ମେଟା ସିଇଓଙ୍କ ସୁରକ୍ଷାରେ ୩ ବର୍ଷରେ ବିପୁଳ ଖର୍ଚ୍ଚ, ଚଳିତ ବର୍ଷ ଖର୍ଚ୍ଚ ହେଲାଣି ୧୧୫ କୋଟି…

ଓ୍ବାଶିଂଟନ,୯।୭ : ଫେସବୁକ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆଜିକାଲି ତାଙ୍କର ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଏବଂ ନିଜସୁରକ୍ଷା ପାଇଁ ଖର୍ଚ୍ଚ ପାଇଁ ଚର୍ଚ୍ଚାରେ ଅଛନ୍ତି। ଜୁକରବର୍ଗଙ୍କ କମ୍ପାନୀ ଗତ ତିନିବର୍ଷ ମଧ୍ୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ୪୦ ମିଲିୟନ ଡଲାରରୁ ଅଧିକ (ପ୍ରାୟ ୩.୩ ବିଲିୟନ ଟଙ୍କା) ଖର୍ଚ୍ଚ କରିଛି। ତାଙ୍କ ପରିବାର ଦ୍ୱାରା ପରିଚାଳିତ ଫାଉଣ୍ଡେଶନ ପକ୍ଷରୁ ପୋଲିସକୁ ବଦନାମ କରୁଥିବା ଗୋଷ୍ଠୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାଉଛି।

ଏକ ବିଦେଶୀ ଗଣମାଧ୍ୟମ ଅନୁଷ୍ଠାନର ଅନୁସନ୍ଧାନକାରୀ ଖବରଦାତା ଲି ଫାଙ୍ଗଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଚାନ ଜୁକରବର୍ଗ ଇନିସିଏଟିଭରୁ ଡିଫେଣ୍ଡପୋଲିସ ଡଟ ଅର୍ଗ ନାମରେ ଏକ ସଂସ୍ଥା ମାଧ୍ୟମରେ ପଲିସି ଲିଙ୍କ ପାଇଁ ୨୦୨୦ ରୁ ୩ ମିଲିୟନ ଡଲାର (୨୪.୭୮ କୋଟି) ଦାନ କରାଯାଇଛି।

 

ଡିଫେଣ୍ଡପୋଲିସ ଡଟ ଅର୍ଗ ଆୟୋଜକ ଏବଂ ଓକିଲମାନଙ୍କ ପାଇଁ ଏକ ଷ୍ଟପ-ଶପ ଭାବରେ ନିଜକୁ ଉପସ୍ଥାପନ କରିଥାଏ। ପୋଲିସ ସୁରକ୍ଷା ବାହାରେ ନିଜକୁ ରକ୍ଷା କରିବା ପାଇଁ ଅସ୍ତ୍ରଶସ୍ତ୍ର, ଉତ୍ସ ଏବଂ ତାଲିମ ଖୋଜୁଥିବା ଲୋକଙ୍କୁ ଏହା ସୁରକ୍ଷା ଯୋଗାଇଥାଏ। ରିପୋର୍ଟରେ ଦର୍ଶାଯାଇଛି ସ୍ତ୍ରୀ ପ୍ରିସିଲା ଚାନଙ୍କ ସହ ଜୁକରବର୍ଗଙ୍କ ଦ୍ୱାରା ସିଜେଡଆଇ ପ୍ରତିଷ୍ଠା କରାଯାଇଥିଲା। ଏଥିସହ ପୋଲିସକୁ ରଦ୍ଦ କରିବାକୁ ଲକ୍ଷ୍ୟ ରଖିଥିବା ସଲିଡାୟାରକୁ ସେ ୨୫ ଲକ୍ଷ ଡଲାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ କମ୍ପାନୀ ଦ୍ୱାରା ଦାଖଲ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀରେ ମେଟା (ଜୁକରବର୍ଗଙ୍କ କମ୍ପାନୀ) ଜୁକରବର୍ଗଙ୍କ ସୁରକ୍ଷା ପାଇଁ ୧୪୨୩ଡଲାର (୧୧୫ କୋଟି ଟଙ୍କା) କୁ ବୃଦ୍ଧି କରିଛି।

କମ୍ପାନୀ ହାଇଲାଇଟ କରିଛି ଯେ ମେଟା କମ୍ପାନୀ ପାଇଁ ତାଙ୍କର ସ୍ଥିତି ଏବଂ ଗୁରୁତ୍ୱକୁ ବିଚାର କରି ଜୁକରବର୍ଗଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କମ୍ପାନୀ ହାଇଲାଇଟ କରିଛି ଜୁକରବର୍ଗ ବାର୍ଷିକ ବେତନରେ ମାତ୍ର ଏକ ଡଲାର ପାଇବାକୁ ଅନୁରୋଧ କରିଛନ୍ତି ଏବଂ କୌଣସି ବୋନସ ଦେୟ, ଇକ୍ୱିଟି ପୁରସ୍କାର କିମ୍ବା ଅନ୍ୟାନ୍ୟ ପ୍ରୋତ୍ସାହନ କ୍ଷତିପୂରଣ ପାଇ ନାହାଁନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀଙ୍କଠାରୁ ଅଲଗା ହେବେ ନାହଁ ମୁଖ୍ୟମନ୍ତ୍ରୀ ବିଜୟ! ୨୭ ବର୍ଷ ପରେ ଭାଙ୍ଗିବାକୁ ବସିଥିଲା ସମ୍ପର୍କ

ଅମରାବତି,୭।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି…

୪୫ ଜଣ ଏମପିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି; ବ୍ରେକଫାଷ୍ଟରେ ବାଣ୍ଟିଲେ ଏହି ମନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୭ ଅଗଷ୍ଟ, ୨୦୨୬) ଦିନ ବ୍ରେକଫାଷ୍ଟ ସମୟରେ ଶିବସେନା, NCPI ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ NCP ଗୋଷ୍ଠୀର ସାଂସଦ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

ଆକ୍ସନ ମୋଡରେ ବିଜୟ ଥଲାପଥି: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri