କାନ୍ଦିଲେ ହ୍ରିତିକ!

ମୁମ୍ବାଇ: ବଲିଉଡ୍‌ ନାୟିକା ଜାହ୍ନବୀ କପୁର ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା ଦ କାରଗିଲ ଗର୍ଲ’ ରିଲିଜ ହୋଇସାରିଛି। ଓଟିଟି ପ୍ଲାଟଫର୍ମରେ ଏହା ରିଲିଜ ହୋଇଛି। ଜାହ୍ନବୀ କପୁରଙ୍କ ଏହା ମୋଷ୍ଟ ଆଓ୍ବେଟେଡ ଫିଲ୍ମ। ଏହା ରିଲିଜ୍‌ ହେବା ପରେ ମିକ୍ସଡ ରିଭ୍ୟୁଜ ମିଳୁଥିବା ଦେଖାଯାଇଛି। ଏହାପରେ ବି ଦର୍ଶକେ ଜାହ୍ନବୀ ଓ ପଙ୍କଜଙ୍କର ପ୍ରଶଂସା କରୁଛନ୍ତି। ଏହାକୁ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଦେଖିବା ପରେ ଟୁଇଟର ମାଧ୍ୟମରେ ନିଜର ରିଆକ୍ସନ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ବୁଧବାର ରାତିରେ ସେ ‘ଗୁଞ୍ଜନ ସାକ୍ସେନା ଦ କାରଗିଲ ଗର୍ଲ’ ଫିଲ୍ମ ଦେଖିବା ପରେ ବହୁତ କାନ୍ଦିଛନ୍ତି ଓ ହସିଛନ୍ତି। ତେବେ ଫିଲ୍ମ ପାଇଁ ସେ ସମସ୍ତ ଟିମ୍‌ ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଫିଲ୍ମରେ ଜାହ୍ନବୀ କପୁର ରିୟଲ ଲାଇଫ୍‌ ଓ୍ବାର ହିରୋ ଗୁଞ୍ଜନ ସାକ୍ସେନା ଭୂମିକାରେ ନଜର ଆସିଛନ୍ତି। ୧୯୯୯ କାରଗିଲ ଯୁଦ୍ଧରେ ଗୁଞ୍ଜନ କିପରି ନିଜ ଜୀବନକୁ ବାଜି ଲାଗଇ ଆହତ ସେନାଙ୍କୁ ସାହାଯ୍ୟ କରିବା ସହ ଯୁଦ୍ଧ କ୍ଷେତ୍ରରୁ ମେଡିକାଲ ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ ଏସବୁ କାହାଣୀ ଫିଲ୍ମରେ ଚିତ୍ରିତ କରାଯାଇଛି। ଏଥିରେ ଗୁଞ୍ଜନଙ୍କ ପିତା ଭୁମିକାରେ ନଜର ଆସିଛନ୍ତି ପଙ୍କଜ ତ୍ରିପାଠୀ। ଏହାସହ ଏଥିରେ ତାଙ୍କ ଭାଇ ଚରିତ୍ରରେ ନଜର ଆସିଛନ୍ତି ଆନନ୍ଦ ବେଦୀ। ଏହା ଜାହ୍ନବୀଙ୍କ କ୍ୟାରିୟରର ଦ୍ୱିତୀୟ ଫିଲ୍ମ। ଏହା ପୂର୍ବରୁ ସେ ‘ଧଡକ’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ।ଏଥିରେ ଇସାନ ଖଟ୍ଟର ଥିଲେ ତାଙ୍କ ନାୟକ।

Share