ଚାଇନା ଆଗୁଆ

ଭାରତୀୟ ଜନତା ପାର୍ଟି (ଭାଜପା) ଏଇ ଦଶନ୍ଧିରେ ଭାରତରେ ତାହାର ବିଚାରଧାରାକୁ ଶକ୍ତିଶାଳୀ କରିଥିଲାବେଳେ ଅନ୍ୟ କୌଣସି ବିଷୟରେ ଅଗ୍ରଗତି କରିପାରିଲା ନାହିଁ। ଦେଖିବାକୁ ଗଲେ ୨୦୧୫ରେ ଚାଇନାର ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍‌ ବିଦେଶୀ ପ୍ରଯୁକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏକ ୧୦ ବର୍ଷିଆ ଯୋଜନା ‘ମେଡ୍‌ ଇନ୍‌ ଚାଇନା ୨୦୨୫’ ଘୋଷଣା କରିଥିଲେ। ଚାଇନା ଆଗକୁ ବଢ଼ି ଜର୍ମାନୀ, ତାଇଓ୍ବାନ, ଜାପାନ, କୋରିଆ ଏବଂ ଆମେରିକା ଭଳି ବିକଶିତ ଦେଶ ସହ ସିଧାସଳଖ ପ୍ରତିଯୋଗିତା କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଥିଲା। ଏହି ଯୋଜନାରେ ସେମି କଣ୍ଡକ୍ଟର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋ, କମର୍ସିଆଲ ବିମାନ, ଡ୍ରୋନ୍‌, ହାଇସ୍ପିଡ୍‌ ଟ୍ରେନ୍‌, ବୈଦ୍ୟୁତିକ ଯାନ ଓ ବ୍ୟାଟେରି, ଆଧୁନିକ ଜାହାଜ ଏବଂ ସୋଲାର ପ୍ୟାନେଲ ଆଦିର ବିକାଶ ପାଇଁ ସ୍ଥିର କରି ଏହିସବୁ ସେକ୍ଟରକୁ ବର୍ଗୀକୃତ କରିଥିଲା। କେଉଁସବୁ ସେକ୍ଟରରେ ଏହା କେଉଁଠି ପଛରେ ରହିଥିଲା, କେଉଁଠି ‘ପ୍ରତିଯୋଗୀ’ ଭାବେ ଥିଲା ଏବଂ କେଉଁଠି ବିଶ୍ୱରେ ଆଗରେ ରହିଥିଲା, ତାହାକୁ ନେଇ ଆକଳନ ମଧ୍ୟ କରିଥିଲା। ବ୍ଲୁମ୍‌ବର୍ଗ ଅନୁଯାୟୀ, ୨୦୧୫ରେ ଅଧିକାଂଶ ସେକ୍ଟରରେ ଚାଇନିଜ୍‌ମାନେ ପଛୁଆ ରହିଥିଲେ। ଦୁଇଟି କ୍ଷେତ୍ର(ହାଇସ୍ପିଡ୍‌ ଟ୍ରେନ୍‌ ଓ ବ୍ୟାଟେରି) ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା ଏବଂ ସୋଲାର ପ୍ୟାନେଲ ଉତ୍ପାଦନରେ ଆଗୁଆ ରହିଥିଲା।
ଚାଇନାର ଯୋଜନା ଘୋଷଣା ହେବା ପରେ,ଏହା ଆମେରିକା ଓ ଏହାର ମେଣ୍ଟକୁ ଚିନ୍ତାରେ ପକାଇଦେଲା। ଆମେରିକା ରାଷ୍ଟ୍ରପତି ମଧ୍ୟ ଚାଇନାର ଉତ୍ଥାନରେ ଭୟଭୀତ ହୋଇପଡ଼ିଲେ। ଏବେ ଚାଇନାର ଅର୍ଥ ବ୍ୟବସ୍ଥାର ଆକାର ଆମେରିକା ଅର୍ଥ ବ୍ୟବସ୍ଥାର ଦୁଇତୃତୀୟାଂଶ ଏବଂ ଆଗାମୀ ୨ଦଶନ୍ଧିରେ ଏହା ସମାନ ହୋଇଯିବାର ସମ୍ଭାବନା ରହିଛି। ଚାଇନାର ମହତ୍ତ୍ୱାକାଂକ୍ଷା ପ୍ରତି ଆମେରିକାର ଘୃଣାଭାବ ଏତେ ଥିଲା ଯେ, ଏହା ‘ମେଡ୍‌ ଇନ୍‌ ଚାଇନା’ ୨୦୨୫ ସମ୍ପର୍କରେ କହିବା ବନ୍ଦ କରିଦେଲା। ୨୦୧୭ରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ରାଷ୍ଟ୍ରପତି ହେବା ପରେ ଚାଇନା ଉପରେ ଆମେରିକା ଆମଦାନୀ ଶୁଳ୍ପ ଲଗାଇଲା। ତା’ ପର ବର୍ଷ ଚାଇନାର କମ୍ପାନୀ ହୁଓ୍ବି ଉପରେ ପ୍ରତିବନ୍ଧକ ଅଣାଗଲା। ପରେ ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଚାଇନାକୁ ଉଚ୍ଚଗୁଣବତ୍ତା ଚିପ୍ସ ବିକ୍ରି ବନ୍ଦ କରିଦେଲେ। ଚାଇନା ଯେଭଳି ଆଗକୁ ଆଉ ବଢ଼ିପାରିବ ନାହିଁ ସେଥିପାଇଁ ଏହିସବୁ ପଦକ୍ଷେପ ନିଆଯାଇଥିଲା। ଏବେ ଚାଇନା ‘ମେକ୍‌ ଇନ୍‌ ଚାଇନା ୨୦୨୫’ ଯୋଜନାକୁ ପ୍ରଚାରକରୁ ନ ଥିବାବେଳେ ଏହାର କାର୍ଯ୍ୟକାରିତା ଜାରି ରଖିଛି। ୨୦୨୫ରେ, ସବୁ କ୍ଷେତ୍ରରେ ଏହା ଏକ ପ୍ରତିଯୋଗୀ ଭାବେ ଉଭାହୋଇଛି ଏବଂ ଏଥିରୁ ଅଧାରେ ବିଶ୍ୱରେ ଆଗୁଆ ହୋଇପାରିଛି। ଗତ ମାସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଡିପ୍‌ସିକ୍‌ ଚାଇନାର ଦକ୍ଷତା ସମ୍ପର୍କରେ ବିଶ୍ୱକୁ ଜଣାଇଦେଇଥିଲା। ଦୁଇଟି କାରଣ ପାଇଁ ଏହା ଆମେରିକାକୁ ଝଟକା ଦେଇଛି। ପ୍ରଥମ କାରଣ ହେଉଛି, ନିଭିଡିଆଠାରୁ ଅତ୍ୟାଧୁନିକ ଚିପ୍ସ ନ ଥାଇ ଏବଂ କାଲିଫର୍ନିଆ ଫାର୍ମଗୁଡ଼ିକ ଭଳି ପୁଞ୍ଜି ନ ପାଇ ମଧ୍ୟ ଚାଇନିଜ୍‌ମାନେ ଏହା କରିପାରିଲେ। ଦ୍ୱିତୀୟ କାରଣ ହେଉଛି, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଏକ କମ୍ପାନୀ ସିଲିକନ୍‌ ଭ୍ୟାଲି ସହ ସମାନ ହେବ ବୋଲି ଆମେରିକା କେବେ ବି ଭାବି ନ ଥିଲା। ଏବେ ୟୁରୋପ ଏବଂ ଅନ୍ୟ କୌଣସି ଦେଶ ନୁହନ୍ତି, ବରଂ କେବଳ ଚାଇନା ଓ ଆମେରିକା ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ (ଏଜିଆଇ) ବିକାଶ କରିବାର ଦକ୍ଷତା ରହିଛି।
ହୁଓ୍ବି ରପ୍ତାନି ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ ଏହା ତାଇଓ୍ବାନ ନିର୍ମିତ ସବୁଠୁ ଉନ୍ନତ ଚିପ୍ସ ତୁଳନାରେ ସାମାନ୍ୟ ପଛରେ ଥିବା ଚିପ୍ସ ନିର୍ମାଣରେ ସକ୍ଷମ ହୋଇଛି। କମ୍‌ ସଂସାଧନରେ ଚାଇନିଜ୍‌ମାନେ ନିଆରା ସଫଳତା ହାସଲ କରିପାରନ୍ତି ବୋଲି ହିପ୍‌ସିକ୍‌ ମଧ୍ୟ ଦର୍ଶାଇ ଦେଇଛି। ଚାଇନା ତାହାର ନିଜସ୍ବ ଏୟାରକ୍ରାଫ୍ଟ ଓ ଏଲ୍‌ଏନ୍‌ଜି ବାହକ ଜାହାଜ ନିର୍ମାଣ କରିଛି। ଚଳିତ ବର୍ଷ ଜାନୁଆରୀରେ ଏହା ବିଶ୍ୱର ସବୁଠୁ ଆଧୁନିକ ମିଲିଟାରି ଏୟାରକ୍ରାଫ୍ଟ ପ୍ରଦର୍ଶିିତ କରିଥିଲା। ଅବଶ୍ୟ ଏହା ବୈଦ୍ୟୁତିକ କାର୍‌, ହାଇସ୍ପିଡ୍‌ ଟ୍ରେନ୍‌, ସୋଲାର ପ୍ୟାନେଲ, ବ୍ୟାଟେରି ଏବଂ ଡ୍ରୋନ୍‌ କ୍ଷେତ୍ରରେ ଚାଇନା ଅପ୍ରତିଦ୍ୱନ୍ଦ୍ୱୀ ହୋଇଯାଇଛି। ଏହା ବୈଦ୍ୟୁତିକ କାର୍‌ ଉପତ୍ାଦନ ଓ ବ୍ୟବହାରରେ ଏବେ ବିଶ୍ୱର ଅଗ୍ରଣୀ ଦେଶ। ଏହା ବିଶ୍ୱର ୮୦ ପ୍ରତିଶତ ସୋଲାର ପ୍ୟାନେଲ, ୭୫ ପ୍ରତିଶତ ଲିଥିୟମ ଆୟନ ବ୍ୟାଟେରି ଏବଂ ୭୫ ପ୍ରତିଶତ ଡ୍ରୋନ୍‌ ଉତ୍ପାଦନ କରୁଛି। ବିଶ୍ୱର ଦୁଇ ତୃତୀୟାଂଶ ପାଖାପାଖି ୪୦,୦୦୦ କି.ମି.ହାଇସ୍ପିଡ୍‌ ରେଲ୍‌ ନେଟ୍‌ଓ୍ବର୍କ (ଭାରତରେ ଅହମଦାବାଦ- ମୁମ୍ବାଇ ଦୂରତା ୫୦୦ କି.ମି.) ଚାଇନାରେ ଅଛି ଏବଂ ଏହା ବୃଦ୍ଧିପାଉଛି।
ଜାରି ରହିଥିବା ଚାଇନାର ଅଭିବୃଦ୍ଧିକୁ ନେଇ ଅନେକ ପାଶ୍ଚାତ୍ୟ ଦେଶ ବିଶେଷକରି ଆମେରିକା ସଂଶୟରେ ପଡ଼ିଯାଇଛି। ବିଶ୍ୱାସ କରୁଛି ଯେ,ଚାଇନାର ଅଭିିବୃଦ୍ଧି ହ୍ରାସ ପାଇବ କିମ୍ବା ଅଟକିଯିବ। ତେବେ ଏହି ଦୃଷ୍ଟିକୋଣ ଦୀର୍ଘ ୨୦ ବର୍ଷ ହେଲା ରହି ଆସିଛି, କିନ୍ତୁ ଚାଇନା ଏହାକୁ ଖାତିର କରୁନାହିଁ। ବିଚାର କରନ୍ତୁ,୧୯୯୦ରେ ଭାରତ ଓ ଚାଇନା ସମାନ ସ୍ଥିତିରେ ଥିଲେ। ଆର୍ଥିକ ସୁଧାର ଦିଗରେ ୨ ଦେଶ ଗୋଟିଏ ସ୍ଥାନରେ ପହଞ୍ଚିଥିଲେ, କିନ୍ତୁ ଏବେ ଚାଇନାର ଅର୍ଥ ବ୍ୟବସ୍ଥା ଆକାର ଭାରତଠାରୁ ୬ଗୁଣ ଅଧିକ। ୨୦୨୦ ପରେ ଭାରତ ଓ ଚାଇନା ମଧ୍ୟରେ ପ୍ରଭେଦ ଦେଖାଗଲା। ପଡ଼ୋଶୀର ଅଗ୍ରଗତି ସମ୍ପର୍କରେ ଆମେ ସ୍ପଷ୍ଟ ଭାବେ ସଚେତନ ନ ଥଲୁ। ଚାଇନା କେବଳ ନିଜ କଥାରେ ମୁଣ୍ଡ ଖେଳାଉଛି ଏବଂ ଏକ ଜଣାଶୁଣା ଇଂଲିଶ ଗଣମାଧ୍ୟମ ନ ଥିବାରୁ ସେମାନଙ୍କ ଅଗ୍ରଗତି ସମ୍ପର୍କରେ ଜାଣିବା ଆମ ପାଇଁ କଷ୍ଟକର ହୋଇଛି। ଚାଇନାର ଅଗ୍ରଗତି ବିଷୟରେ ଜାଣିବାରେ ଆମ ମିଡିଆର ଅଣଦେଖା ଭାବ ଏବଂ ଅନାଗ୍ରହ ଆହୁରି ସମସ୍ୟା ସୃଷ୍ଟିକରିଛି। କିନ୍ତୁ ବିଶ୍ୱ ସ୍ବୀକାର କରିଛି, ଚାଇନା ୧ ଦଶନ୍ଧି ପୂର୍ବେ ଗ୍ରହଣ ତଥା କାର୍ଯ୍ୟକାରୀ କରିଥିବା ଏକ ଯୋଜନା ମାଧ୍ୟମରେ ଆଗୁଆ ବା ଉନ୍ନତ ଅର୍ଥ ବ୍ୟବସ୍ଥା ହୋଇଯାଇଛି। ୨୦୨୩ରେ ଲି କେକିଆଙ୍ଗ୍‌ଙ୍କ ମୃତ୍ୟୁ ହୋଇଯାଇଛି ସତ, କିନ୍ତୁ ତାଙ୍କ ୧୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଚାଇନା ଯାହା ହାସଲ କରିଛି ସେଥିରେ ତାହା ସମ୍ଭବତଃ ସନ୍ତୁଷ୍ଟ ହୋଇପାରିଲା। ପୁଣି ଥରେ ପାଠକମାନଙ୍କୁ ମନେପକାଇ ଦିଏ ଯେ, ଏହା ହେଉଛି ସେହି ଦଶନ୍ଧି ଯେଉଁଥିରେ ଭାଜପା ଓ ଆମ ପ୍ରଧାନମନ୍ତ୍ରୀ ସେମାନଙ୍କ ବିଚାରଧାରାରେ ଭାରତକୁ ନିୟନ୍ତ୍ରଣ କରିଛନ୍ତି।

ଆକାର ପଟେଲ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?