Posted inଜାତୀୟ

ଉଦ୍ଧାର କାର୍ଯ୍ୟ ଜାରି : ଖାଦ୍ୟ ଅକ୍ସିଜେନ୍‌ ପଠାଗଲା

ଡେରାଡୁନ୍‌,୧୪ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲା ଅନ୍ତର୍ଗତ ଯମୁନେତ୍ରୀ-ଉତ୍ତରାଖଣ୍ଡ ଜାତୀୟ ରାଜପଥ କାମ ଚାଲିଥିବାବେଳେ ରବିବାର ଭୋର ସମୟରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ୫ ଓଡ଼ିଆଙ୍କ ସମେତ ୪୦ରୁ ଊଦ୍ଧ୍ୱର୍ର୍ ଶ୍ରମିକ ଫସି ରହିଛନ୍ତି। ଉତ୍ତରକାଶୀର ସିଲ୍‌କ୍ୟାରା ସହ ଡଙ୍ଗାଲଗାଓଁକୁ ଏହି ସୁଡ଼ଙ୍ଗ ଯୋଡ଼ୁଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଖୋଳି ସେଥିରେ ଫସିରହିଥିବା ଲୋକମାନଙ୍କୁ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ଓଜନଦାର ଏସ୍କାଭେଟର ମେଶିନ୍‌ଗୁଡ଼ିକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଫସିଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ ହୋଇପାରିଛି ଓ ସେମାନେ ସୁରକ୍ଷିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଇପ୍‌ଲାଇନ୍‌ ଜରିଆରେ ସେମାନଙ୍କ ପାଖକୁ ଖାଦ୍ୟ, ପାଣି ଓ ଅକ୍ସିଜେନ୍‌ ପଠାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଦୁର୍ଘଟଣାସ୍ଥଳ ଗସ୍ତ କରି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଶ୍ରମିକମାନଙ୍କ ଉଦ୍ଧାର ଲାଗି ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟରେ ପୋଲିସ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀ ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଇଛି।
ଖବର ଅନୁଯାୟୀ ରବିବାର ଭୋର ପ୍ରାୟ ୪ଟା ବେଳେ ୪.୫ କିଲୋମିଟର ଦୀର୍ଘ ଟନେଲ ମଧ୍ୟରୁ ୧୫୦ ମିଟର ଭୁଶୁଡ଼ି ପଡ଼ିଥିଲା। ଚାର୍‌ଧାମ୍‌ ରୋଡ୍‌ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଉକ୍ତ ସୁଡ଼ଙ୍ଗ କାର୍ଯ୍ୟକାରୀ ହେଲେ ଉତ୍ତରକାଶୀରୁ ଯମୁନେତ୍ରୀ ଧାମକୁ ରାସ୍ତା ୨୬ କିଲୋମିଟର ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri