ଏଇ ସମାଜରେ ଏଇ ମଣିଷ

ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିବାକୁ ହେଲେ ଏକ ମାନବୀୟ ଶୃଙ୍ଖଳାରେ ନିବଦ୍ଧ ସମାଜ ଗଠନ କରିବାକୁ ପଡ଼ିଥାଏ, ଯେଉଁଥିରେ ଥାଏ ବିବେକର ମର୍ଯ୍ୟାଦା। ଦେବାନେବା ସମାଜରେ ବ୍ୟକ୍ତିର ସମାଜ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ଥାଏ, ସମାଜର ମଧ୍ୟ ସେହିପରି ବ୍ୟକ୍ତି ପ୍ରତି ସହଯୋଗ ଥାଏ। ସମାଜ ଓ ସଭ୍ୟତାର ବୁଝାମଣାରେ ମଣିଷର କ୍ରମବିକାଶ ସମ୍ଭବ ହୋଇ ମଣିଷ ବିକଶିତ ପ୍ରାଣୀର ମାନ୍ୟତା ଲାଭ କରିଛି। ଅନେକ ଶତାବ୍ଦୀ ଧରି ମଣିଷ ଉନ୍ନତ ସଭ୍ୟତା ନିର୍ମାଣ କରି ନିଜକୁ ପରିବାର, ସମାଜ, ଗୋଷ୍ଠୀ ଓ ଦେଶ ପାଇଁ କିଛି ତ୍ୟାଗ କରୁଅଛି; ଯେଉଁଥିପାଇଁ ଆଜି ସମାଜ ଜୀବନ୍ତ ହୋଇପାରିଛି। ମାନବ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ କେତେକ ଦାୟିତ୍ୱ ମଣିଷ ନିଜ ନିଜ ମଧ୍ୟରେ ବଣ୍ଟନ କରି ସାମାଜିକ ଶୃଙ୍ଖଳାକୁ ନିୟନ୍ତ୍ରିତ କରିଥାନ୍ତି। ବ୍ୟକ୍ତି ସମାଜର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅବଦାନ ରଖିଥାଏ। ସମାଜରେ କେତେକ ନିୟମ ଯାହା ଲିପିବଦ୍ଧ ଥାଏ ବା ଯାହାକୁ ଆଇନ କୁହାଯାଏ ତାହାକୁ ଯଥାପୂର୍ବକ ପାଳନ କରିବା ହେଉଛି ବ୍ୟକ୍ତିର ଦାୟିତ୍ୱ। ସମାଜରେ ଆଇନ ନୀତି ବା ବାଧ୍ୟବାଧକତା ବ୍ୟତୀତ କେତେକ ଆଦର୍ଶ ରହିଛି; ଯାହାକୁ ନିର୍ଦ୍ଦେଶ ଦେଇଥାଏ ବିବେକ। ମଣିଷ ଚତୁର୍ଦ୍ଦିଗରେ କିଛି କିଛି ନିୟମ ଅନୁଶାସନ ବା ଅନୁଜ୍ଞା ଦ୍ୱାରା ଅନୁବନ୍ଧିତ, ଯାହାକୁ ଅନ୍ୟ ଶୈଳୀରେ କୁହାଯାଇଥାଏ ମାନବିକତା। ଯେତେବେଳେ ମାନବିକତାର ଆଲୋଚନା ହୁଏ, ସେତେବେଳେ ଏହାକୁ ବିଭିନ୍ନ ଦୃଷ୍ଟିକୋଣରୁ ଉପସଂହାରରେ ଉପନୀତ ହେବାକୁ ପଡ଼ିଥାଏ। ଅତଏବ ମାନବିକତାର ରୂପରେଖ ସୂଚିତ ହୋଇ ନ ଥିଲେ ମଧ୍ୟ ଅନୁଶାସନ ଦ୍ୱାରା ପରିବେଷ୍ଟିତ ହୋଇଥାଏ ଯାହା ହେଉଛି ଅନ୍ୟ ଜୀବମାନଙ୍କ ପ୍ରତି ଦୟା ଓ କରୁଣାର ମୂଲ୍ୟ। ଯଦି ଇତିହାସକୁ ପୁନର୍ବାର ରୋମନ୍ଥନ କରିବୁ, ତେବେ ଏଇ ସମାଜରେ ମଣିଷ ଦ୍ୱାରା ଅନେକ ନିର୍ଦ୍ଦୟ କାର୍ଯ୍ୟ ହୋଇଯାଇଛି ଓ ସେହି ସମୟରେ ମଧ୍ୟ ଏଇ ସମାଜ ଦ୍ୱାରା ଅନେକ ମାନବିକତାର କାର୍ଯ୍ୟ ହୋଇଛି। କିନ୍ତୁ ମାନବିକତାର ପ୍ରକୃତ ମହତ୍ତ୍ୱ ଧୀରେ ଧୀରେ ନଷ୍ଟ ହୋଇଯାଉଛି।
ଏଇ ସମାଜରେ ଅନେକ ମହାନ୍‌ ମାନବବାଦୀ ବିରାଜମାନ କରିଛନ୍ତି ଓ ସମାଜକୁ ଦିଗ୍‌ଦର୍ଶନ ଦେଇଯାଇଛନ୍ତି। ମଦର ଟେରେସା, ମହାତ୍ମା ଗାନ୍ଧୀ, ନେଲସନ ମଣ୍ଡେଲା, ବିବେକାନନ୍ଦ, ସୁଭାଷ ବୋଷ, ଗୋପବନ୍ଧୁ, ରବୀନ୍ଦ୍ରନାଥ ଟାଗୋର, ମଧୁସୂଦନ ଦାସ ପ୍ରମୁଖ ସମଗ୍ର ଦେଶରୁ ଗରିବ ଓ ଅଭାବୀ ଲୋକଙ୍କର ସେବା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଅତଏବ ମାନବିକତା ନିଃସ୍ବାର୍ଥପର କରୁଣାରୁ ଉତ୍ପନ୍ନ ହୁଏ। ଯେତେବେଳେ ଆମେ ମାନବିକତାର ଅଭ୍ୟାସ ଆରମ୍ଭ କରିବା, ଆମେ ବିଶ୍ୱ ତାପମାତ୍ରା, ପ୍ରଦୂଷଣ, ପଶୁମାନଙ୍କର ବିଲୁପ୍ତି ଓ ମଣିଷର ଅନେକ ବଡ଼ ସମସ୍ୟାକୁ ସମାଧାନ କରିପାରିବା। ମଣିଷ ହେବା ଅର୍ଥ ହେଉଛି ଯୁକ୍ତିଯୁକ୍ତ ଭାବରେ ଚିନ୍ତା କରିବାର କ୍ଷମତା ରହିବା ଏବଂ ଉଭୟ ଶାରୀରିକ ଓ ଆଧ୍ୟାତ୍ମିକ ଭାବରେ ସଂଯୋଗ ସ୍ଥାପନ କରିବା ସହିତ ଅନ୍ୟ ଜୀବମାନଙ୍କ ସହିତ ସମ୍ପର୍କ ରଖିବା। ଏଇ ସମାଜରେ ମଣିଷ ଦାନ ସେବା ଆଦି କରୁଛି, ମାତ୍ର ଏଇ ସମାଜରେ ମଧ୍ୟ ମଣିଷ ଜଘନ୍ୟ ଅପରାଧ ଘଟାଉଛି। ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ବ୍ୟକ୍ତି ଓ ସମାଜ ମଧ୍ୟରେ ସମତୁଲତା ଏକାନ୍ତ ଆବଶ୍ୟକ। ଅନେକ ସମୟରେ ଏଇ ସମାଜରେ କୌଣସି ଦୁର୍ଘଟଣା ହେଲେ ମଣିଷ ଫଟୋ, ଭିଡିଓ କରି ବ୍ୟକ୍ତିର ମୂଲ୍ୟବାନ ସାମଗ୍ରୀ ଆଦିକୁ ଲୁଟିନେବାରେ ବ୍ୟସ୍ତ ଥାନ୍ତି। ପୁଣି ଏଇ ସମାଜରେ ମଣିଷ ମଧ୍ୟ ଉକ୍ତ ସମୟରେ ମାନବୀୟ ଚିନ୍ତାଧାରାରେ ଅନେକ ସାହାଯ୍ୟ କରି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଧନ ଜୀବନ ଉଦ୍ଧାର କରି ନିଜକୁ ସେବାରେ ନିୟୋଜିତ କରିଥାନ୍ତି। ରକ୍ତଦାନ କରି ମଣିଷ ଜୀବନ ବଞ୍ଚାଉଥିବା ବେଳେ ଅସଦ ଉପାୟରେ ମଧ୍ୟ ମଣିଷ ମଣିଷକୁ ଲୁଣ୍ଠନ କରି ହତ୍ୟା କରୁଅଛି ନିଜର ସ୍ବାର୍ଥକୁ ଉପଲବ୍ଧି ପାଇଁ, ଯାହା ହେଉଛି ଏ ସମାଜର ବିଡମ୍ବନା। ଏକ ନିର୍ଦ୍ଦିଷ୍ଟ ସମାଜ କିମ୍ବା ସଂସ୍କୃତି ସାମାଜିକ ଓ ଅର୍ଥନୈତିକ ଭୂମିକାକୁ ଶୃଙ୍ଖଳାର ନିରବଚ୍ଛିନ୍ନ ସୂତ୍ରରେ ବାନ୍ଧି ରଖିଥାଏ। ସାମାଜିକ ପ୍ରାଧାନ୍ୟ ସୂଚିତ କରେ ଯେ ଗୋଷ୍ଠୀ ଦ୍ୱନ୍ଦ୍ୱ ଓ ଅତ୍ୟାଚାରର ଅଧିକାଂଶ ରୂପ ଯଥା- ଜାତିଭେଦ, ନୈତିକତା, ଲିଙ୍ଗବାଦ, ଜାତୀୟତା, ଶ୍ରେଣୀବାଦ, ଆଞ୍ଚଳିକତା ଗୋଷ୍ଠୀଭିତ୍ତିକ ସାମାଜିକ କ୍ଷେତ୍ର ଗଠନ ପାଇଁ ସମାନ ମୌଳିକ ମାନବ ସ୍ଥିତିର ଭିନ୍ନ ପ୍ରଦର୍ଶନ ଭାବରେ ବିବେଚନା କରାଯାଇପାରେ। ଯେତେବେଳେ ସାମାଜିକ ସ୍ତରର ଶୀର୍ଷରେ ଥିବା ବ୍ୟକ୍ତିମାନେ ଯାହା ଚାହାନ୍ତି ତାହା ପାଇବାକୁ ପ୍ରବୃତ୍ତି କରନ୍ତି, କିନ୍ତୁ ତଳ ଭାଗରେ ଥିବା ବ୍ୟକ୍ତିମାନେ ସାମଗ୍ରିକ ପୁରସ୍କାର, ସ୍ବାଧୀନତା ସ୍ବୀକୃତି, ଅନ୍ୟମାନଙ୍କଠାରୁ ସେବା ଇତ୍ୟାଦିରେ କମ୍‌ ସୁବିଧା ପାଇଥା’ନ୍ତି।
ଅନେକ ତତ୍ତ୍ୱଜ୍ଞମାନେ ସୂଚାଇ ଦେଇଛନ୍ତି ଯେ ମଣିଷର ଆତ୍ମ-ସଂରକ୍ଷଣ ପାଇଁ ଏକ ପ୍ରବୃତ୍ତି ଅଛି, ଯାହା ସେମାନଙ୍କୁ ସାମାଜିକ ସମ୍ପର୍କର ଏକ ସ୍ଥାନ ପାଇଁ ଲଢ଼ିବାକୁ ପ୍ରେରିତ କରେ ଓ ସେମାନଙ୍କର ଧାରଣା ତଥା ମତାମତକୁ ଧ୍ୟାନରେ ରଖାଯାଏ। ଯେଉଁମାନେ ସାମାଜିକ ସ୍ତରରେ ନିମ୍ନ ମାନ୍ୟତା ପାଇଛନ୍ତି, ସେମାନେ ସେମାନଙ୍କର ସାମାଜିକ ସ୍ଥିତିକୁ ଅନ୍ୟାୟ କିମ୍ବା ଭେଦଭାବର ଏକ ରୂପ ବୋଲି ଅନୁଭବ କରିପାରନ୍ତି ଯାହାକୁ ସେମାନେ ଦୂରେଇବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। କିନ୍ତୁ ନିମ୍ନରେ ଥିବା ବ୍ୟକ୍ତି ସମାଜ ଏହି ସମ୍ପର୍କକୁ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି, ଯେତେବେଳେ ସମାଜର ଉପର ସ୍ତରର ବ୍ୟକ୍ତିମାନେ ଏହାକୁ ଯଥାପୂର୍ବ ବଜାୟ ରଖିବାକୁ ଚାହାନ୍ତି, ଯାହାକୁ ସାମାଜିକ ଅସମାନତା ବୋଲି ନିର୍ଦ୍ଦିଷ୍ଟ କରାଯାଇଥାଏ। ଗୋଟିଏ ସମାଜରେ ଗୋଟିଏ ସମୟରେ ସେହି ସମାଜର ବ୍ୟକ୍ତି ନିଃସ୍ବାର୍ଥ ଭାବେ ଅନ୍ୟର ସେବା ତଥା ଜାତି ସମାଜର ଉନ୍ନତି ପାଇଁ ବ୍ୟଗ୍ର ଥିବା ବେଳେ, ସେହି ସମାଜରେ ସେହି ସମୟରେ ମଣିଷ ସ୍ବାର୍ଥର ଅନ୍ଧକାରରେ ବଶୀଭୂତ ହୋଇ ବସ୍ତୁବାଦୀ ଦ୍ରବ୍ୟ ଉପରେ ଗୁରୁତ୍ୱ ଦେଇ ଜୀବନର ପ୍ରକୃତ ମାର୍ଗକୁ କଣ୍ଟକିତ କରିଥାଏ। ମାତ୍ର ପରିତାପର ବିଷୟ ଯେ ସାମ୍ପ୍ରତିକ ଆଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଥିବା ସମାଜ ଯାନ୍ତ୍ରିକ ଜ୍ଞାନରେ ଉତ୍କର୍ଷ ଥିବା ବେଳେ, କିଛି ବ୍ୟକ୍ତି ମାନବିକତାର ମାନସିକ ସନ୍ତୋଷରେ ସମ୍ପୂର୍ଣ୍ଣ ଦରିଦ୍ର ହୋଇ ଜୀବନର ମୂଲ୍ୟାଙ୍କନକୁ କେବଳ ପାର୍ଥିବ ବସ୍ତୁର ଉପଲବ୍ଧିରେ ସୀମିତ କରିଥାନ୍ତି। ଏହା ଯୋଗୁ ସମାଜ ପ୍ରତି ବିବେକର ଅଙ୍ଗୀକାରବଦ୍ଧତା କ୍ଷୁଣ୍ଣ ହୋଇଥାଏ। ତେଣୁ ଏଇ ସମାଜରେ ମଣିଷ, ମଣିଷ ଦ୍ୱାରା ବଞ୍ଚୁଥିବା ବେଳେ ଏଇ ସମାଜରେ ମଣିଷ ପୁଣି ଉକ୍ତ ଆଦର୍ଶକୁ ଅମାବାସ୍ୟାର ଅନ୍ଧକାର ମଧ୍ୟରେ ଲୀନ କରୁଛି କେବଳ ପାର୍ଥିବ ଭୋଗ୍ୟ ବସ୍ତୁର ଉନ୍ମାଦନା ପାଇଁ। ଅତଏବ ମଣିଷ ଏହି ଉନ୍ମାଦନାକୁ ପରିହାର କରି ଏଇ ସମାଜରେ ନିଜକୁ ସମାଜର ଏକ ବିଶେଷ ଅଙ୍ଗ ଭାବରେ ଜୀବନ ନିର୍ବାହ କରି ଅନ୍ୟର ବିପଦ ବା ଦୁର୍ଦ୍ଦିନରେ ସହାୟକ ହେବାର ଆଦର୍ଶକୁ ଜାଗ୍ରତ କରିବା ଉଚିତ, ଯାହା ହେବ ସମାଜ ପ୍ରତି କୃତଜ୍ଞତା।

ଡ. ସତ୍ୟନାରାୟଣ ମିଶ୍ର
ସହାୟକ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର ଭାରତ ସରକାର, ଭୁବନେଶ୍ୱର
ମୋ : ୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri