Categories: ଜାତୀୟ

ଏଲ୍‌ଓସିରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର-ନିଶାଦ୍ରବ୍ୟ ଜବତ…

ଶ୍ରୀନଗର, ୩।୧ : ଏଲ୍‌ଓସିରେ ପାକିସ୍ତାନ ପଟୁ ଲଗାତାର ଉତ୍ତେଜନା ସୃଷ୍ଟି ଜାରି ରହିଛି। ଜମ୍ମୁ-କଶ୍ମୀରର ସାମ୍ବା ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ନିକଟରେ ପାଟ୍ରୋଲିଂ ବେଳେ ବିଏସଏଫ ଯବାନମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଏସବୁ ଏକ ବୁଦା ମଧ୍ୟରେ ଅଖାରେ ଲୁଚାଇ ରଖାଯାଇଥିଲା। ଅଖା ଉପରେ ଉର୍ଦ୍ଦୁ ଭାଷାରେ ଲେଖା ହୋଇଛି। ଏସବୁ ପାକିସ୍ତାନରୁ ଆସିଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଅସ୍ତ୍ରଶସ୍ତ୍ର ସହିତ ନିଶାଦ୍ରବ୍ୟ ଜବତ ହୋଇଛି। ଏହାକୁ ହିରୋଇନ ବୋଲି ବିଏସ୍‌ଏଫ୍‌ କର୍ତ୍ତୃପକ୍ଷ କହିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଚାମଲିୟାଲ ସୀମାନ୍ତ ପୋଷ୍ଟ ନିକଟ ସାର୍କଣ୍ଡା ନାମକ ବଣୁଆ ଘାସ ବୁଦାରେ ଲୁଚାହୋଇ ରହିଥିବା ଏକ ଧଳା ରଙ୍ଗର ଅଖା ଭିତରୁ ଏସବୁ ସାମଗ୍ରୀ ମିଳିଛି। ଅଖା ଭିତରୁ ୫ଟି ମାଗାଜିନ, ତିନୋଟି ଏକେ ରାଇଫଲ, ଚାରିଟି ପିସ୍ତଲ, ୫ ପ୍ୟାକେଟ ହେରୋଇନ ଏବଂ ୧୪ ରାଉଣ୍ଡ ଗୁଳି ଜବତ କରାଯାଇଛି। ପାଟ୍ରୋଲିଂ ସମୟରେ ବିଏସ୍‌ଏଫ୍‌ ଫୋର୍ସ ଏହି ଅଖାକୁ ଦେଖିଥିଲେ। ଅଖାରେ କରାଚି ଫର୍ଟିଲାଇଜର୍ସ କମ୍ପାନୀ ଲିମିଟେଡ ଲେଖାଯାଇଛି। ଡ୍ରୋନ ଦ୍ୱାରା ପରିବହନ ସାମଗ୍ରୀକୁ ଡ୍ରପ କରାଯାଇଛି କିମ୍ବା ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ଦ୍ୱାରା ଏଠାକୁ ଅଣାଯାଇଛି ସେ ସମ୍ପର୍କରେ କୌଣସି ତଥ୍ୟ ଜଣା ପଡିନାହିଁ। ଏହାର ତଦନ୍ତ ଜାରି ରହିଛି।

 

Share