Categories: ଖେଳ

ଟି -୨୦ ଫର୍ମାଟରେ ଶୁବମାନଙ୍କ ଫର୍ମ ବଢାଇଲା ଟିମ ଇଣ୍ଡିଆର ଚିନ୍ତା

ନୂଆଦିଲ୍ଲୀ,୧୫।୧୨: ଗତ ଏକ ବର୍ଷ ମଧ୍ୟରେ ଶବମାନ ଗିଲ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବହୁତ ରନ୍‌ କରିଛନ୍ତି। ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ମଧ୍ୟ ଶବମାନ ଗିଲଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ଟି -୨୦ ଫର୍ମାଟରେ ଗତ କିଛି ମ୍ୟାଚରେ ଗିଲଙ୍କ ବ୍ୟାଟରୁ ଭଲ ରନ୍‌ ହୋଇନାହିଁ, ଯାହା ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ ଏକ ନୂଆ ଟେନସନ ପାଲଟିଛି।

ବାସ୍ତବରେ, ଭାରତୀୟ ଦଳର ଚୟନକର୍ତ୍ତାମାନେ ଯୁବ ଖେଳାଳିଙ୍କୁ ଟି -୨୦ ଫର୍ମାଟର ଦାୟି ଦେବାକୁ ନିଷ୍ପତ୍ତି ନେଇଛନ୍ତି, ତେଣୁ ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କ ଭଳି ଖେଳାଳି ଟି -୨୦ ସିରିଜରେ ଖେଳୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ଶୁବମାନ ଗିଲଙ୍କ ଭଳି ଖେଳାଳିଙ୍କ ଦାୟିତ୍ୱ ବହୁତ ବଢିଯାଏ, କାରଣ ସେ ଜଣେ ଯୁବ ଖେଳାଳି, କିନ୍ତୁ ବରିଷ୍ଠ ଖେଳାଳିଙ୍କ ଦଳରେ ସେ ଅନେକ କ୍ରିକେଟ ଖେଳିଛନ୍ତି।

ତେବେ ଗତ ୧୩ ଟି -୨୦ ମ୍ୟାଚରେ ଗିଲଙ୍କ ଫର୍ମ ଭଲ ନ ଥିଲା, ଯାହା ଟି -୨୦ ବିଶ୍ୱକପ୍‌ ୨୦୨୪ ଦୃଷ୍ଟିରୁ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ହୋଇପାରେ। ମୋଟ ୧୩ଟି -୨୦ ମ୍ୟାଚରେ ଶୁବମାନ ହାରାହାରି ମାତ୍ର ୨୬୨ ରନ୍‌ ସଂଗ୍ରହ କରିଛନ୍ତି। ସେ ଆଇପିଏଲ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ସିଜିନରେ ସର୍ବାଧିକ ରନ ସଂଗ୍ରହ କରିଥିଲେ, କିନ୍ତୁ ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ଗିଲଙ୍କ ବ୍ୟାଟରୁ ଭଲ ରନ୍‌ ହୋଇନାହିଁ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି -୨୦ ମ୍ୟାଚରେ ମଧ୍ୟ ଶବମାନ ମାତ୍ର ୮ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ, ଯାହା ପରେ ଟିମ ଇଣ୍ଡିଆ ଅସୁବିଧାରେ ପଡିଥିଲା, କିନ୍ତୁ ଓପନର୍‌ ଯଶସ୍ବୀ ଜସଓ୍ବାଲ ଏବଂ ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ସ୍କୋର କରିଥିଲେ।

Share