ଖୁବ୍‌ଶ୍ରୀଘ୍ର ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ହ୍ରିତିକ-ସବା ଖୁବ୍‌ଶୀଘ୍ର ହାତକୁ ଦି’ ହାତ ହେବେ ବୋଲି ଚର୍ଚ୍ଚା ହେଉଛି। ଏବେ ଉଭୟ ପରସ୍ପରକୁ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଦୁହେଁ ଏକାଠି ଅଧିକ ସମୟ ବିତାଉଛନ୍ତି। ସବା ହ୍ରିତିକଙ୍କ ପରିବାର ଲୋକଙ୍କ ସହ ମଧ୍ୟ ମିଶିବାକୁ ଚେଷ୍ଟା କରୁଛନ୍ତି। କୁହାଯାଉଛି ଚଳିତବର୍ଷ ଶେଷ ଆଡକୁ ଦୁହେଁ ବିବାହ କରିବେ।
ହ୍ରିତିକ ରୋଶନ ଦୀର୍ଘ ଦିନ ଧରି ତାଙ୍କ ସହ ପ୍ରେମସମ୍ପର୍କ ରଖିବା ପରେ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ସନ୍ତାନ ଅଛନ୍ତି। କିନ୍ତୁ ଦୁହେଁ ୨୦୧୪ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ସୁଜାନେ ଅଭିନେତା ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି।
ହ୍ରିତିକ ଖୁବ୍‌ଶୀଘ୍ର ଶୀଘ୍ର ସୈଫ ଅଲି ଖାନଙ୍କ ସହ ଫିଲ୍ମ ‘ବିକ୍ରମ ବେଦ’ରେ ନଜର ଆସିବେ। ଏହି ଫିଲ୍ମ ସେପ୍ଟେମ୍ବର ୩୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Share