ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର ହୋଇଛନ୍ତି। ସେ ମାତ୍ର ୧୪ ଦିନ ମଧ୍ୟରେ ୪ କିଲୋ ଓଜନ ହ୍ରାସ କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସବା ନିଜ ମନର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଏହି ଗମ୍ଭୀର ରୋଗରେ ପୀଡିତ ହେବା ପରେ ସବା ବୁଲିବା ତ ଦୂରର କଥା ଏକ ଟୁଥପିକ ଉଠାଇବାକୁ ମଧ୍ୟ ସଂଘର୍ଷ କରୁଛନ୍ତି।
୪୦ ବର୍ଷୀୟା ସବା ହସ୍ପିଟାଲ୍ରେ ଶୋଇଥିବା ଏକ ଫଟୋ ଶେୟାର କରି ଲେଖିଛନ୍ତି, ମୋ ଜୀବନର ସବୁଠାରୁ ଖରାପ ୧୪ ଦିନ। ସାଇକ୍ଲୋସ୍ପୋରା କାଏଟାନେନ୍ସିସ ଏକ ଭୟଙ୍କର ରୋଗ। ବିଶେଷକରି ମୋ ପରି ଜଣେ ମହିଳା ପାଇଁ, ଯିଏ କେବଳ ଘରେ ରନ୍ଧା ଖାଦ୍ୟ ଖାଏ ଏବଂ ଯେଉଁଠାକୁ ଯାଏ ସାଙ୍ଗରେ ନିଜ ପାଣି ବୋତଲ ନେଇକି ଯାଏ। କିଏ ଜାଣେ ଏହି ରୋଗ କେଉଁଠାରୁ ଆସିଲା। ମୁଁ ମାତ୍ର ଦୁଇ ସପ୍ତାହ ମଧ୍ୟରେ ୪ କିଲୋ ହ୍ରାସ କରିଛି। ମୋର ଓଜନ ପୂର୍ବରୁ ବହୁତ କମ ଅଛି। ଏବେ ବୁଲିବା ମଧ୍ୟ ମୋ ପାଇଁ ଏକ ସଂଘର୍ଷ ପାଲଟିଛି। ହ୍ରିତିକ ସବୁ ପରିସ୍ଥିତିରେ ମୋ ସହ ଅଛନ୍ତି।
Dharitri – Odisha’s No.1 Odia Daily

