ମାନବ-ମାନବିକତା

ମଣିଷ ଏବେ ଆଧୁନିକ ସଭ୍ୟତାରେ ପଦାର୍ପଣ କରିଛି। ସମୟ ସହିତ ସମାଜର ସଂସ୍କୃତି ଏବଂ ପରମ୍ପରାରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ମଣିଷ ଆଧୁନିକତାର ସ୍ପର୍ଶରେ ବହୁ ଆନନ୍ଦ ଲାଭ କରୁଥିବାର ମଧ୍ୟ ଦେଖାଯାଉଛି। ହେଲେ ଏମିତି ପରିବର୍ତ୍ତନ ଆସୁ ଆସୁ ଏ ଶିକ୍ଷିତ ସମାଜରେ ଅନେକ ଅସାମାଜିକ କାର୍ଯ୍ୟ ଦୃଷ୍ଟିଗୋଚର ହେଉଛି।
ବହୁ ବର୍ଷ ପୂର୍ବରୁ ମଣିଷ ନିଜ ଇଚ୍ଛାରେ ଖାଇବା, ବଞ୍ଚତ୍ବା ଓ କାମ କରିବା ପାଇଁ ନିଷ୍ପତ୍ତି ନେଉଥିଲା। ଏମିତି ବଞ୍ଚତ୍ବାର କିଛିଦିନ ପରେ ମଣିଷ ଏକ ସ୍ବତନ୍ତ୍ର ନିୟମରେ ବନ୍ଧା ହେଲା ଓ ଜୀବନ ଶୈଳୀ ପାଇଁ ନିର୍ଦ୍ଦିଷ୍ଟ ନିୟମ ରଖିଲା। ଖାଇବା, ସ୍ନାନ କରିବା ଭଳି ଦୈନନ୍ଦିନ କାର୍ଯ୍ୟକ୍ରମକୁ ଏକ ସ୍ବତନ୍ତ୍ର ନିୟମ ଦ୍ୱାରା ପରିଚାଳିତ କରାଗଲା। ଧୀରେ ଧୀରେ ସଭ୍ୟ ସମାଜରେ ପରିବର୍ତ୍ତନ ଆସିଲା। ସାମାଜିକ ଚଳଣି ବଦଳି ଗଲା। ମଣିଷ ଲାଜ କରିବା, ଅନ୍ୟକୁ ସମ୍ମାନ ଦେବା, ସଂଯମରେ ରହିବା ଭଳି ସଂସ୍କାର ଗ୍ରହଣ କଲା।
ଆଜିକାଲି ଦେଖୁଥିବେ ଶିକ୍ଷା ପାଇଁ ବିଦ୍ୟାଳୟ ସ୍ଥାପନ ହେବା, ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ବୃଦ୍ଧି ପାଇ ସାରିଲାଣି। ମଣିଷ ମଧ୍ୟ ପୂର୍ବ ଅପେକ୍ଷା ଶିକ୍ଷିତ ହେଲେଣି। ବର୍ତ୍ତମାନ ବିଭିନ୍ନ ଧର୍ମଗୁରୁଙ୍କ ଦ୍ୱାରା ବିଭିନ୍ନ ଧର୍ମର ସ୍ଥାପନ ହୋଇସାରିଲାଣି। ପୂର୍ବରୁ କେତେ ଜଣ ଧର୍ମଗୁରୁ ଥିଲେ କିନ୍ତୁ ସୋସିଆଲ ମିଡିଆ ନ ଥିଲା ବିଭିନ୍ନ ଧର୍ମବାଣୀ ତଥା ତଥ୍ୟ ପ୍ରଚାର କରିବା ପାଇଁ। ମଣିଷ ସମାଜରେ ବଞ୍ଚତ୍ବା ଶୈଳୀ ଆଜିଭଳିଆ ନ ଥିଲା। ଆଜିକାଲି ଆମ ସମାଜର ସମସ୍ତ ଲୋକ ବିଭିନ୍ନ ଧର୍ମରେ ଦୀକ୍ଷିତ ହୋଇ ଧର୍ମଗ୍ରନ୍ଥ ପଢ଼ି, ବହୁ ବଡ଼ ଶିକ୍ଷା ଅନୁଷ୍ଠାନରେ ଅଧ୍ୟୟନ କରିଛନ୍ତି। ତଥାପି ମଧ୍ୟ ଭାଇ ଭାଇ ମଧ୍ୟରେ ସମ୍ପତ୍ତି ପାଇଁ ଝଗଡ଼ା, ସାହି ପଡ଼ିଶାରେ ଝଗଡ଼ା, ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା, ପରିବାରରେ ଅଶାନ୍ତି ଭଳି ଅନେକ ଅସାମାଜିକ ସମସ୍ୟା ଦେଖାଯାଉଛି। ବୃଦ୍ଧାଶ୍ରମ ଅଧିକରୁ ଅଧିକ ବୃଦ୍ଧି ପାଉଛି। ସତରେ ଯଦି ଆମେ ଶିକ୍ଷିତ, ଧାର୍ମିକ, ସଂସ୍କାରିତ ଓ ନିଜ ଧର୍ମବାଣୀ ଦ୍ୱାରା ଆମେ ପରିଚାଳିତ ଓ ଶିକ୍ଷାଗୁରୁ, ଦୀକ୍ଷାଗୁରୁଙ୍କ ଅନୁସରଣକାରୀ, ତା’ହେଲେ ନିଜ ପାଖରେ ନିଜ ନିଜ ଘରେ ବାପା ମା’ଙ୍କୁ କାହିଁକି ରଖି ପାରୁନାହଁୁ। ଯଦି ବି ନାରୀ ସମ୍ମାନ କଥା କହୁଛୁ ତଥାପି ନାରୀଙ୍କୁ ସମ୍ମାନ ଦେଉ ନାହିଁ॥ ଏଇଟା କ’ଣ ଶିକ୍ଷିତ, ସଂସ୍କାରିତ ଓ ଧାର୍ମିକ ଚିନ୍ତା କି ? ଆମେ ସଭ୍ୟ ସମାଜର ମଣିଷ। ଧର୍ମ ଅଧର୍ମ, ପାପ ପୁଣ୍ୟ କଥା କହି ପରଧନ ଲୁଟି ଖାଇବା, ସୁଯୋଗ ପାଇଲେ ଫାଇଦା ଉଠେଇବା, ନିଜର ଲାଭ ପାଇଁ ଅନ୍ୟର କ୍ଷତି କରିବା ଏଇଟା କ’ଣ ଆମର ଶିକ୍ଷା, ଧର୍ମବାଣୀ ନା ଆମ ଧର୍ମଗ୍ରନ୍ଥରେ ଲେଖାହୋଇଛି। ଭାବିଲେ ମନରେ ପ୍ରଶ୍ନ ଆସେ। ଭାରତର କୌଣସି ଧର୍ମଗ୍ରନ୍ଥରେ ବି ଏମିତି ଅସାମାଜିକ ବାର୍ତ୍ତା ଲେଖା ଯାଇନାହିଁ କି କୌଣସି ଧର୍ମ ଗୁରୁ ଓ ମହାପୁରୁଷମାନେ ମଧ୍ୟ ଅସାମାଜିକ କାର୍ଯ୍ୟ କରିବା ପାଇଁ ବାଣୀ ପ୍ରଦାନ କରିନାହାନ୍ତି। ସବୁବେଳେ ସତ୍ୟ, ଶାନ୍ତି, ଦୟା, କ୍ଷମା, ପ୍ରେମ, କରୁଣାକୁ ଆଧାର କରି ଧର୍ମଗ୍ରନ୍ଥରେ ଧର୍ମବାଣୀ ଲିଖିତ ଓ ଧର୍ମ ଗୁରୁମାନଙ୍କ ଦ୍ୱାରା ପ୍ରଚାରିତ। କିନ୍ତୁ ମଣିଷର କାର୍ଯ୍ୟକ୍ରମ ଠିକ୍‌ ଓଲଟା। ଆମେ ଯଦି ସତରେ ଶିକ୍ଷିତ, ସଂସ୍କାରିତ ଓ ଧର୍ମପରାୟଣ ବ୍ୟକ୍ତି ଏମିତି ଅସାମାଜିକ କାର୍ଯ୍ୟ କାହିଁକି ? ଆମ ମନରେ ସତ୍ୟ, ଶାନ୍ତି, ଦୟା, କ୍ଷମା, ପ୍ରେମ କରୁଣା କାହିଁକି ଉଙ୍କିମାରୁ ନାହିଁ। ଆମେ କ’ଣ ? ସମସ୍ତେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ। ସମାଜରେ କାହା ପେଟକୁ ଦାନା ମୁଠେ ନ ଦେଇ ପେଟକୁ ଲାତ ମାରନ୍ତି , କାହାକୁ କେବେ ଖାଇଛୁ , କେମିତି ଅଛୁ ନ ପଚାରି ତା’ ବିରୋଧରେ ତା’ ପଛରେ ତା’ ବିଷୟରେ ଆଲୋଚନା କରନ୍ତି। ଗରିବକୁ ହୀନ ଦୃଷ୍ଟିରେ ଦେଖନ୍ତି, ଧନୀ ହୋଇଗଲେ ବେଶି ଧନ ଗର୍ବ କରୁଛି ବୋଲି କୁହନ୍ତି। ଯଦି କିଏ କିଛି କରୁ ନାହିଁ ଅକର୍ମା ବୋଲି ତାଚ୍ଛଲ୍ୟ କରନ୍ତି ଓ କିଛି କରିବା ପାଇଁ ଚେଷ୍ଟା କଲେ ପଛରୁ ଗୋଡ଼ଟାଣନ୍ତି ବା ପଛରେ ରହି କ୍ଷତି କରନ୍ତି। ଏମିତି କାହିଁକି ? ଏଇଟା କ’ଣ ଆମ ଭିତରେ ଥିବା ମାନବିକତା? ଏଇଟା କ’ଣ ସଭ୍ୟ ଓ ଶିକ୍ଷିତ ସମାଜର ଚିନ୍ତା।
ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏହି କାରଣରୁ ମଣିଷ ଯେଉଁ ଧର୍ମରେ ରହିଲେ କି ଯେଉଁ ଧର୍ମର ଠାକୁରଙ୍କୁ ପୂଜା ବା ଭକ୍ତି କଲେ, ନିଜ ଧର୍ମରବାଣୀ ପ୍ରଚାର କଲେ କାହାର କିଛି ଅସୁବିଧା ନାହିଁ। ଜଣେ ଭାରତୀୟ ନାଗରିକ ହିସାବରେ ସେ ନିଜ ଇଚ୍ଛାରେ ଧର୍ମଗ୍ରହଣ ଓ ଧର୍ମ ପ୍ରଚାର କରିପାରିବ, କିନ୍ତୁ ଧର୍ମକୁ ନେଇ ଦେଶରେ ବିବାଦ ଧେଖାଯାଉଛି। ସମସ୍ତଙ୍କ ଭିତରେ ପ୍ରଥମେ ମଣିଷ ହିସାବରେ ମାନବିକତା ରହିବା ନିତାନ୍ତ ଆବଶ୍ୟକ। ମାନବିକତା ହିଁ ମାନବର ଶ୍ରେଷ୍ଠ ଧର୍ମ।

ଚିତ୍ତରଞ୍ଜନ ବେହେରା
ବୌଦ୍ଧ, ମୋ: ୯୪୩୮୭୧୦୩୮୭


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri