କ୍ୟାମେରା ଆଗରେ ପ୍ରେମିକଙ୍କୁ ଚୁମ୍ବନ ଦେଇ ଟ୍ରୋଲ ହେଉଛନ୍ତି ହ୍ରିତିକ୍‌ଙ୍କ ପୂର୍ବପତ୍ନୀ

ବମ୍ବେ: ସାରା ଦେଶରେ ଦୀପାବଳିକୁ ନେଇ ଧୁମ୍‌। ଏଥିରୁ ବାଦ୍‌ ପଡ଼ିନି ବଲିଉଡ୍‌। ଗତ ସପ୍ତାହେ ହେଲାଣି ଦୀପାବଳିକୁ ନେଇ ପାର୍ଟି ଦେଉଛନ୍ତି ବଲିଉଡର ସେଲିବ୍ରିଟିମାନେ । ନିକଟରେ ଅଭିନେତା ତଥା ପ୍ରଯୋଜକ କୃଷ୍ଣା କୁମାରଙ୍କ ପାର୍ଟିରେ କଳାକାରଙ୍କ ଭିଡ ଜମିଥିଲା। ଏଥିରେ ବିଶେଷକରି ଚର୍ଚ୍ଚାରେ ରହିଥିଲେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାଁ ଏବଂ ତାଙ୍କ ପ୍ରେମିକ ଅର୍ସଲାନ ଗୋନି।

ସୁଜୈନ-ଅର୍ସଲାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ୟାମେରା ସମ୍ମୁଖରେ ସୁଜୈନ ଅର୍ସଲାନଙ୍କୁ ଚୁମ୍ବନ ଦେଉଥିବା ଦେଖାଯାଇଛି। ଏହାକୁ ନେଇ ଲୋକେ ସୁଜୈନଙ୍କୁ ଟ୍ରୋଲ କରୁଛନ୍ତି। ଘରେ ଦୁଇଜଣ ପୁଅ ଅଛନ୍ତି। ଏମିତି ସର୍ବସମ୍ମୁଖରେ ହେବା ଶୋଭା ଦେଉନାହିଁ। କ୍ୟାମେରା ସମ୍ମୁଖରେ ରୋମାଣ୍ଟିକ୍‌ ହେବାର ଆବଶ୍ୟକତା କ’ଣ ଥିଲା ବୋଲି ଅନେକେ ପ୍ରଶ୍ନ କରୁଛନ୍ତି।

Share