ବିକାଶଠୁ ଦୂରରେ ହୁକିଟୋଲା ଦ୍ୱୀପ

ମହାକାଳପଡ଼ା,୬।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବଙ୍ଗୋସାଗର ପାଶର୍‌ବ ଏକ ନିର୍ଜନ ସ୍ଥାନରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହୁକିଟୋଲା ଦ୍ୱୀପନିର୍ମାଣ କରାଯାଇଥିଲା। ଏହି ଐତିହ୍ୟ ସ୍ଥଳର ବିକାଶ ବହୁ ଦୂରରେ ରହିଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଏହି ଐତିହାସିକ ହୁକିଟୋଲା ଦ୍ୱୀପ ନିର୍ମାଣ କାର୍ଯ୍ୟ ପାଇଁ କଟକର ବାରବାଟି ଦୁର୍ଗ ଓ ବାରଙ୍ଗର ଚୁଡ଼ଙ୍ଗଗଡରୁ ସଂଗୃହୀତ ପଥରକୁ ଜଳପଥରେ ନେଇ ୭ ହଜାର ବର୍ଗ ଫୁଟ୍‌ର ଅଟ୍ଟାଳିକା ନିର୍ମାଣ ୟୁରୋପ ରେନେସା ଶୈଳୀରେ ତିଆରି କରାଯାଇଇଥିଲା। ବ୍ରିଟିଶ ଶାସନ ସମୟରେ ନିର୍ମିତ ହୁକିଟୋଲା ୧୮୬୫ -୧୮୬୬ରେ ହୁକ୍‌ ସାହେବ ସମୟରେ ହୋଇଥିଲା ତେଣୁ ତାଙ୍କ ନାମ ଅନୁସାରେ ଏହି ସ୍ଥାନକୁ ନାମକରଣ ହୁକିଟୋଲା ରଖାଯାଇଛି। ସଡ଼କପଥ ଓ ରେଳପଥ ବହୁ ପୂର୍ବରୁ ନିର୍ମାଣ କାର୍ଯ୍ୟ ହୋଇଥିଲା। ସମୁଦ୍ର ମଧ୍ୟରେ ଜାହାଜ ଯାତାୟାତ କରୁଥିବା ବେଳେ ଏହି ନିର୍ଜନ ଦ୍ୱୀପରେ ଏକ ବୃହତ୍‌ ପଣ୍ୟାଗାର ଗୃହ ନିର୍ମାଣ ହୋଇଥିଲା।
ସୂଚନା ଅନୁସାରେ, ପୂର୍ବ ଭାରତରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକମାନେ ବିଦେଶରୁ ଖାଦ୍ୟ ସାମଗ୍ରୀ ଗହମ, ତେଲ, ଚୁଡା, ଗୁଡ ଆଦି ଜାହାଜ ଯୋଗେ ଏହି ବୃହତ୍‌ ଗୋଦାମ ଘରେ ରଖୁଥିଲେ। ଏଠାରୁ ଖାଦ୍ୟଶସ୍ୟ ଓଡ଼ିଶାର ଦୁର୍ଭିକ୍ଷ ଅଞ୍ଚଳକୁ ଜଳପଥରେ ଷ୍ଟିମର ଯୋଗେ ପରିବହନ କରାଯାଉଥିଲା। ସ୍ବାଧୀନ ଭାରତର ପରବର୍ତ୍ତୀ ସମୟରେ ଏହି ପଣ୍ୟାଗାର ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା। ୨୦୧୫-୧୬ରେ ଏହି ଐତିହାସିକ ହୁକିଟୋଲା ଗୃହକୁ ପୁନରୁଦ୍ଧାର କରାଯାଇ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଛି। ଅଦ୍ୟାବଧି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବନ ବିଭାଗ ଅଧୀନରେ ରହିଛି। କରୋନା ପ୍ରଭାବ ଯୋଗୁ ପ୍ରଶାସନ ପକ୍ଷରୁ ଏଠାକୁ ପ୍ରବେଶ ଉପରେ କଟକଣା ରହିଥିଲା। ଗୁରୁବାରଠାରୁ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ଅନୁମତି ମିଳିଛି। ତେବେ ଏହି ହୁକିଟୋଲା ପର୍ଯ୍ୟଟନସ୍ଥଳର ବିକାଶରେ ସେତେଟା ଆଖିଦୃଶିଆ ସଫଳ ଦେଖିବାକୁ ମିଳୁନି। ଏହି ପର୍ଯ୍ୟଟନସ୍ଥଳରେ ସ୍ଥାନୀୟ ଅସାଧୁ ବ୍ୟବସାୟୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଛି। ରାତ୍ରି ରହଣିରେ କୌଣସି ବ୍ୟବସ୍ଥା ନାହିଁ। ପାନୀୟ ଜଳ, ଶୌଚାଳୟ ଅବ୍ୟବସ୍ଥା, ସ୍ଥାନୀୟ କେତେକ ମତ୍ସ୍ୟଜୀବୀମାନେ ଡଙ୍ଗା ରଖି ମାଛ କଙ୍କଡ଼ା ଧରିବା ଦେଖିବାକୁ ମିଳେ। ସେହିପରି ଏହି ହୁକିଟୋଲା ପୂର୍ବ ଦ୍ୱୀପପୁଞ୍ଜର ମାଦଳି, ଲଞ୍ଚଘୋଲା ଆଦି ଝାଉଁ ବଣରେ କେତେଜଣ ମତ୍ସ୍ୟଜୀବୀ ଅସ୍ଥାୟୀ ପଲା ମାରି ମାଛ, କଙ୍କଡ଼ା ଧରି ନିକଟ ପାରାଦୀପକୁ ଜଳପଥରେ ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହି ସାମୁଦ୍ରିକ ଅଭୟାରଣ୍ୟ ନିଷିଦ୍ଧାଞ୍ଚଳରେ କିପରି ବେଆଇନ ଭାବେ ପ୍ରବେଶ କରି ସାମୁଦ୍ରିକ ଜୀବଜନ୍ତୁଙ୍କୁ ଧରି ଚାଲାଣ କରାଯାଉଛି ସେ ନେଇ ଅଭିଯୋଗ ହେଉଛି। ଅପରପକ୍ଷେ ଏହି ନିଷିଦ୍ଧାଞ୍ଚଳରେ ପ୍ରବେଶ ପଥରେ ଚେକ୍‌ ପୋଷ୍ଟ ନିର୍ମାଣ କରାଯାଇଥିଲେ ମଧ୍ୟ କିପରି ଏମାନେ ପ୍ରବେଶ କରୁଛନ୍ତି। ଏହା ବନ ବିଭାଗ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ତେବେ ଏଠାରେ ପ୍ରଶ୍ନ ଉଠେ ବିଭାଗ ପକ୍ଷରୁ ହୁକିଟୋଲା ପର୍ଯ୍ୟଟନସ୍ଥଳକୁ ଯାତାୟାତ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ। ନା ଅଛି ବୋଟ୍‌ କିମ୍ବା ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା। ଆଗାମୀ ଦିନରେ ଏହି ହୁକିଟୋଲା ପର୍ଯ୍ୟଟନସ୍ଥଳ ପ୍ରତି ସଂସ୍କୃତି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri