ଏଇ ସମାଜରେ ଏଇ ମଣିଷ

ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିବାକୁ ହେଲେ ଏକ ମାନବୀୟ ଶୃଙ୍ଖଳାରେ ନିବଦ୍ଧ ସମାଜ ଗଠନ କରିବାକୁ ପଡ଼ିଥାଏ, ଯେଉଁଥିରେ ଥାଏ ବିବେକର ମର୍ଯ୍ୟାଦା। ଦେବାନେବା ସମାଜରେ ବ୍ୟକ୍ତିର ସମାଜ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ଥାଏ, ସମାଜର ମଧ୍ୟ ସେହିପରି ବ୍ୟକ୍ତି ପ୍ରତି ସହଯୋଗ ଥାଏ। ସମାଜ ଓ ସଭ୍ୟତାର ବୁଝାମଣାରେ ମଣିଷର କ୍ରମବିକାଶ ସମ୍ଭବ ହୋଇ ମଣିଷ ବିକଶିତ ପ୍ରାଣୀର ମାନ୍ୟତା ଲାଭ କରିଛି। ଅନେକ ଶତାବ୍ଦୀ ଧରି ମଣିଷ ଉନ୍ନତ ସଭ୍ୟତା ନିର୍ମାଣ କରି ନିଜକୁ ପରିବାର, ସମାଜ, ଗୋଷ୍ଠୀ ଓ ଦେଶ ପାଇଁ କିଛି ତ୍ୟାଗ କରୁଅଛି; ଯେଉଁଥିପାଇଁ ଆଜି ସମାଜ ଜୀବନ୍ତ ହୋଇପାରିଛି। ମାନବ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ କେତେକ ଦାୟିତ୍ୱ ମଣିଷ ନିଜ ନିଜ ମଧ୍ୟରେ ବଣ୍ଟନ କରି ସାମାଜିକ ଶୃଙ୍ଖଳାକୁ ନିୟନ୍ତ୍ରିତ କରିଥାନ୍ତି। ବ୍ୟକ୍ତି ସମାଜର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅବଦାନ ରଖିଥାଏ। ସମାଜରେ କେତେକ ନିୟମ ଯାହା ଲିପିବଦ୍ଧ ଥାଏ ବା ଯାହାକୁ ଆଇନ କୁହାଯାଏ ତାହାକୁ ଯଥାପୂର୍ବକ ପାଳନ କରିବା ହେଉଛି ବ୍ୟକ୍ତିର ଦାୟିତ୍ୱ। ସମାଜରେ ଆଇନ ନୀତି ବା ବାଧ୍ୟବାଧକତା ବ୍ୟତୀତ କେତେକ ଆଦର୍ଶ ରହିଛି; ଯାହାକୁ ନିର୍ଦ୍ଦେଶ ଦେଇଥାଏ ବିବେକ। ମଣିଷ ଚତୁର୍ଦ୍ଦିଗରେ କିଛି କିଛି ନିୟମ ଅନୁଶାସନ ବା ଅନୁଜ୍ଞା ଦ୍ୱାରା ଅନୁବନ୍ଧିତ, ଯାହାକୁ ଅନ୍ୟ ଶୈଳୀରେ କୁହାଯାଇଥାଏ ମାନବିକତା। ଯେତେବେଳେ ମାନବିକତାର ଆଲୋଚନା ହୁଏ, ସେତେବେଳେ ଏହାକୁ ବିଭିନ୍ନ ଦୃଷ୍ଟିକୋଣରୁ ଉପସଂହାରରେ ଉପନୀତ ହେବାକୁ ପଡ଼ିଥାଏ। ଅତଏବ ମାନବିକତାର ରୂପରେଖ ସୂଚିତ ହୋଇ ନ ଥିଲେ ମଧ୍ୟ ଅନୁଶାସନ ଦ୍ୱାରା ପରିବେଷ୍ଟିତ ହୋଇଥାଏ ଯାହା ହେଉଛି ଅନ୍ୟ ଜୀବମାନଙ୍କ ପ୍ରତି ଦୟା ଓ କରୁଣାର ମୂଲ୍ୟ। ଯଦି ଇତିହାସକୁ ପୁନର୍ବାର ରୋମନ୍ଥନ କରିବୁ, ତେବେ ଏଇ ସମାଜରେ ମଣିଷ ଦ୍ୱାରା ଅନେକ ନିର୍ଦ୍ଦୟ କାର୍ଯ୍ୟ ହୋଇଯାଇଛି ଓ ସେହି ସମୟରେ ମଧ୍ୟ ଏଇ ସମାଜ ଦ୍ୱାରା ଅନେକ ମାନବିକତାର କାର୍ଯ୍ୟ ହୋଇଛି। କିନ୍ତୁ ମାନବିକତାର ପ୍ରକୃତ ମହତ୍ତ୍ୱ ଧୀରେ ଧୀରେ ନଷ୍ଟ ହୋଇଯାଉଛି।
ଏଇ ସମାଜରେ ଅନେକ ମହାନ୍‌ ମାନବବାଦୀ ବିରାଜମାନ କରିଛନ୍ତି ଓ ସମାଜକୁ ଦିଗ୍‌ଦର୍ଶନ ଦେଇଯାଇଛନ୍ତି। ମଦର ଟେରେସା, ମହାତ୍ମା ଗାନ୍ଧୀ, ନେଲସନ ମଣ୍ଡେଲା, ବିବେକାନନ୍ଦ, ସୁଭାଷ ବୋଷ, ଗୋପବନ୍ଧୁ, ରବୀନ୍ଦ୍ରନାଥ ଟାଗୋର, ମଧୁସୂଦନ ଦାସ ପ୍ରମୁଖ ସମଗ୍ର ଦେଶରୁ ଗରିବ ଓ ଅଭାବୀ ଲୋକଙ୍କର ସେବା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଅତଏବ ମାନବିକତା ନିଃସ୍ବାର୍ଥପର କରୁଣାରୁ ଉତ୍ପନ୍ନ ହୁଏ। ଯେତେବେଳେ ଆମେ ମାନବିକତାର ଅଭ୍ୟାସ ଆରମ୍ଭ କରିବା, ଆମେ ବିଶ୍ୱ ତାପମାତ୍ରା, ପ୍ରଦୂଷଣ, ପଶୁମାନଙ୍କର ବିଲୁପ୍ତି ଓ ମଣିଷର ଅନେକ ବଡ଼ ସମସ୍ୟାକୁ ସମାଧାନ କରିପାରିବା। ମଣିଷ ହେବା ଅର୍ଥ ହେଉଛି ଯୁକ୍ତିଯୁକ୍ତ ଭାବରେ ଚିନ୍ତା କରିବାର କ୍ଷମତା ରହିବା ଏବଂ ଉଭୟ ଶାରୀରିକ ଓ ଆଧ୍ୟାତ୍ମିକ ଭାବରେ ସଂଯୋଗ ସ୍ଥାପନ କରିବା ସହିତ ଅନ୍ୟ ଜୀବମାନଙ୍କ ସହିତ ସମ୍ପର୍କ ରଖିବା। ଏଇ ସମାଜରେ ମଣିଷ ଦାନ ସେବା ଆଦି କରୁଛି, ମାତ୍ର ଏଇ ସମାଜରେ ମଧ୍ୟ ମଣିଷ ଜଘନ୍ୟ ଅପରାଧ ଘଟାଉଛି। ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ବ୍ୟକ୍ତି ଓ ସମାଜ ମଧ୍ୟରେ ସମତୁଲତା ଏକାନ୍ତ ଆବଶ୍ୟକ। ଅନେକ ସମୟରେ ଏଇ ସମାଜରେ କୌଣସି ଦୁର୍ଘଟଣା ହେଲେ ମଣିଷ ଫଟୋ, ଭିଡିଓ କରି ବ୍ୟକ୍ତିର ମୂଲ୍ୟବାନ ସାମଗ୍ରୀ ଆଦିକୁ ଲୁଟିନେବାରେ ବ୍ୟସ୍ତ ଥାନ୍ତି। ପୁଣି ଏଇ ସମାଜରେ ମଣିଷ ମଧ୍ୟ ଉକ୍ତ ସମୟରେ ମାନବୀୟ ଚିନ୍ତାଧାରାରେ ଅନେକ ସାହାଯ୍ୟ କରି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଧନ ଜୀବନ ଉଦ୍ଧାର କରି ନିଜକୁ ସେବାରେ ନିୟୋଜିତ କରିଥାନ୍ତି। ରକ୍ତଦାନ କରି ମଣିଷ ଜୀବନ ବଞ୍ଚାଉଥିବା ବେଳେ ଅସଦ ଉପାୟରେ ମଧ୍ୟ ମଣିଷ ମଣିଷକୁ ଲୁଣ୍ଠନ କରି ହତ୍ୟା କରୁଅଛି ନିଜର ସ୍ବାର୍ଥକୁ ଉପଲବ୍ଧି ପାଇଁ, ଯାହା ହେଉଛି ଏ ସମାଜର ବିଡମ୍ବନା। ଏକ ନିର୍ଦ୍ଦିଷ୍ଟ ସମାଜ କିମ୍ବା ସଂସ୍କୃତି ସାମାଜିକ ଓ ଅର୍ଥନୈତିକ ଭୂମିକାକୁ ଶୃଙ୍ଖଳାର ନିରବଚ୍ଛିନ୍ନ ସୂତ୍ରରେ ବାନ୍ଧି ରଖିଥାଏ। ସାମାଜିକ ପ୍ରାଧାନ୍ୟ ସୂଚିତ କରେ ଯେ ଗୋଷ୍ଠୀ ଦ୍ୱନ୍ଦ୍ୱ ଓ ଅତ୍ୟାଚାରର ଅଧିକାଂଶ ରୂପ ଯଥା- ଜାତିଭେଦ, ନୈତିକତା, ଲିଙ୍ଗବାଦ, ଜାତୀୟତା, ଶ୍ରେଣୀବାଦ, ଆଞ୍ଚଳିକତା ଗୋଷ୍ଠୀଭିତ୍ତିକ ସାମାଜିକ କ୍ଷେତ୍ର ଗଠନ ପାଇଁ ସମାନ ମୌଳିକ ମାନବ ସ୍ଥିତିର ଭିନ୍ନ ପ୍ରଦର୍ଶନ ଭାବରେ ବିବେଚନା କରାଯାଇପାରେ। ଯେତେବେଳେ ସାମାଜିକ ସ୍ତରର ଶୀର୍ଷରେ ଥିବା ବ୍ୟକ୍ତିମାନେ ଯାହା ଚାହାନ୍ତି ତାହା ପାଇବାକୁ ପ୍ରବୃତ୍ତି କରନ୍ତି, କିନ୍ତୁ ତଳ ଭାଗରେ ଥିବା ବ୍ୟକ୍ତିମାନେ ସାମଗ୍ରିକ ପୁରସ୍କାର, ସ୍ବାଧୀନତା ସ୍ବୀକୃତି, ଅନ୍ୟମାନଙ୍କଠାରୁ ସେବା ଇତ୍ୟାଦିରେ କମ୍‌ ସୁବିଧା ପାଇଥା’ନ୍ତି।
ଅନେକ ତତ୍ତ୍ୱଜ୍ଞମାନେ ସୂଚାଇ ଦେଇଛନ୍ତି ଯେ ମଣିଷର ଆତ୍ମ-ସଂରକ୍ଷଣ ପାଇଁ ଏକ ପ୍ରବୃତ୍ତି ଅଛି, ଯାହା ସେମାନଙ୍କୁ ସାମାଜିକ ସମ୍ପର୍କର ଏକ ସ୍ଥାନ ପାଇଁ ଲଢ଼ିବାକୁ ପ୍ରେରିତ କରେ ଓ ସେମାନଙ୍କର ଧାରଣା ତଥା ମତାମତକୁ ଧ୍ୟାନରେ ରଖାଯାଏ। ଯେଉଁମାନେ ସାମାଜିକ ସ୍ତରରେ ନିମ୍ନ ମାନ୍ୟତା ପାଇଛନ୍ତି, ସେମାନେ ସେମାନଙ୍କର ସାମାଜିକ ସ୍ଥିତିକୁ ଅନ୍ୟାୟ କିମ୍ବା ଭେଦଭାବର ଏକ ରୂପ ବୋଲି ଅନୁଭବ କରିପାରନ୍ତି ଯାହାକୁ ସେମାନେ ଦୂରେଇବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। କିନ୍ତୁ ନିମ୍ନରେ ଥିବା ବ୍ୟକ୍ତି ସମାଜ ଏହି ସମ୍ପର୍କକୁ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି, ଯେତେବେଳେ ସମାଜର ଉପର ସ୍ତରର ବ୍ୟକ୍ତିମାନେ ଏହାକୁ ଯଥାପୂର୍ବ ବଜାୟ ରଖିବାକୁ ଚାହାନ୍ତି, ଯାହାକୁ ସାମାଜିକ ଅସମାନତା ବୋଲି ନିର୍ଦ୍ଦିଷ୍ଟ କରାଯାଇଥାଏ। ଗୋଟିଏ ସମାଜରେ ଗୋଟିଏ ସମୟରେ ସେହି ସମାଜର ବ୍ୟକ୍ତି ନିଃସ୍ବାର୍ଥ ଭାବେ ଅନ୍ୟର ସେବା ତଥା ଜାତି ସମାଜର ଉନ୍ନତି ପାଇଁ ବ୍ୟଗ୍ର ଥିବା ବେଳେ, ସେହି ସମାଜରେ ସେହି ସମୟରେ ମଣିଷ ସ୍ବାର୍ଥର ଅନ୍ଧକାରରେ ବଶୀଭୂତ ହୋଇ ବସ୍ତୁବାଦୀ ଦ୍ରବ୍ୟ ଉପରେ ଗୁରୁତ୍ୱ ଦେଇ ଜୀବନର ପ୍ରକୃତ ମାର୍ଗକୁ କଣ୍ଟକିତ କରିଥାଏ। ମାତ୍ର ପରିତାପର ବିଷୟ ଯେ ସାମ୍ପ୍ରତିକ ଆଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଥିବା ସମାଜ ଯାନ୍ତ୍ରିକ ଜ୍ଞାନରେ ଉତ୍କର୍ଷ ଥିବା ବେଳେ, କିଛି ବ୍ୟକ୍ତି ମାନବିକତାର ମାନସିକ ସନ୍ତୋଷରେ ସମ୍ପୂର୍ଣ୍ଣ ଦରିଦ୍ର ହୋଇ ଜୀବନର ମୂଲ୍ୟାଙ୍କନକୁ କେବଳ ପାର୍ଥିବ ବସ୍ତୁର ଉପଲବ୍ଧିରେ ସୀମିତ କରିଥାନ୍ତି। ଏହା ଯୋଗୁ ସମାଜ ପ୍ରତି ବିବେକର ଅଙ୍ଗୀକାରବଦ୍ଧତା କ୍ଷୁଣ୍ଣ ହୋଇଥାଏ। ତେଣୁ ଏଇ ସମାଜରେ ମଣିଷ, ମଣିଷ ଦ୍ୱାରା ବଞ୍ଚୁଥିବା ବେଳେ ଏଇ ସମାଜରେ ମଣିଷ ପୁଣି ଉକ୍ତ ଆଦର୍ଶକୁ ଅମାବାସ୍ୟାର ଅନ୍ଧକାର ମଧ୍ୟରେ ଲୀନ କରୁଛି କେବଳ ପାର୍ଥିବ ଭୋଗ୍ୟ ବସ୍ତୁର ଉନ୍ମାଦନା ପାଇଁ। ଅତଏବ ମଣିଷ ଏହି ଉନ୍ମାଦନାକୁ ପରିହାର କରି ଏଇ ସମାଜରେ ନିଜକୁ ସମାଜର ଏକ ବିଶେଷ ଅଙ୍ଗ ଭାବରେ ଜୀବନ ନିର୍ବାହ କରି ଅନ୍ୟର ବିପଦ ବା ଦୁର୍ଦ୍ଦିନରେ ସହାୟକ ହେବାର ଆଦର୍ଶକୁ ଜାଗ୍ରତ କରିବା ଉଚିତ, ଯାହା ହେବ ସମାଜ ପ୍ରତି କୃତଜ୍ଞତା।

ଡ. ସତ୍ୟନାରାୟଣ ମିଶ୍ର
ସହାୟକ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର ଭାରତ ସରକାର, ଭୁବନେଶ୍ୱର
ମୋ : ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri