ମଣିଷସଂଖ୍ୟା କମୁଛି

ମନେପଡୁଛି ପିଲାବେଳର କଥା। ବହିପତ୍ର କିଣିବାଠାରୁ ଆରମ୍ଭ କରି କୌଣସି ବଡ଼ ଧରଣର ବଜାର କାମରେ ବା ଅଫିସ କାମରେ ବ୍ରହ୍ମପୁର ଯିବାକୁ ପଡ଼େ। ସେଥିପାଇଁ ଭଡ଼ା ସାଇକେଲ ଆମ୍ଭମାନଙ୍କ ଭଳି ଗ୍ରାମୀଣ ଦୂରିଆ ଲୋକଙ୍କର ଏକମାତ୍ର ନିର୍ଭରଯୋଗ୍ୟ ସାହାରା ଥିଲା। ତିରିଶ ବର୍ଷ ତଳେ ସମାଜ ଜଟିଳ ନଥିଲା। ମୋ ବିଚାରରେ ସେତେବେଳେ ଲୋକସଂଖ୍ୟା ଅପେକ୍ଷା ମଣିଷସଂଖ୍ୟା ବେଶି ଥିଲେ। ଆସ୍ଥା, ବିଶ୍ବାସ, ପରସ୍ପର ପ୍ରତି ସହଯୋଗ ଇତ୍ୟାଦି ସମାଜର ସାଧାରଣ ଚରିତ୍ର ଥିଲା। ଅବିଶ୍ବାସ, ସନ୍ଦେହ, ଠକାମି ଇତ୍ୟାଦି ପ୍ରାୟତଃ ନଥିଲା କହିଲେ ଚଳେ। ମୋର ମନେଅଛି ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ପାର୍ଶ୍ୱରେ ଭଡ଼ାରେ ସାଇକେଲ ମିଳୁଥାଏ। କେବଳ ନିଜ ନାମ ଓ ଠିକଣା ଲେଖିଦେଲେ ସାଇକେଲଟି ଦେଇ ଦିଅନ୍ତି। ସେତେବେଳେ କୌଣସି ଫୋନ ନମ୍ବରର ବ୍ୟବସ୍ଥା ମଧ୍ୟ ନଥାଏ। ଚାହିଁଲେ ଜଣେ ସାଇକେଲ ନେଇ ପଳେଇ ପାରିବ। କିନ୍ତୁ ସେଭଳି ଉଦାହରଣ ପ୍ରାୟତଃ ନଥିଲା। କାରଣ ବାରମ୍ବାର ଭଡ଼ାରେ ସାଇକେଲ ନେବା ପରେ ସେ ଲୋକଟି ସହ ମୋର ଭଲ ପରିଚୟ ହୋଇଯାଇଥିଲା। ଥରେ ଏ ବାବଦରେ ପଚାରିଥିଲି। ସେ ଲୋକଟି ସ୍ପଷ୍ଟ କହିଥିଲେ ଧର୍ମ, ନ୍ୟାୟ ଓ ବିଶ୍ବାସ ଅଛି ବୋଲି ଦୁନିଆ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକଟି ଏତେ ସଚ୍ଚୋଟ ଯେ ଠିକ୍‌ ସମୟର ଭଡ଼ା ନିଅନ୍ତି। ମାନେ ଯଦି ଆପଣ ଏକ ଘଣ୍ଟା ପଞ୍ଚଚାଳିଶ ମିନିଟ ସାଇକେଲ ବ୍ୟବହାର କରିଛନ୍ତି, ସେ ଆପଣଙ୍କୁ ଆଉ ପନ୍ଦର ମିନିଟ ଚଳାଇ ଦୁଇ ଘଣ୍ଟାର ଭଡ଼ା ଦେବାକୁ ପରାମର୍ଶ ଦେବେ କିମ୍ବା ନିିର୍ଦ୍ଧାରିତ ସମୟର ଭଡ଼ା ରଖନ୍ତି। ଦେଖନ୍ତୁ ଅଳ୍ପ ପାଠୁଆ ଓ ସ୍ବଳ୍ପ ରୋଜଗାରିଆ ଲୋକଟିର ମାନସିକତା, ମଣିଷପଣିଆ ଓ ମହତମଣିଆ କେତେ ଉଚ୍ଚକୋଟୀର ଥିଲା। ସେତେବେଳେ ଲୋକମାନେ ସଚ୍ଚୋଟ,ବିଶ୍ବାସୀ ଓ ନ୍ୟାୟବନ୍ତ ଥିଲେ। ସେଥିପାଇଁ କୁହାଯାଇପାରେ ସେତେବେଳେ ଲୋକସଂଖ୍ୟା ଅପେକ୍ଷା ମଣିଷ ସଂଖ୍ୟା ବେଶି ଥିଲା।
ଆଜି ପରିସ୍ଥିତି ବଦଳିଛି। ଲୋକସଂଖ୍ୟା ହୁହୁ ହୋଇ ବଢୁଛି ଏବଂ ମଣିଷସଂଖ୍ୟା କ୍ରମ ବର୍ଦ୍ଧିଷ୍ଣୁ ଗତିରେ କମିବାରେ ଲାଗିଛି। ପାଠୁଆ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହେଉଛି ହେଲେ ଶିକ୍ଷିତମାନଙ୍କ ସଂଖ୍ୟା ଆଶାତୀତ ଭାବରେ କମିଚାଲିଛି। ଆଜିକାଲିର ପାଠୁଆମାନଙ୍କ ମଧ୍ୟରୁ ମଣିଷ ସଂଖ୍ୟା ବହୁତ କମ୍‌। ସେମାନଙ୍କର ସମାଜ, ରାଷ୍ଟ୍ର ତଥା ବିଶ୍ବ କଲ୍ୟାଣ ପାଇଁ ସମ୍ବେଦନଶୀଳ ମନୋବୃତ୍ତିର ଘୋର ଅଭାବ। ବୃତ୍ତିଗତ ନୈତିକତା ନାହିଁ କି ନିଜେ ଯେଉଁ ପଦପଦବୀରେ ଅଧିକାରୀ ତା’ର ଗରିମାକୁ ବଳବତ୍ତର ରଖିବାର ମାନସିକତା ନାହିଁ। କେବଳ ବୃଥା ଅହଂକାର, ସାମାନ୍ୟ ସ୍ବାର୍ଥ ସାଧନର ଅହେତୁକ ବ୍ୟାକୁଳ ଓ ନିଜ ରାଜକାର୍ଯ୍ୟରେ ଅବହେଳା କରି ଅନୈତିକ ଅର୍ଥ ରୋଜଗାରର ଅହେତୁକ ଲାଳସା। ତା’ ନ ହୋଇ ଥିଲେ ସରକାରୀ ବାବୁମାନଙ୍କ ଘରୁ କୁବେରଙ୍କଠାରୁ ଅଧିକ ଧନ ସମ୍ପତ୍ତି ଜବତ ହେଉଛି କେମିତି? ଏମାନେ ଗୋଟିଏ ଗୋଟିଏ ନରପଶୁ ବା ଅର୍ଥଲୋଭି ଦୁଇସ୍ପଦ ଜନ୍ତୁ। ଆଜି ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଭଦ୍ର ମୁଖା ତଳେ ଲମ୍ବା ଚଉଡ଼ା ଭାଷଣ ଦେଇ ସମାଜରେ ନିଜକୁ ବଡ଼ ପଦାଧିକାରୀ କହି ଏକପ୍ରକାର ସମ୍ଭ୍ରାନ୍ତ ଭାବନ୍ତି ଏମାନେ। ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଏମାନେ ଗୋଟିଏ ଗୋଟିଏ ସାମନ୍ତ, ଯେଉଁମାନଙ୍କ ସାମନ୍ତବାଦୀ ଚିନ୍ତାଧାରା ପାଇଁ ଆଜି ଦେଶ, ସମାଜ ଓ ସାଧାରଣ ଜନତା ପରାଭବ ଭୋଗ କରୁଛନ୍ତି। ଏମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦରକାର।
ଆଜି ମଣିଷସଂଖ୍ୟା କମିବାର ଅନ୍ୟ ଏକ କାରଣ ଜଗତୀକରଣ ହୋଇପାରେ। ସାମନ୍ତବାଦକୁ କବର ଦେଇ ଯେଉଁ ଜଗତୀକରଣ ରୂପକ ଚାରାଟି ପୋତା ହୋଇଥିଲା ତାହା ଧୀରେ ଧୀରେ ବିସ୍ତାରି ବ୍ୟାପକ ରୂପ ଧାରଣ କଲାଣି, ଯାହା ପ୍ରଭାବରେ ବିଶ୍ବ ଗୋଟିଏ ଲାଭକରୀ ବଜାରରେ ପରିଣତ ହେଲାଣି। ବଡ଼ ମାଛକୁ ସାନ ମାଛ ଗିଳି ଦେଲା ଭଳି ବିକଶିତ ରାଷ୍ଟ୍ରଗୁଡ଼ିକ ନିଜର ଆର୍ଥିକ ଅଭିବୃଦ୍ଧିକୁ ଆହୁରି ଗତିଶୀଳ କରିବା ପାଇଁ ସାନ ସାନ ଦେଶଗୁଡ଼ିକୁ ବିଭିନ୍ନ ଉପାୟରେ ଗିଳିବାରେ ଲାଗିଛନ୍ତି। ଆଜି ସାରା ବିଶ୍ବରେ ଦେଶ ଦେଶ ମଧ୍ୟରେ ଯେଉଁ ଯୁଦ୍ଧର ତାଣ୍ଡବଲୀଳା ଆମେ ଦେଖୁଛେ ତାହା କେବଳ ଦୁଇ ଦେଶର ଅନ୍ତରୀଣ ଶତ୍ରୁତା ନୁହେଁ ବଡ଼ ବଡ଼ ପ୍ରଭାବଶାଳୀ ଦେଶଗୁଡ଼ିକର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରୋତ୍ସାହନର ଫଳ। ନିଜକୁ ସମୃଦ୍ଧ କରିବା ନିଶାରେ ଆଜିର ଭୌତ୍ତିକ ସୁଖୀ ମଣିଷ ସାଧାରଣ ଲୋକ ସମୂହକୁ ପୋକ ମାଛି ଭଳି ହତ୍ୟା କରିବାକୁ ପଛାଉ ନାହିଁ। ତେବେ କୁହନ୍ତୁ ମଣିଷସଂଖ୍ୟା ବଢ଼ିଛି ନା କମିଛି?
ଡିଗ୍ରୀଧାରୀ ସାକ୍ଷର ବଢ଼ିଛି କିନ୍ତୁ ମୂଲ୍ୟବୋଧ ଯୁକ୍ତ ଶିକ୍ଷିତମାନଙ୍କ ସଂଖ୍ୟା କମ୍‌। ସେଥିପାଇଁ ଘରୋଇ ହିଂସା, ଛାଡ଼ପତ୍ର, ଜମିଜମା ବିବାଦ ବଢ଼ିଛି। ରକ୍ତ ସମ୍ପର୍କ ହୋଇ ଶତ୍ରୁତା କରୁଛି। କେତେବେଳେ ସମ୍ପତ୍ତି ପାଇଁ ପୁଅ ବାପାକୁ ତ ଆଉ କେତେବେଳେ ଜନ୍ମଦାତ୍ରୀ ମାଆ, ଲାଳନପାଳନ କରିଥିବା ଆଈ, ଜେଜେମାଆ ପ୍ରମୁଖଙ୍କୁ ହତ୍ୟା କରୁଛି। ସହନଶୀଳତା ଓ ଉଦାରତା ଆଜି ଏକ ପ୍ରକାର ବିଲୁପ୍ତ ହେଲାଣି। ଯୌଥ ପରିବାର ଭାଙ୍ଗି ଛୋଟ ପରିବାର ସୁଖୀ ପରିବାର ନାମକ ମରୀଚିକା ପଛରେ ସମସ୍ତେ ଧାବମାନ। ସାମାନ୍ୟ ସୁଖ ପାଇଁ ଜନ୍ମଦାତା ମାଆବାପା ମଧ୍ୟ ସନ୍ତାନ ସନ୍ତତିର ନୁହନ୍ତି। ଶିକ୍ଷା ବ୍ୟବସ୍ଥାରୁ ଜୀବନ ମୂଲ୍ୟ ହଜିଗଲାଣି। ପରିବାରରେ କେବଳ ପରୀକ୍ଷାରେ ନମ୍ବର ପାଇଁ ପ୍ରତିଯୋଗିତା ଓ ପରାମର୍ଶ। ଏଭଳି ପରିସ୍ଥିତିରେ ସମାଜର ପ୍ରାଜ୍ଞ ବ୍ୟକ୍ତିମାନେ ଯଦି ମଣିଷ ଗଢ଼ିବାରେ ଶପଥ ନ ନିଅନ୍ତି ସମାଜରୁ ମଣିଷ ଓ ମଣିଷପଣିଆ ହଜିଯିବ। ତେଣୁ ପ୍ରତିକାର ହିଁ ପ୍ରତିଷେଧ। ମଣିଷ ସଂଖ୍ୟା ବୃଦ୍ଧି ହିଁ ଏକମାତ୍ର ସମାଧାନ।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ:୯୪୩୭୯୧୪୮୧୮

 


Enter your email to get our daily news in your inbox.

All Right Reserved By Dharitri.Com

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ଡ୍ରୋନ ସର୍ଭେ ଦ୍ୱାରା ଜଙ୍ଗଲ ନିଆଁ ଚିହ୍ନଟ, ରାତିସାରା ଅକ୍ଲାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ

ପାଟଣା,୧୪।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ ଅଟେଈ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତି ୨ଟାରେ ଲାଗିଥିବା ନିଆଁକୁ ବନବିଭାଗ କର୍ମଚାରୀ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ହତ୍ୟା କରି ପାଣିଟାଙ୍କି ଉପରେ ଲୁଚିଥିବା ଅଭିଯୁକ୍ତ ପିଇଦେଲେ ବିଷ, ତା’ପରେ…

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri