧୪ରେ ଚଳଚ୍ଚିତ୍ର ‘ସମଥିଙ୍ଗ ସମଥିଙ୍ଗ-୨’ର ‘ପ୍ରେମ ହେଇଯାଏରେ’ ଗୀତରେ ସେ ପ୍ରଥମେ କଣ୍ଠଦାନ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

ହିଟ୍ ଚଳଚ୍ଚିତ୍ର ଓ ଆଲବମ୍ ଗୀତ: ‘ଇସ୍କ ତୁ ହି ତୁ’, ‘ଅଗସ୍ତ୍ୟା’, ‘ବେବି’, ‘ଅଭୟ’, ‘ହାପି ଲକି’, ‘ଲଭ ଏକ୍ସପ୍ରେସ’, ‘ତୋ ପ୍ରେମରେ ପଡିଲା ପରେ’, ‘ଶ୍ରୀମାନ ସୁରଦାସ’ ଆଦି ଅନେକ ସିନେମାରେ ସେ କଣ୍ଠଦାନ କରିଛନ୍ତି। ତାଙ୍କର କିଛି ଅଭୁଲା ଲୋକପ୍ରିୟ ଗୀତ ମଧ୍ୟରେ ‘କେମିତି ଭୁଲିବି ସେ ଅଭୁଲା ଦିନ’, ‘କୁଆଡେ ଗଲୁ ପାଗେଳୀ’, ‘ମରିଯିବି ଧନ ତୋ ବିନା’, ‘ମନେ ତୁ ପଡୁଛୁ ଆଲୋ ପାଗେଳୀ’, ‘ବେବି ଓ ବେବି’, ‘ଇସ୍କ ତୁ ହି ତୁ’, ‘ମଲକା ମଲକା’, ‘ମା ତୋ ବିନା’ ଏବଂ ‘ବାପା’ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri