୧୫୦ ବର୍ଷ ବଞ୍ଚି ପାରିବ ମଣିଷ, ପ୍ରକାଶ ପାଇଲା ରିପୋର୍ଟ..

ସିଙ୍ଗାପୁର,୨୭।୫: ଜଣେ ମଣିଷ ସର୍ବାଧିକ କେତେ ବର୍ଷ ବଞ୍ଚିପାରିବ। ପୃଥିବୀରେ ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ବର୍ଷ ୧୧୪ ଅବା ୧୧୬ ରହିଛି। ତେବେ ନେଚର କମ୍ୟୁନିକେଶନ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜଣେ ମଣିଷ ସର୍ବାଧିକ ୧୫୦ ବର୍ଷ ଜୀବିତ ରହିପାରିବ। ସିଙ୍ଗାପୁରର ବୈଜ୍ଞାନିକ ମଣିଷର ସର୍ବାଧିକ ବୟସ ମାପିବା ପାଇଁ ଏକ ପ୍ରକାର ସ୍ବତନ୍ତ୍ର ଇଣ୍ଡିକେଟର ପ୍ରସ୍ତୁତ କରିଛନ୍ତି। ଏହାକୁ ଡାୟନାମିକ୍‌ ଅର୍ଗାନିଜିମ୍‌ ଷ୍ଟେଟ୍‌ ଇଣ୍ଡିକେଟର କୁହାଯାଉଛି। ଏହା ଅନ୍ତର୍ଗତ ରକ୍ତର ସ୍ବତନ୍ତ୍ର ପରୀକ୍ଷା କରାଯାଇ ସର୍ବାଧିକ ଜୀବିତ ରହିବା ବୟସ ହିସାବ କରାଯାଇପାରିବ। ଏହା ସହିତ ପାରିପାର୍ଶ୍ୱିକ ସ୍ଥିତି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରର ସୁସ୍ଥତାକୁ ମଧ୍ୟ ବିଚାର ପରିସର ଭୁକ୍ତ କରାଯିବ। ବୈଜ୍ଞାନିକ ବୟସ ସମ୍ପର୍କିତ ମାପଦଣ୍ଡ ଏବଂ ଟାଜେକ୍ଟୋରୀକୁ ସିଙ୍ଗଲ୍‌ ମ୍ୟାଟ୍ରିକ୍ସ୍‌ ଆଧାରରେ ହିସାବ କରାଯାଇପାରିବ। ବୟସ ବଢ଼ିବା ସହିତ ଶରୀରର ବିଭିନ୍ନ ଅଙ୍ଗ କିପରି ଭାବେ କାର୍ଯ୍ୟ କରୁଛି ତାହାକୁ ଅନୁଧ୍ୟାନ କରାଯାଇ ସର୍ବାଧିକ ବର୍ଷ ହିସାବ କରାଯିବ। ଏହା ସହିତ ଡିଏନ୍‌ଏ ବିଭାଜନ ସ୍ଥିତିରୁ ମଧ୍ୟ ଜୀବିତ ରହିବା ସମୟ ସମ୍ପର୍କରେ ଆବଶ୍ୟକ ତଥ୍ୟ ମିଳିପାରିବ। ସେହିପରି କମ୍ପ୍ଲିଟ୍‌ ବ୍ଲଡ୍‌ କାଉଣ୍ଟ୍‌ ଦ୍ୱାରା ବ୍ୟକ୍ତିଙ୍କ ଜୀବିତ ରହିବା ସମୟ ଆକଳନ କରାଯାଇ ପାରିବ।

Share