ବିକାଶଠୁ ଦୂରରେ ହୁକିଟୋଲା ଦ୍ୱୀପ

ମହାକାଳପଡ଼ା,୬।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବଙ୍ଗୋସାଗର ପାଶର୍‌ବ ଏକ ନିର୍ଜନ ସ୍ଥାନରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହୁକିଟୋଲା ଦ୍ୱୀପନିର୍ମାଣ କରାଯାଇଥିଲା। ଏହି ଐତିହ୍ୟ ସ୍ଥଳର ବିକାଶ ବହୁ ଦୂରରେ ରହିଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଏହି ଐତିହାସିକ ହୁକିଟୋଲା ଦ୍ୱୀପ ନିର୍ମାଣ କାର୍ଯ୍ୟ ପାଇଁ କଟକର ବାରବାଟି ଦୁର୍ଗ ଓ ବାରଙ୍ଗର ଚୁଡ଼ଙ୍ଗଗଡରୁ ସଂଗୃହୀତ ପଥରକୁ ଜଳପଥରେ ନେଇ ୭ ହଜାର ବର୍ଗ ଫୁଟ୍‌ର ଅଟ୍ଟାଳିକା ନିର୍ମାଣ ୟୁରୋପ ରେନେସା ଶୈଳୀରେ ତିଆରି କରାଯାଇଇଥିଲା। ବ୍ରିଟିଶ ଶାସନ ସମୟରେ ନିର୍ମିତ ହୁକିଟୋଲା ୧୮୬୫ -୧୮୬୬ରେ ହୁକ୍‌ ସାହେବ ସମୟରେ ହୋଇଥିଲା ତେଣୁ ତାଙ୍କ ନାମ ଅନୁସାରେ ଏହି ସ୍ଥାନକୁ ନାମକରଣ ହୁକିଟୋଲା ରଖାଯାଇଛି। ସଡ଼କପଥ ଓ ରେଳପଥ ବହୁ ପୂର୍ବରୁ ନିର୍ମାଣ କାର୍ଯ୍ୟ ହୋଇଥିଲା। ସମୁଦ୍ର ମଧ୍ୟରେ ଜାହାଜ ଯାତାୟାତ କରୁଥିବା ବେଳେ ଏହି ନିର୍ଜନ ଦ୍ୱୀପରେ ଏକ ବୃହତ୍‌ ପଣ୍ୟାଗାର ଗୃହ ନିର୍ମାଣ ହୋଇଥିଲା।
ସୂଚନା ଅନୁସାରେ, ପୂର୍ବ ଭାରତରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକମାନେ ବିଦେଶରୁ ଖାଦ୍ୟ ସାମଗ୍ରୀ ଗହମ, ତେଲ, ଚୁଡା, ଗୁଡ ଆଦି ଜାହାଜ ଯୋଗେ ଏହି ବୃହତ୍‌ ଗୋଦାମ ଘରେ ରଖୁଥିଲେ। ଏଠାରୁ ଖାଦ୍ୟଶସ୍ୟ ଓଡ଼ିଶାର ଦୁର୍ଭିକ୍ଷ ଅଞ୍ଚଳକୁ ଜଳପଥରେ ଷ୍ଟିମର ଯୋଗେ ପରିବହନ କରାଯାଉଥିଲା। ସ୍ବାଧୀନ ଭାରତର ପରବର୍ତ୍ତୀ ସମୟରେ ଏହି ପଣ୍ୟାଗାର ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା। ୨୦୧୫-୧୬ରେ ଏହି ଐତିହାସିକ ହୁକିଟୋଲା ଗୃହକୁ ପୁନରୁଦ୍ଧାର କରାଯାଇ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଛି। ଅଦ୍ୟାବଧି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବନ ବିଭାଗ ଅଧୀନରେ ରହିଛି। କରୋନା ପ୍ରଭାବ ଯୋଗୁ ପ୍ରଶାସନ ପକ୍ଷରୁ ଏଠାକୁ ପ୍ରବେଶ ଉପରେ କଟକଣା ରହିଥିଲା। ଗୁରୁବାରଠାରୁ ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ଅନୁମତି ମିଳିଛି। ତେବେ ଏହି ହୁକିଟୋଲା ପର୍ଯ୍ୟଟନସ୍ଥଳର ବିକାଶରେ ସେତେଟା ଆଖିଦୃଶିଆ ସଫଳ ଦେଖିବାକୁ ମିଳୁନି। ଏହି ପର୍ଯ୍ୟଟନସ୍ଥଳରେ ସ୍ଥାନୀୟ ଅସାଧୁ ବ୍ୟବସାୟୀ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଛି। ରାତ୍ରି ରହଣିରେ କୌଣସି ବ୍ୟବସ୍ଥା ନାହିଁ। ପାନୀୟ ଜଳ, ଶୌଚାଳୟ ଅବ୍ୟବସ୍ଥା, ସ୍ଥାନୀୟ କେତେକ ମତ୍ସ୍ୟଜୀବୀମାନେ ଡଙ୍ଗା ରଖି ମାଛ କଙ୍କଡ଼ା ଧରିବା ଦେଖିବାକୁ ମିଳେ। ସେହିପରି ଏହି ହୁକିଟୋଲା ପୂର୍ବ ଦ୍ୱୀପପୁଞ୍ଜର ମାଦଳି, ଲଞ୍ଚଘୋଲା ଆଦି ଝାଉଁ ବଣରେ କେତେଜଣ ମତ୍ସ୍ୟଜୀବୀ ଅସ୍ଥାୟୀ ପଲା ମାରି ମାଛ, କଙ୍କଡ଼ା ଧରି ନିକଟ ପାରାଦୀପକୁ ଜଳପଥରେ ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହି ସାମୁଦ୍ରିକ ଅଭୟାରଣ୍ୟ ନିଷିଦ୍ଧାଞ୍ଚଳରେ କିପରି ବେଆଇନ ଭାବେ ପ୍ରବେଶ କରି ସାମୁଦ୍ରିକ ଜୀବଜନ୍ତୁଙ୍କୁ ଧରି ଚାଲାଣ କରାଯାଉଛି ସେ ନେଇ ଅଭିଯୋଗ ହେଉଛି। ଅପରପକ୍ଷେ ଏହି ନିଷିଦ୍ଧାଞ୍ଚଳରେ ପ୍ରବେଶ ପଥରେ ଚେକ୍‌ ପୋଷ୍ଟ ନିର୍ମାଣ କରାଯାଇଥିଲେ ମଧ୍ୟ କିପରି ଏମାନେ ପ୍ରବେଶ କରୁଛନ୍ତି। ଏହା ବନ ବିଭାଗ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ତେବେ ଏଠାରେ ପ୍ରଶ୍ନ ଉଠେ ବିଭାଗ ପକ୍ଷରୁ ହୁକିଟୋଲା ପର୍ଯ୍ୟଟନସ୍ଥଳକୁ ଯାତାୟାତ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ। ନା ଅଛି ବୋଟ୍‌ କିମ୍ବା ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା। ଆଗାମୀ ଦିନରେ ଏହି ହୁକିଟୋଲା ପର୍ଯ୍ୟଟନସ୍ଥଳ ପ୍ରତି ସଂସ୍କୃତି ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri