Categories: ଜାତୀୟ

ମଣିଷଖିଆ ବାଘର ପତ୍ତା ମିଳୁନି

ମୁମ୍ବାଇ, ୨୩ା୯: ମହାରାଷ୍ଟ୍ରର ଗଡଚିରୌଲି ଜିଲାରେ ମଣିଷ ଖିଆ ବାଘ ଆତଙ୍କ ଜାରି ରହିଛି। ଏ ପର୍ଯ୍ୟନ୍ତ ୧୫ ଲୋକଙ୍କ ଜୀବନ ନେଇ ସାରିଥିବା ବାଘକୁ ଖୋଜିବା ପାଇଁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଜଙ୍ଗଲ ମଧ୍ୟରେ ଖୋଜାଖୋଜି ଚଳାଇଛନ୍ତି। ଫୋର୍ସର ମୁଖ୍ୟ ଦିଲୀପ କହିଛନ୍ତି, କ୍ୟାମେରା ଟ୍ରାପ୍‌, ସ୍ଥାନୀୟ ଲୋକଙ୍କ ସହଯୋଗରେ ବାଘ ସନ୍ଧାନ ଚାଲିଛି। ଏଥିପାଇଁ ପ୍ରାୟ ୧୫୦ କ୍ୟାମେରା ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଛି। ବର୍ଷା ଯୋଗୁ ଏହି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଦିନକୁ ଜଙ୍ଗଲ ଭିତରେ ପ୍ରାୟ ୪୦ କିମି ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିବା ସେ କହିଛନ୍ତି। ସେପଟେ ବାଘର ପତ୍ତା ମିଳିପାରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି।

Share