ଘାନାରେ ଶକ୍ତିଶାଳୀ ବିସ୍ଫୋରଣ

ଆକରା,୨୧ ।୧: ଘାନାରେ ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ ଥିବା ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଉଛି । କୁହାଯାଉଛି କି ସୁନା ଖଣି ପାଇଁ ବିସ୍ଫାରକ ନେଇ ଯାଉଥିବା ଏକ ଟ୍ରକ ଗୋଟିଏ ବାଇକକୁ ଧକ୍କା ଦେବା ଫଲରେ ଏହି ବିସ୍ଫୋରଣ ହୋଇଛି । ବାଇକଟି ଟ୍ରକ ତଳକୁ ଚାଲିଯିବାରୁ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ଏଥିରେ କେତେ ଲୋକଙ୍କ ଜୀବନ ଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଥିବା ବେଳେ ଏଥିରେ କେ ସତ୍ୟତା ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

Share