ସୁଜୈନଙ୍କ ପରେ ଏବେ ହ୍ରିତିକ୍‌ଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବିତୁଛି…

ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି। ଏବେ ଅଭିନେତା ହ୍ରିତିକ ରୋଶନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସେ ହୋମ୍‌ ଆଇସୋଲେଶନରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ଚାରି ଦିନ ତଳେ ହ୍ରିତିକ୍‌ଙ୍କ ପୂର୍ବ ସ୍ତ୍ରୀ ସୁଜୈନ ଖାନ୍‌ କରୋନା ପଜିଟିଭ୍‌ ହୋଇଥିବା ନେଇ ସମସ୍ତଙ୍କୁ ଜଣାଇଥିଲେ।

କହିରଖୁଛୁ, ହ୍ରିତିକଙ୍କଠାରୁ ସୁଜୈନ ଅଲଗା ହୋଇଥିଲେ ହେଁ ପରସ୍ପରର ବନ୍ଧୁ ଭାବେ ଉଭୟ ରହି ଆସିଛନ୍ତି। ଏପରିକି ପିଲାମାନଙ୍କର ଲାଳନପାଳନ ମଧ୍ୟ ସେମାନେ ଏକାଠି କରୁଛନ୍ତି। ଅନେକ ଥର ବୁଲାବୁଲି କରିବାକୁ ଯିବା ଏବଂ ପାର୍ଟି କରିବା ସମୟରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥାଏ।

Share