ଦିଗପହଣ୍ଡି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଅଟକ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଗଞ୍ଜେଇ ବୋଝେଇ ଯାତ୍ରୀବାହୀ ଅଟୋକୁ ପାଟପୁର ପୋଲିସ ଜବତ କରିଛି।

ପାଟପୁର ଥାନାର ଏସ୍.ଆଇ. ସୁଲେମାନ ଭୂୟାଁ ସଦଳବଳେ ଗାଡ଼ି ମୋଟର ଯାଞ୍ଚ କରୁଥିବା ବେଳେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ଅଟକାଇ ଖାନତଲାସି କରିବାରୁ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଗଜପତି ଜିଲା ଅଡବା ଥାନା ତୁମଙ୍ଗପଦର ଗ୍ରାମର ଯମରାଜ ମାଝୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।

ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦିଲ୍ଲୀପ କୁମାର ଜେନା ଏବଂ ସ୍ଥାନୀୟ ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ଓଜନ କରିବାରୁ ତାହା ୧୦୬ କିଲୋଗ୍ରାମ ୬ ଶହ ଗ୍ରାମ ହୋଇଥିଲା।

ପୋଲିସ ଗଞ୍ଜେଇ ବୋଝେଇ ଅଟୋ ଓ ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ପରେ ଏସ୍.ଆଇ.ଙ୍କ ଏତଲା ଆଧାରରେ ଥାନା ମାମଲା ନଂ. ୪୯୪/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଆଗାମୀ କାର୍ଯ୍ୟାନୁଷ୍ଠାନ: ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ଯେ ସୋମବାର ସକାଳେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ଥିତ ଜିଲ୍ଲା ଜଜ୍ କୋର୍ଟକୁ ଚାଲାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଜିଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ,୩୦ା୧: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି…

ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱର,୩୦।୧: ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକୋର୍ଟରେ ସଚିବ ପାଢ଼ୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ଅଦାଲତ…

ଚାଲିଥିଲା ନକଲି ମଦ ପ୍ରସ୍ତୁତି: ଅଚାନକ ଚଢାଉ କଲା ଅବିକାରୀ ବିଭାଗ, ତା’ପରେ…

କେସିଙ୍ଗା,୩୦।୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ସ୍ଥିତ ୱାର୍ଡ ନଂ ୧୦ର ୩ ନମ୍ବର ବିଦେଶୀ ମଦ ଦୋକାନ ପଛ ଗଳିରେ ଓ…

ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଲୁକ ଆଇନ ସହାୟତା କମିଟି ପାଳିଲା…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶୁକ୍ରବାର ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି।…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ପଞ୍ଜିକା ସମୀକରଣ ବୈଠକରେ ବଡ଼ ନିଷ୍ପତ୍ତି: ତ୍ରୁଟିଯୁକ୍ତ ପାଞ୍ଜି ଛାପିଲେ…

ପୁରୀ,୩୦।୧ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ୨୦୨୬-୨୭ରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର ସୂଚନା ବିଭିନ୍ନ ପଞ୍ଜିକାରେ କିଭଳି ତ୍ରୁଟିଶୂନ୍ୟ ଭାବେ ପ୍ରକାଶିତ ହେବ,…

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri