ଜନବସତି ମୁହାଁ ଜୀବଜନ୍ତୁ

ବାଲେଶ୍ୱର ଅଫିସ,୨୭।୩: ଜଙ୍ଗଲ କ୍ଷୟକ୍ଷତି, ଖାଦ୍ୟ ଅଭାବ ପାଇଁ ଜୀବଜନ୍ତୁ ଜନବସତି ଆଡ଼କୁ ମୁହାଁଉଛନ୍ତି। ବାଲେଶ୍ୱର ଜିଲାର ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତ ବେଣ୍ଟପୁର ଗ୍ରାମକୁ ଏକ ଛୋଟ ହାତୀ ପଶି ଆସିଛି। ସେ ଗ୍ରାମର ମଧୁସୂଦନ ସାହୁଙ୍କ ବାଡ଼ିିରେ ପଶି ପନିପରିବା ଖାଇବା ସହିତ ନଷ୍ଟ କରିଦେଇଛି। ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି।