ଅଭିନେତ୍ରୀ ହେବା ପୂର୍ବରୁ ଆମୀର ଖାନ୍‌ଙ୍କ ସହ ଏହି କାମ କରିଥିଲେ ହୁମା

ଫିଲ୍ମ ‘ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ହୁମା କ୍ୟୁରେଶି। ଏବେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ନାୟିକାଙ୍କ ମଧ୍ୟରେ ଅନ୍ୟତମ। ହୁମା ଜଣେ ବ୍ୟବସାୟୀ ପରିବାରର। ତାଙ୍କ ପିତା ସଲିମ କ୍ୟୁରେଶି ଦିଲ୍ଲୀର ଅନେକ ରେଷ୍ଟୁରାଣ୍ଟର ମାଲିକ। ଅନୁରାଗ କଶ୍ୟପଙ୍କ ପାଇଁ ହୁମା ବଲିଉଡ୍‌ରେ କ୍ୟାରିୟର କରିପାରିଛନ୍ତି।
ହୁମା ଯେତେବେଳେ ଏକ ମୋବାଇଲ ଫୋନ୍‌ ବ୍ରାଣ୍ଡ ପାଇଁ ଆମିର ଖାନ୍‌ଙ୍କ ସହ ଶୁଟିଂ କରୁଥିଲେ ସେତେବେଳେ ଅନୁରାଗଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ହୁମାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଏହି ସମୟରେ ଅନୁରାଗ ଜାଣିପାରିଥିଲେ। ପରେ ତାଙ୍କୁ ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁରରେ ସୁଯୋଗ ଦେଇଥିଲେ। ଏହାପରେ ହୁମା ଅନେକ ସଫଳ ସିନେମାରେ କାମ କରିବାର ସୁଯୋଗ ପାଇଲେ।

Share