ହ୍ରିତିକଙ୍କ ଅସଫଳ ଦାମ୍ପତ୍ୟ ଜୀବନ: ବିବାହ ପରର ପ୍ରେମ ସମ୍ପର୍କ ଦାୟୀ…

ମୁମ୍ବାଇ,୧୦।୧: ବଲିଉଡ୍‌ ସୁପର ଷ୍ଟାର ହ୍ରିତିକ ରୋଶନଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦ ଦେଇଛନ୍ତି। ୧୯୭୪ ଜାନୁୟାରୀ ୧୦ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟ ବାନ୍ଧବୀ ସଞ୍ଜୟ ଖାଁଙ୍କ ଝିଅ ସୁଜେନ ଖାଁଙ୍କ ସହିତ ତାଙ୍କର ଦୀର୍ଘ ଦିନର ପ୍ରେମ ସମ୍ପର୍କ ଥିଲା। ଦୁହେଁ ୨୦୦୦ରେ ପ୍ରେମ ବିବାହ କରିଥିଲେ। ତେବେ ଫିଲ୍ମ ସେଟ୍‌ରେ ଅନ୍ୟ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଯୋଗୁ ସୁଜେନ ହ୍ରିତିକଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଦେଇଥିଲା। ଘରୋଇ ମନୋମାଳିନ୍ୟ କୋର୍ଟରେ ପହଞ୍ଚିଥିଲା। ୨୦୧୪ରେ ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ହ୍ରିତିକଙ୍କ ସହିତ ବାରବରା ମୋରିଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହାପରେ କିଛି ସମୟ ପାଇଁ କଙ୍ଗନା ରାଣାଓ୍ବତ୍‌ଙ୍କ ସହିତ ମଧ୍ୟ ହ୍ରିତିକଙ୍କ ସମ୍ପର୍କ ଥିବା ନେଇ ଟୁପ୍‌ଟାପ୍‌୍‌ ଶୁଣା ଯାଇଥିଲା। ସେମାନେ ଡେଟିଂରେ ଯାଉଥିବାର ଖବର ଶୁଣିବାକୁ ମିଳିଥିଲା। ସେହିପରି ମହେଞ୍ଜୋଦାର ଫିଲ୍ମ ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କ ସହିତ ହ୍ରିତିକଙ୍କ ସମ୍ପର୍କକୁ ନେଇ ବଲିଉଡ୍‌ରେ ଆଲୋଚନା ହୋଇଥିଲା। ତେବେ ଏସବୁ ଉଡ଼ା ଖବର ବୋଲି ହ୍ରିତିକ କହିଥିଲେ। ସନ୍ଦେହରୁ ତାଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇଥିବା ହ୍ରିତିକଙ୍କ ପ୍ରଶଂସକ କୁହନ୍ତି।

Share